ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିହାରରେ ନିର୍ବାଚନ ଲଢିବା ନେଇ ଘୋଷଣା କଲେ ଚିରାଗ ପାସୱାନ, ବଢିପାରେ ବିଜେପି ଏବଂ ଜେଡିୟୁର ସମସ୍ୟା

Published By : Harapriya Biswal | July 6, 2025 6:47 PM

ନୂଆଦିଲ୍ଲୀ,୬।୭:  ବିହାରର ସ୍ୱାର୍ଥ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ହେବ।  ଏଭଳି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ। ରବିବାର ସେ କହିଛନ୍ତି, ବିରୋଧୀମାନେ ତାଙ୍କ ରାସ୍ତାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ଅଧ୍ୟକ୍ଷ ରବିବାର ଛାପ୍ରାର ରାଜେନ୍ଦ୍ର ଷ୍ଟାଡିୟମରେ ଆୟୋଜିତ 'ନବ ସଂକଳ୍ପ ମହାସଭା'କୁ ସମ୍ବୋଧିତ କରି ଏକ ବଡ଼ ଘୋଷଣା କରିଛନ୍ତି। ଚିରାଗ କହିଛନ୍ତି, ତାଙ୍କ ଦଳ ବିହାରର ୨୪୩ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏର ଏକ ଅଂଶ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଦେଇଥିବା ଏହି ବୟାନ ବିଜେପି ଏବଂ ଜେଡିୟୁର ସମସ୍ୟା ବଢ଼ାଇପାରେ।

ସେ କହିଛନ୍ତି, ଯେତେବେଳେ ଲୋକ ଏହି ପ୍ରଶ୍ନ ପଚାରନ୍ତି ଚିରାବ ବିଧାନସଭା ନିର୍ବାଚନ ଲଢିବେ ? ତେବେ ଆଜି ସରକାର ଏହି  ପବିତ୍ର ମାଟିରୁ ଘୋଷଣା କରୁଛି ଯେ, ମୁଁ ନିର୍ବାଚନ ଲଢିବ। ଏହି ନିର୍ବାଚନ ଆମ ସମସ୍ତଙ୍କ ପାଇଁ ଓ ପ୍ରତ୍ୟେକ ବିହାରୀ ଏବଂ ତାଙ୍କ ପରିବାର ପାଇଁ ଗୁରୁତ୍ବପୂର୍ଣ୍ଣ। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ୨୪୩ ଆସନ୍‌ରେ ଆମେ ନିର୍ବାଚନ ଲଢିବୁ। ସବୁ ସିଟ୍‌ରେ ଚିରାଗ ପାସଓ୍ବାନ ହୋଇ ନିର୍ବାଚନ ଲଢିବି।’

ସେ ବିରୋଧୀ ଦଳଗୁଡ଼ିକ ଉପରେ ଲୋକସଭା ନିର୍ବାଚନ ସମୟରେ ସଂରକ୍ଷଣ ସମ୍ପର୍କରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଅଭିଯୋଗ ଆଣିଛନ୍ତି। ଚିରାଗ କହିଛନ୍ତି, 'ବିରୋଧୀ ଦଳ ଅନୁସୂଚିତ ଜାତି ଏବଂ ଜନଜାତିର ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଅନେକ ମିଥ୍ୟା କାହାଣୀ କହିଛି। ଲୋକସଭା ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳ ସଂରକ୍ଷଣ ନାମରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ। ବିଧାନସଭା ନିର୍ବାଚନ ସମୟରେ ବିରୋଧୀ ଦଳ ପୁଣି ଦ୍ୱନ୍ଦ୍ୱ ସୃଷ୍ଟି କରିବେ। ଯେପର୍ଯ୍ୟନ୍ତ ଚିରାଗ ପାସୱାନ ଅଛି, ସେପର୍ଯ୍ୟନ୍ତ ସଂରକ୍ଷଣ କିମ୍ବା ସମ୍ବିଧାନ ପ୍ରତି କୌଣସି ବିପଦ ନାହିଁ। ମୁଁ ଯେତେବେଳେ ଚୌକିଦାର ଭୂମିକାରେ ଅଛି ସେତେବେଳେ ଏହା ସୁନିଶ୍ଚିତ କରିବି। ମୁଁ ସମାଜରେ ଅନୁସୂଚିତ ଜାତି, ଜନଜାତି, ପଛୁଆ, ଅତ୍ୟନ୍ତ ପଛୁଆ, ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ଚୌକିଦାର।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.