ନୂଆଦିଲ୍ଲୀ,୬।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସୁରକ୍ଷାରେ ତ୍ରୁଟି। ଆମେରିକା ବାୟୁ ପ୍ରତିରକ୍ଷା ଏଜେନ୍ସି ନର୍ଥ ଆମେରିକାନ୍ ଏରୋସ୍ପେସ୍ ଡିଫେନ୍ସ ଶନିବାର ଏକ ବେସାମରିକ ବିମାନ ଏଫ୍-୧୬ ଫାଇଟର ଜେଟ୍ର ସାହାଯ୍ୟରେ ଇଣ୍ଟରସ୍ପେଟ୍ କରିଛି। ଏହି ବିମାନ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟାଡମିଷ୍ଟର ସ୍ଥିତ ଗୋଲଫ୍ କ୍ଲବ ଉପରେ ଉଡାଣ ଭରୁଥିଲା, ଯାହାକି ସେ ସମୟରେ ଅସ୍ଥାୟୀ ନୋ-ଫ୍ଲାଇ ଜୋନ୍ ଘୋଷିତ କରାଯାଇଥିଲା। NORAD ର କହିବା ଅନୁସାରେ, ଏହା ସାରା ଦିନରେ ପଞ୍ଚମ ଅନୁପ୍ରବେଶ ଥିଲା। ତେବେ ଏହି ବିମାନ ଏକ ଯାତ୍ରୀ ବିମାନ ଥିଲା।
ଇଣ୍ଟରସେପ୍ଟ ବେଳେ ଏଫ୍-୧୬ ହେଡବଟ୍ ରଣନୀତି ଗ୍ରହଣ କରିଛି, ଯେଉଁଥିରେ ଲଢୁଆ ବିମାନ ନାଗରିକ ବିମାନ ଆଗକୁ ଉଡିଥାଏ ଫଳରେ ସେ ଆଡକୁ ଧ୍ୟାନ ଆକର୍ଷଣ ହୋଇପାରିବ। ଏହାପରେ ବିମାନ ସୁରକ୍ଷିତ ରୂପରେ ନିଷିଧ ବାୟୁସୀମା ଅଞ୍ଚଳରୁ ବାହାରକୁ ଚାଲିଯାଇଥିଲା। ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଟ୍ରମ୍ପ ଏବେ ଛୁଟି କାଟିବାକୁ ନ୍ୟୁ ଜର୍ସିରେ ଅଛନ୍ତି। ତାଙ୍କ ଉପସ୍ଥିତିରେ ବିମାନ କ୍ଷେତ୍ରକୁ ଅସ୍ଥାୟୀ ରୂପରେ କଟକଣା ଲଗାଯାଇଛି। ତେବେ ଅଧିକାରୀଙ୍କ କହିବା ଅନୁସାରେ, ଏହି ଘଟଣାରେ ଟ୍ରମ୍ପଙ୍କ ସୁରକ୍ଷା କିମ୍ବା କାର୍ଯ୍ୟକ୍ରମ ଉପରେ କୌଣସି ପ୍ରଭାବ ପଡିନି।
ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଫ୍ଲୋରିଡାରେ ତାଙ୍କ ବାସଭବନ ବାହାନରେ ନୋ ଫ୍ଲାଇଂ ଜୋନ୍ର ଉଲଂଘନ ହୋଇଥିଲା। ସେତେବେଳେ ମଧ୍ୟ ଏଫ୍-୧୬ ବିମାନକୁ ପଠାଯାଇଥିଲା। ଯାହାକି ବେସାମରିକ ବିମାନକୁ ଚେତାବନୀ ଦେଇଥିଲା। NORAD ଏଭଳି ବଢୁଥିବା ଘଟଣା ନେଇ ଚିନ୍ତା ପ୍ରକାଶ କରିଛି। ଏହା ସହ ସମସ୍ତ ପାଇଲଟଙ୍କୁ ଉଡାଣ ଭରିବା ପୂର୍ବରୁ NOTAMs (ନୋଟିସ୍ ଟୁ ଏୟାରମ୍ୟାନ୍) ଓ TFR (ଟେମ୍ପରାରୀ ଫ୍ଲାଇଟ ରେଷ୍ଟ୍ରିକସନ୍)ର ସୂଚନା ଅବଶ୍ୟ ନିଅନ୍ତୁ ବୋଲି କହିଛି।