ମୁମ୍ବାଇ,୩୦/୪ : ସାଉଥ୍ ସୁପରଷ୍ଟାର ଅଜିତ କୁମାର ଆହତ । ୨୯ଏପ୍ରିଲରେ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କଠାରୁ ପଦ୍ମ ଭୂଷଣ ଆଓ୍ବାର୍ଡ଼ ନେଇ ଫେରୁଥିବାବେଳେ ଅଘଟଣ । ଅଭିନେତା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ଫ୍ୟାନ୍ସମାନେ ହଠାତ୍ ତାଙ୍କୁ ଦେଖି ଘେରି ଯାଇଥିଲେ ।
ଭିଡ଼ ଏତେମାତ୍ରାରେ ହୋଇଥିଲା ଯେ ସେଠାରେ ଠେଲାପେଲା ହେବାରୁ ଏହି ସମୟରେ ସେ ଆହତ ହୋଇଛନ୍ତି । ଫଳରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଲେଖା ହେବା ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି ।