ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାଫେଲ ଲଢୁଆ ବିମାନକୁ ବଦନାମ କରିବାକୁ ପ୍ରଚାର କରୁଛି ଚୀନ୍, ଫ୍ରାନ୍ସ ଗୁଇନ୍ଦା ଏଜେନ୍ସିର ରିପୋର୍ଟରେ ଦାବି

Published By : Harapriya Biswal | July 6, 2025 5:34 PM

ନୂଆଦିଲ୍ଲୀ,୬।୭: ଚୀନ୍ ନିଜର ଦୂତାବାସ ଜରିଆରେ ଫ୍ରାନ୍ସର ଲଢୁଆ ବିମାନ ରାଫେଲ ଫାଇଟର ଜେଟ୍ ବିରୋଧରେ ଅପପ୍ରଚାର କରୁଛି। ଏନେଇ ଫ୍ରାନ୍ସ ସେନା ଓ ଗୁଇନ୍ଦା ଏଜେନ୍ସି ନିଜର ଏକ ରିପୋର୍ଟରେ ଖୁଲାସା କରିଛି। ବିଶେଷକରି ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ପରେ ଏହି ପ୍ରଚାର ବୃଦ୍ଧି ପାଇଛି। ଚୀନ୍ ତାର ଲଢ଼ୁଆ ବିମାନଗୁଡ଼ିକୁ ରାଫେଲ ଲଢ଼ୁଆ ବିମାନ ଅପେକ୍ଷା ଭଲ ବୋଲି ଉପସ୍ଥାପନ କରୁଛି।

ରିପୋର୍ଟ ଅନୁଯାୟୀ, ଚୀନ୍ ଦୂତାବାସରେ ନିଯୁକ୍ତ ପ୍ରତିରକ୍ଷା ଆଟାଚ୍ ବିଭିନ୍ନ ଦେଶକୁ ରାଫେଲ୍ ଲଢ଼ୁଆ ବିମାନ ନ କିଣିବାକୁ ଜୋର ଦେଉଛନ୍ତି।ବିଶେଷ ଭାବରେ ଇଣ୍ଡୋନେସିଆକୁ ମନାଇବା ପାଇଁ ଚେଷ୍ଟା କରାଯାଉଛି, ଯାହାକି ରାଫେଲ୍ ଜେଟ୍ କିଣିବା ବିଷୟରେ ବିଚାର କରୁଛି। କେବଳ ଏତିକି ନୁହେଁ, ଚୀନ୍ ତା’ର ଲଢ଼ୁଆ ବିମାନକୁ ପ୍ରୋତ୍ସାହିତ କରୁଛି ଏବଂ ବିଭିନ୍ନ ଦେଶକୁ ସେଗୁଡ଼ିକୁ କିଣିବା ପାଇଁ ଚାପ ପକାଉଛି। 

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ  ଭୟଙ୍କର ଲଢେଇ ହୋଇଥିଲା, ଯେଉଁଥିରେ କ୍ଷେପଣାସ୍ତ୍ର ଏବଂ ଲଢ଼ୁଆ ବିମାନ ବ୍ୟବହାର କରାଯାଇଥିଲା। ସାମରିକ ବିଶେଷଜ୍ଞମାନେ ଏବେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ପାକିସ୍ତାନର ଚୀନ୍ ନିର୍ମିତ ଅସ୍ତ୍ରଶସ୍ତ୍ର, ବିଶେଷକରି ଲଢ଼ୁଆ ବିମାନ, ଭାରତର ଫରାସୀ ନିର୍ମିତ ରାଫେଲ୍ ଲଢ଼ୁଆ ବିମାନ ବିରୁଦ୍ଧରେ କିପରି ପ୍ରଦର୍ଶନ କରିଥିଲା। ପାକିସ୍ତାନ ଦାବି କରିଛି  ସେ ତିନୋଟି ରାଫେଲ୍ ଜେଟ୍ ସମେତ ପାଞ୍ଚଟି ଭାରତୀୟ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଛି। ତଥାପି, ଫରାସୀ ବାୟୁସେନା ମୁଖ୍ୟ ଜେନେରାଲ ଜେରୋମ୍ ବେଲାଙ୍ଗର କହିଛନ୍ତି, ଭାରତ ସମ୍ଭବତଃ ତିନୋଟି ଲଢ଼ୁଆ ବିମାନ ହରାଇଛି, ଯେଉଁଥିରେ ଗୋଟିଏ ରାଫେଲ୍, ଗୋଟିଏ ସୁଖୋଇ ଏବଂ ଗୋଟିଏ ମିରାଜ ୨୦୦୦ଅନ୍ତର୍ଭୁକ୍ତ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.