ମୁମ୍ବାଇ ୦୨/୦୫: ଶ୍ରମିକ ଦିବସ ଅବସରରେ ସୁରିଆ ଏବଂ ପୂଜା ହେଗଡେଙ୍କ ଫିଲ୍ମ 'ରେଟ୍ରୋ' ରିଲିଜ୍ କରିଛି। ଯାହା ଓପନିଙ୍ଗ୍ ଡେ’ ରେ ଜବରଦସ୍ତ କମାଇ କରିଛି। ଫିଲ୍ମଟି କେବଳ ବକ୍ସ ଅଫିସରେ କମାଲ ଦେଖାଇନି ବରଂ ସୋସିଆଲ ମିଡିଆରେ ମଧ୍ୟ ଭଲ ପ୍ରତିକ୍ରିୟା ପାଇଛି। ଅନେକ ଲୋକ କାର୍ତ୍ତିକ ସୁବ୍ବାରାଜଙ୍କ ନିର୍ଦ୍ଦେଶନା ଏବଂ ସୁରିଆ-ପୂଜାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରୁଛନ୍ତି।
'ରେଟ୍ରୋ' ରିଲିଜର ପ୍ରଥମ ଦିନରେ 'ହିଟ୍ ୩' ଏବଂ 'ରେଡ୍ ୨'କୁ ପଛରେ ପକାଇଛି। ମେ’ ୧ ରେ ରିଲିଜ୍ କରିଥିବା ସମସ୍ତ ଫିଲ୍ମ ମଧ୍ୟରୁ 'ରେଟ୍ରୋ' ବକ୍ସ ଅଫିସରେ ସର୍ବାଧିକ ୧୯.୨୫ କୋଟି ଟଙ୍କା କଲେକ୍ସନ କରିଛି। ରେଡ୍-୨ ୧୮.୨୫ କୋଟି ଟଙ୍କା ରୋଜଗାର କରିଥିବାବେଳେ ହିଟ୍-୩ ର ପ୍ରଥମ ଦିନର କଲେକ୍ସନ ୧୮ କୋଟି ଟଙ୍କା ଥିଲା।
ତେବେ 'ରେଟ୍ରୋ' ରିଲିଜ୍ ହେବା ମାତ୍ରେ ଆଉ ଏକ ରେକର୍ଡ ନିଜ ନାମରେ କରିଛି। ୧୯.୨୫ କୋଟିର କଲେକ୍ସନ ସହିତ, ଏହି ଫିଲ୍ମଟି ଅଜିତଙ୍କ ଗୁଡ୍ ବ୍ୟାଡ୍ ଅଗଲି (୨୮.୧୫ କୋଟି) ଏବଂ ବିଦମୁଆର୍ଚି (୨୫.୫ କୋଟି) ପରେ ତୃତୀୟ ସବୁଠାରୁ ବଡ଼ ତାମିଲ ଓପନର ହୋଇପାରିଛି।