ମୁମ୍ବାଇ, ୩୦/୪ : ଶାହରଖ ଖାନ ବଲିଉଡ଼ର ବାଦଶାହ । ନାଁ ହିଁ କାଫି । ସବୁବେଳେ ନିଜ ଦମଦାର୍ ଅଭିନୟକୁ ନେଇ ସେ ତାଙ୍କର ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରିଥାନ୍ତି । ଫ୍ୟାନ୍ସଙ୍କୁ ତାଙ୍କର ସ୍କ୍ରିନରେ ଫେରିବାକୁ ନେଇ ବହୁ ଅପେକ୍ଷା ରହିଛି । ୨୦୨୩ ଶାହରୁଖ ଖାନଙ୍କ ଲାଗି ବହୁତ ଖାସ୍ ଥିଲା । ଏହି ବର୍ଷ ଶାହରୁଖ ଖାନଙ୍କ ପଠାନ, ଜଓ୍ବାନ ଏବଂ ଡଙ୍କି ଭଳି ଫିଲ୍ମ ରିଲିଜ ହୋଇଥିଲା । ୩ଫିଲ୍ମ ବକ୍ସ ଅଫିସରେ ବ୍ଲକବଷ୍ଟର ରହିଥିଲା । ଏବେ ଶାହରୁଖ ଖାନ ପୁଣି ଥରେ ବିଗ୍ ସ୍କ୍ରିନରେ କମବ୍ୟାକ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ଥର ଶାହରୁଖ ଖାନ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଆକ୍ସନ ଥ୍ରୀଲର କିଙ୍ଗ୍ ସହ ବଡ଼ ପରଦାକୁ ଫେରୁଛନ୍ତି । ଯାହାର କାଷ୍ଟ ସହ ଯୋଡ଼ି ହୋଇଥିବା ଏକ ବଡ଼ ଅପଡେଟ୍ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏହି ଫିଲ୍ମର ପ୍ରି-ପ୍ରଡକ୍ସନ ଓ୍ବାର୍କ ଜୋର-ଶୋର ଚାଲୁଛି ଏବଂ ମେକର୍ସ ଏହି ପ୍ରୋଜେକ୍ଟ ଲାଗି ଏକ ଜବରଦସ୍ତ ଏନ୍ସେମ୍ବଲ କାଷ୍ଟକୁ ବୋର୍ଡ଼ରେ ନେଇଛନ୍ତି । କୁହାଯାଉଛି କି ଏହି କାଷ୍ଟରେ ଅଭିଷେକ ବଚ୍ଚନ, ସୁହାନା ଖାନ, ଅଭୟ ବର୍ମା, ଅରଶଦ ବାରସୀ ଏବଂ ଜୟଦୀପ ଅହଲାବତଙ୍କ ଭଳି ଦମଦାର୍ ଅଭିନେତା ସାମିଲ ଅଛନ୍ତି । ରୋଡିଟରେ ଆର ବଲିଉଡ଼ ନାମକ ଏକ ହ୍ୟାଣ୍ଡେଲ ଦାବି କରିଛି କି ଏବେ ଏହି ଫିଲ୍ମରେ ଦୀପିକା ପାଦୁକୋନ ବି ନଜର ଆସିବେ । ତାଙ୍କୁ ଫିଲ୍ମର ଏକ ରୋଲ୍ ଲାଗି ଫାଇନାଲାଇଜ କରାଯାଇଛି । ସୂଚନା ଅନୁସାରେ ଏହି ଫିଲ୍ମର ସୁଟିଂ ୧୮ମଇରୁ ଆରମ୍ଭ ହେବ । ପ୍ରଥମେ ଏହି ଫିଲ୍ମ ଲାଗି ଦୀପିକାଙ୍କ ଡେଟ୍ ମିଳିପାରୁନଥିଲା । ଯାହା ଶାହରୁଖ ଖାନ ଆରମ୍ଭରୁ ହିଁ ଦୀପିକା ପାଦୁକୋନଙ୍କ ନାଁରେ ଉତ୍ସାହ ରଖିଥିଲେ ।
ପ୍ରକୃତରେ ଆରମ୍ଭରେ ଡେଟ୍ସ ମ୍ୟାଚ୍ ହୋଇପାରୁନଥିଲା କାରଣ ଦୀପିକା ନିଜର ନ୍ୟୁବର୍ଣ୍ଣ କିଡ୍ ସହ ଟାଇମ୍ ବିତେଇବାକୁ ଚାହୁଁଥିଲେ । ଏହାସହ ସେ ନିଜ କାମକୁ ଫେରିବାକୁ ଜିମ୍ ବି ଯାଉଥିଲେ । କିନ୍ତୁ ‘କିଙ୍ଗ୍’ର ଶିଡ୍ୟୁଲିଂରେ ଯେଉଁ ବିଳମ୍ବ ଆସିଲା ତାକୁ ଦେଖି ଟାଇମ୍ଲାଇନ୍ ମ୍ୟାଚ୍ ହୋଇଗଲା ଏବଂ ଏବେ ଦୀପିକା ହିଁ ଫିଲ୍ମର ଭାଗିଦାରୀ ହେବେ ଏହା ସୁନିଶ୍ଚିତ ବୋଲି କୁହାଯାଉଛି ।
ରିପୋର୍ଟ ଅନୁସାରେ ସିଦ୍ଧାର୍ଥ ଆନନ୍ଦ ଏବଂ ତାଙ୍କ ରାଇଟିଂ ଟିମ୍ ଦୀପିକାଙ୍କ ଲାଗି ଏକ ଏଭଳି ଚରିତ୍ର ଲେଖିଛନ୍ତି କି ଯାହା ନା କେବଳ ତାଙ୍କ ଚରିତ୍ରକୁ ଷ୍ଟ୍ରଙ୍ଗ୍ କରୁଛି ବରଂ ଶାହରୁଖ ଖାନଙ୍କ ସହ ତାଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରିକୁ ବି ସମ୍ପୂର୍ଣ୍ଣ ଭାବେ ପରଫେକ୍ଟ କରୁଛି । ଏହି ଯୋଡ଼ି ସବୁବେଳେ ଫ୍ୟାନ୍ସଙ୍କ ଫେବୋରାଇଟ୍ ରହିଛି ଏବଂ ଏଥର ପୁଣି ଥରେ ସେହି ମ୍ୟାଜିଜ୍ ଦୋହରାଇବାକୁ ପ୍ରୟାସ କରାଯାଉଛି ।