ମୁମ୍ବାଇ,୦୨/୦୫:ଗତକାଲି ରିଲିଜ ହୋଇଯାଇଛି ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରେଡ୍ ୨' । ଅଜୟ ଦେବଗନ ୨୦୧୮ର ହିଟ୍ ଫିଲ୍ମ ରେଡ୍ର ସିକ୍ୱେଲ୍ ସହିତ ପୁଣି ଥରେ ବଡ଼ ପରଦାକୁ ଫେରିଛନ୍ତି । ତେବେ ଫିଲ୍ମ ରିଲିଜର ପ୍ରଥମ ଦିନରେ ଫ୍ୟାନ୍ସଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ମୋଟା ଅଙ୍କର କଲେକ୍ସନ ମଧ୍ୟ କରିଛି ।
ତେବେ 'ରେଡ୍ ୨' ମୁକ୍ତିଲାଭର ପ୍ରଥମ ଦିନରେ ହିଁ ଏହି ଚଳଚ୍ଚିତ୍ରକୁ ସଞ୍ଜୟ ଦତ୍ତଙ୍କ "ଦ ଭୂତନି", "ସାଉଥ୍"ର "ରେଟ୍ରୋ" ଏବଂ "ହିଟ୍ ୩" ଏବଂ ହଲିଉଡର "ଥଣ୍ଡରବୋଲ୍ଟ" ସହ ଟକ୍କର ଦେଉଛି । ଏହାରି ମଧ୍ୟରେ ବି ଅଜୟ ଦେବଗନ ବକ୍ସ ଅଫିସରେ ଧମାକା କରିବାରେ ସଫଳ ହୋଇଥିଲେ ଏବଂ 'ରେଡ୍ ୨' ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ହିଟ୍ ହୋଇଛି । ସାକନିକଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ରେଡ୍ ୨' ରିଲିଜର ପ୍ରଥମ ଦିନରେ ୧୮.୨୫ କୋଟି ଟଙ୍କା ରୋଜଗାର କରିଛି । 'ରେଡ୍ ୨' ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାକା ସୃଷ୍ଟି କରିଛି । ଏହା ସହିତ, ଫିଲ୍ମଟି 'ଛାବା' ,'ସିକନ୍ଦର' ପରେ ୧୮.୨୫ କୋଟି ଆୟ ସହ 'ରେଡ ୨' ୨୦୨୫ ବର୍ଷର ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇଛି । 'ରେଡ୍ ୨' ରିଲିଜ୍ ହେବା ମାତ୍ରେ ଅନେକ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମଟି ୨୦୨୫ ମସିହାର କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୧୪ଟି ଫିଲ୍ମର ପ୍ରଥମ ଦିନର କଲେକ୍ସନକୁ ପଛରେ ପକାଇ ଦେଇଛି ।
ପ୍ରକାଶ ଥାଉକି, 'ରେଡ୍୨'ର ନିର୍ଦ୍ଦେଶନା ରାଜ କୁମାର ଗୁପ୍ତା ଦେଇଛନ୍ତି ଏବଂ ପାନୋରାମା ଷ୍ଟୁଡିଓ ଏବଂ ଟି-ସିରିଜ୍ ଦ୍ୱାରା ପ୍ରଯୋଜିତ । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ, ରିତିଶ ଦେଶମୁଖ, ଭାନି କପୁର ଏବଂ ସୌରଭ ଶୁକ୍ଲା ପ୍ରମୁଖ ଅଭିନୟ କରିଛନ୍ତି । ଏହା ୨୦୧୮ରେ ମୁକ୍ତିଲାଭ କରିଥିବା 'ରେଡ୍'ର ସିକ୍ୱେଲ୍, ଯେଉଁଥିରେ ସୌରଭ ଶୁକ୍ଲା ଜଣେ ଦୁର୍ନୀତିଗ୍ରସ୍ତ ନେତାଙ୍କ ଭୂମିକାରେ ଅଭିନୟ କରିଥିଲେ ।