ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଭାରତ ପାଇଁ ପାକିସ୍ତାନ ଏୟାରସ୍ପେଶ ବନ୍ଦ; ପ୍ରତି ମାସ ୩୦୭କୋଟିର ଝଟକା !

Published By : Prameya | April 30, 2025 9:28 PM

ନୂଆଦିଲ୍ଲୀ, ୩୦/୪ :   ଜମ୍ମୁ- କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଭାରତ କିଛି ଶକ୍ତ ପଦକ୍ଷେପ ଉଠାଇଛି । ପାକିସ୍ତାନ ବି ଏହା ଉପରେ ତା’ର କାର୍ଯ୍ୟାନୁଷ୍ଠାନ ନେଇଛି । ଏଥିରୁ ଗୋଟିଏ ପାକିସ୍ତାନର ଭାରତୀୟ ବିମାନ କମ୍ପାନୀ ଲାଗି ନିଜ ଏୟାରସ୍ପେଶ ବନ୍ଦ କରିବା । ତଥା ଭାରତୀୟ ବିମାନ ପାକିସ୍ତାନ ଉପରେ ଉଡ଼ି ଅନ୍ୟ ଦେଶକୁ ଯାଇପାରିବ ନାହିଁ । 

ପ୍ରକାଶ ଯେ, ପାକିସ୍ତାନର ଏହି ନିଷ୍ପତ୍ତି ଉପରେ ଭାରତୀୟ ଏୟାରଲାଇନକୁ ନିଜ ଉଡ଼ାଣର ସଞ୍ଚାଳନ କରିବା ଲାଗି ପ୍ରତି ସପ୍ତାହରେ ପ୍ରାୟ ୭୭କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ୁଛି । ପାକିସ୍ତାନର ଏୟାର ସ୍ପେଶ ବନ୍ଦ ହେବା କାରଣରୁ କେତେକ ଦେଶର ଯାତ୍ରା ଲାଗି ବିମାନକୁ ବୈକଳ୍ପିକ ଋଟର ସାହାରା ନେବାକୁ ପଡ଼ୁଛି । ଏହାଦ୍ବାରା ଇନ୍ଧନ ଉପରେ ଅଧିକ ଖର୍ଚ୍ଚ ଲାଗୁଛି ଏବଂ ସମୟ ବି ଲାଗୁଛି । ଉତ୍ତର ଭାରତରୁ ଅନ୍ତରାଷ୍ଟ୍ରୀୟ ଉଡ଼ାଣର ସଂଖ୍ୟା ଏବଂ ବଢୁଥିବା ସମୟ ସୀମା ଆଧାରରେ ନ୍ୟୁଜ୍ ଏଜେନ୍ସି ପିଟିଆଇ କହିଛି କି ଅପରେଶ୍ନାଲ କଷ୍ଟ ମାସକୁ ପ୍ରାୟ ୩୦୭କୋଟି ଟଙ୍କାରୁ ଅଧିକ ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.