ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

Pahalgam Attack: ଲାହୋରରେ ଲୁଚି ରହିଛି ହାଫିଜ ସଈଦ; ମିଳିଲା ଗୁପ୍ତ ବାସସ୍ଥାନର ଠିକଣା

Published By : Bijay Swain | April 30, 2025 5:39 PM

Image courtesy: indiatoday, osint

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଇବା (LeT)ର ମୁଖ୍ୟ ହାଫିଜ ସଈଦ ପାକିସ୍ତାନର ଲାହୋରରେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରୁଛି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏକ ବିସ୍ଫୋରକ ରିପୋର୍ଟ ପ୍ରସ୍ତୁତ କରିଛି। ଯେଉଁଥିରେ ସେ ଘନ ଜନବସତି ଅଞ୍ଚଳରେ ପାକିସ୍ତାନ ସରକାରଙ୍କ କଡା ସୁରକ୍ଷା ମଧ୍ୟରେ ଆରାମଦାୟକ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି। ଏହି ରିପୋର୍ଟରେ ସେ ରହୁଥିବା ଘରର ସାଟେଲାଇଟ ଚିତ୍ର ସାଙ୍ଗକୁ ଭିଡିଓ ମଧ୍ୟ ରହିଛି।

ରିପୋର୍ଟରେ ଥିବା ପ୍ରମାଣରୁ ଏହା ସ୍ପଷ୍ଟ ହୋଇଛି ଯେ, ହାଫିଜ ସଈଦ ଲାହୋରର ଏକ ସୁରକ୍ଷିତ ଅଞ୍ଚଳରେ ବସବାସ କରୁଛି। ଯାହା କୌଣସି ଅନ୍ୟ ଆତଙ୍କବାଦୀ ନେତାଙ୍କ ବାସସ୍ଥାନ ସହିତ ମେଳ ଖାଇ ନାହିଁ। ତେବେ ଏଠାରେ ହଫିଜ ରହୁଥିବା ଘର ସହିତ ଏକ ମସଜିଦ, ମଦରସା ଏବଂ ଏକ ନିଜସ୍ଵ ପାର୍କ ମଧ୍ୟ ରହିଛି। ଏହି ସ୍ଥାନ ସାଧାରଣ ଲୋକ ରହୁଥିବା ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏହି ସ୍ଥାନ ତାକୁ ଲୁଚି ରହିବାରେ ସହାୟକ ହେଉଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ପହଲଗାମ ଆକ୍ରମଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଦାବି କରି କହିଥିଲେ ଯେ ହାଫିଜ ସଈଦ ଆତଙ୍କବାଦୀ ଅର୍ଥ ହେରଫେର ମାମଲାରେ ଜେଲରେ ରହିଛି। କିନ୍ତୁ ପ୍ରକାଶିତ ରିପୋର୍ଟରେ ଏହାକୁ ଖଣ୍ଡନ କରାଯାଇଛି। ଯାହା ଦର୍ଶାଇଛି ଯେ ସେ ପାକିସ୍ତାନ ସରକାରଙ୍କ କଡା ସୁରକ୍ଷା ମଧ୍ୟରେ ମୁକ୍ତ ଭାବେ ରହୁଛି। ସେହିଭଳି ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡିକ ହାଫିଜର ଏହି ବାସସ୍ଥାନ ବିଷୟରେ ଅବଗତ ଅଛନ୍ତି ବୋଲି ମଧ୍ୟ ସୂତ୍ରରୁ ଜଣାପଡିଛି।

ଆପଣଙ୍କୁ ଜଣାଇ ରଖୁ ଯେ, ହାଫିଜ ସଈଦ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଯୋଜନାକାରୀ। ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଦାୟିତ୍ଵ ଲସ୍କର-ଏ-ତୋଇବାର ଏକ ଶାଖା ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ନିଜ ଉପରେ ନେଇଥିଲା। ଏହି ଦୁର୍ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଛି।

ଖବର ମୁତାବକ, ଗତ ମାସରେ ହାଫିଜଙ୍କ ଘନିଷ୍ଠ ସହଯୋଗୀ ଆବୁ କାତାଲଙ୍କ ହତ୍ୟା ପରେ ପାକିସ୍ତାନ ହାଫିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ତାଙ୍କ ବାସସ୍ଥାନକୁ ଏକ ଉପ-ଜେଲରେ ପରିଣତ କରିଛି। ଯେଉଁଠି ରହି ସେ ନିଜ ଆତହ୍କୀ କାର୍ଯ୍ୟକଳାପ ଗୁଡିକୁ ରୁପରେଖ ଦେଉଛନ୍ତି। 

ପାହାଲଗାମ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରି ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି। ଭାରତୀୟ ସେନାକୁ ଆକ୍ରମଣକାରୀଙ୍କ ବିରୋଧରେ ପୂର୍ଣ୍ଣ ଅପରେସନାଲ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସ୍ଵାଧୀନତା ଦିଆଯାଇଛି।

ଏହି ଖୁଲାସା ପାକିସ୍ତାନର ଆତଙ୍କବାଦ ପ୍ରତି ଥିବା ନୀତି ଉପରେ ପୁମି ଥରେ ପ୍ରଶ୍ନ ଉଠାଇଛି। ଯେଉଁଠାରେ ହାଫିଜ ସଈଦ ଭଳି ଆତଙ୍କବାଦୀ ନେତାମାନେ ମୁକ୍ତ ଭାବେ ରହୁଛନ୍ତି ବୋଲି ଅଭିଯୋଗ ହେଉଛି। ତେବେ ଏନେଇ ଭାରତ ସରକାରଙ୍କ ଆଭିମୁଖ୍ୟ କଣ ରହିବ ତାହା ପରେ ଜଣାପଡିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.