ନୂଆଦିଲ୍ଲୀ,୩୦/୦୪: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବିରୋଧୀ ସରକାରଙ୍କ ସହିତ ଅଛି । ହେଲେ ସମାଲୋଚନା କରିବାରୁ ବି ପଛକୁ ହଟିନାହିଁ । କଂଗ୍ରେସ ତାର 'ଏକ୍ସ'ରେ ମୁଣ୍ଡବିହୀନ ଏକ ଫଟୋ ପୋଷ୍ଟ କରିଥିଲା । ଯାହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଥା କଟାକଟି ପରିସ୍ଥିତି ଉପୁଜିଛି । କଟାକ୍ଷର କଡ଼ା ଜବାବ ଦେଇଥିଲା ବିଜେପି । ଏହାପରେ ପୋଷ୍ଟକୁ ହଟାଇ ଦେଇଛି କଂଗ୍ରେସ ।
କଂଗ୍ରେସ ମୁଣ୍ଡ ନଥିବା ଫଟୋ ପୋଷ୍ଟ କରି କ୍ୟାପସନ୍ରେ ଲେଖିଥିଲା, 'ଦାୟିତ୍ୱ ସମୟରେ ଗାଏବ' । ଫଟୋଟିରେ ବ୍ୟକ୍ତି ଜଣକ ହଳଦିଆ କୁର୍ତ୍ତା, ଜୋତା ପିନ୍ଧିଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ପୋଷାକ ପରିଧାନ ପରି ହୋଇଥିବା ଅନୁମାନ କରାଯାଉଥିଲା। ଏହାକୁ ନେଇ ରାଜନୀତି ଘମାସାନ ହୋଇଥିଲା । କଂଗ୍ରେସର କଟାକ୍ଷକୁ ଜବାବ ଦେଇଛି ବିଜେପି । ଏହାପରେ ପୋଷ୍ଟକୁ 'ଏକ୍ସ'ରୁ ହଟାଇ ଦେଇଛି କଂଗ୍ରେସ ।
କଂଗ୍ରେସ ସୋସିଆଲ ମିଡ଼ିଆ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କୁ ଏହି ଫଟୋକୁ ହଟାଇ ଦେବାକ କୁହାଯାଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଉକ୍ତ ପୋଷ୍ଟ କରିଥିଲା କଂଗ୍ରେସ ।
କଂଗ୍ରେସର ଏହି ପୋଷ୍ଟର ଜବାବ ଦେଇ ବିଜେପି ନେତା ଅମିତ ମାଲବୀୟ କହିଥିଲେ, ରାହୁଲ ଗାନ୍ଧୀ ଯେକୌଣସି କଥାକୁ ନେଇ ପିଏମ୍ ମୋଦିଙ୍କ ବିରୋଧରେ ହିଂସା ଉସକାଉଛି । ହେଲେ କେବେ ବି କଂଗ୍ରେସ ସଫଳ ହୋଇନାହିଁ । କାରଣ ପ୍ରଧାନମନ୍ତ୍ରୀ ଉପରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଭଲପାଇବା ଏବଂ ଆର୍ଶୀବାଦ ରହିଛି । ସେହିପରି ବିଜେପି ନେତା ଶାହନବାଜ ହୁସେନ ଏହାକୁ ନିନ୍ଦନୀୟ କାର୍ଯ୍ୟ ବୋଲି କହି ଏହା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ ଦେଶର ଅପମାନ ବୋଲି କହିଛନ୍ତି ।