ପ୍ରମୂଖ ଖବର
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଉଲ୍ଲୁ ଆପ୍‌ରୁ ହଟାଗଲା ଏଜାଜ୍‌ ଖାନଙ୍କ ଶୋ’, ଅଶ୍ଳୀଳ ଭିଡ଼ିଓ ଭାଇରାଲ ହେବା ପରେ ଉପୁଜି ଥିଲା ବିବାଦ

Published By : Prameya | May 2, 2025 10:35 PM

ମୁମ୍ୱାଇ : ଅଭିନେତା ଏଜାଜ୍‌ ଖାନଙ୍କ ଶୋ ହାଉସ୍‌ ଆରେଷ୍ଟ ଏହି ସମୟରେ ବିବାଦକୁ ଆସିଛି , ଯେବେ ଶୋ’ର ଅନେକ ଅଶ୍ଳୀଳ କ୍ଲିପ୍ସ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଶୋ ଉଲ୍ଲୁ ଆପ୍‌ରେ ପ୍ରସାରିତ ହେଉଥିଲା। ଶୋ’କୁ ନେଇ ଜୋରଦାର ବିବାଦ ପରେ ଏବେ ଉଲ୍ଲୁ ଆପ୍‌ ଏହି ଶୋ’ର ସବୁ ଏପିସୋଡ୍‌କୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି। ଶୋ’ର ଯେଉଁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା ଏଥିରେ ଏଜାଜ ଖାନ୍‌ ପ୍ରତିଯୋଗୀଙ୍କର ପୋଷାକ ଓହ୍ଲାଇବା , ସେକ୍ସ ପୋଜିସନ ଦେଖାଇବା ଭଳି ଟାକ୍ସ ଦେବା ନଜର ଆସୁଥିଲେ।

ଏଜାଜ ଖାନଙ୍କ ଶୋ’ର ଭିଡ଼ିଓ ଭାଇରାଲ ହେବା ପରେ ଏବଂ ଏହାକୁ ନେଇ ବିବାଦକୁ ଦେଖି ଶୁକ୍ରବାର ରାଷ୍ଟ୍ରୀୟ ମହିଳା ଆୟୋଗ ଏଜାଜ ଖାନ ଓ ଉଲ୍ଲୁ ଆପ୍‌ର ସିଇଓଙ୍କୁ ସ୍ୱତଃ ଧ୍ୟାନକୁ ନେଇ ସମନ ପଠାଇ ଥିଲା। ରାଷ୍ଟ୍ରୀୟ ମହିଳା ଆୟୋଗ ୯ ମଇରେ ଦୁହିଁଙ୍କୁ ହାଜର ହେବାକୁ କହିଥିଲା। ଏହି ମଧ୍ୟରେ ଉଲ୍ଲୁ ଆପ୍‌ରୁ ବିବାଦିତ ଶୋ'’ ସବୁ ଏପିସୋଡ୍‌କୁ ହଟାଇ ଦିଆଯାଇଛି। 

 ଏଜାଜ ଖାନଙ୍କ ଶୋ ହାଉସ୍ ଆରେଷ୍ଟ ୧୧ ଅପ୍ରେଲରୁ ଉଲ୍ଲୁ ଆପ୍‌ ରେ ପ୍ରସାରିତ ହେଉଥିଲା। ରିପୋର୍ଟ ଅନୁସାରେ , ଏଜାଜ୍‌ ଖାନଙ୍କ ବିରୋଧରେ ଏଫଆଇଆର୍‌ ମଧ୍ୟ ରୁଜୁ ହୋଇଛି। ଏହି ପୂରା ମାମଲାରେ ଏବେସୁଦ୍ଧା ଏଜାଜ ଖାନ ଓ ମେକର୍ସଙ୍କୁ କୌଣସି ରିଆକ୍ସନ ଆସି ନାହିଁ।

 ଏଜାଜ ଖାନଙ୍କ କଥା ଯଦି କହିବା ତ ଏହା ପ୍ରଥମ ଥର ନୁହେଁ, ଯେବେ ସେ କୌଣସି ବିବାଦରେ ଫସି ରହିଛନ୍ତି। ଏଜାଜ ଖାନ ଏହା ପୂର୍ବରୁ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେବେ ସେ ଡ୍ରଗ୍ସ କେସ୍‌ରେ ଜେଲ୍‌ରେ ଥିଲେ। ଏଜାଜ ଖାନ୍‌ ବିଗ ବସ୍‌ -୭ର ସଦସ୍ୟ ବି ରହି ସାରିଛନ୍ତି । ବିଗ୍‌ ବସ୍‌-୭ରେ ଏଜାଜ୍ ଖାନ ଏକ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.