ପ୍ରମୂଖ ଖବର
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଭାରତର ପ୍ରତିଜବାବ ଭୟରେ ପାକିସ୍ତାନ, ପିଓକେର ଲୋକମାନଙ୍କୁ ଖାଦ୍ୟ-ପାନୀୟ ମହଜୁଦ ରଖିବାକୁ ନିର୍ଦ୍ଦେଶ

Published By : Tapas Panda | May 2, 2025 4:38 PM

Image Courtesy: timesnownews

ନୂଆଦିଲ୍ଲୀ: ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣ ଭୟରେ ଥରହର ପାକିସ୍ତାନ । ଯୁଦ୍ଧ ଆଶାଙ୍କାରେ ପାକିସ୍ତାନ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର କରିଛି । ଖୈବର ପଖତନୁଖ୍ବାରେ ବିମାନ ଆକ୍ରମଣ ସମୟରେ ବାଜିବାକୁ ଥିବା ସାଇରନ୍‌ ସ୍ଥାପନ ପାଖରୁ ଆରମ୍ଭ କରି ସୀମାବର୍ତ୍ତୀ ଅଞ୍ଚଳରେ ବଙ୍କର ନିର୍ମାଣ କରୁଛି ପାକିସ୍ତାନ । ଏବେ ପାକିସ୍ତାନ ସରକାର ପିଓକେ (ପାକିସ୍ତାନ ଅଧୀକୃତ କାଶ୍ମୀର) ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ପିଓକେର ଲୋକମାନଙ୍କୁ ଖାଦ୍ୟ ଏବଂ ପାନୀୟ ମହଜୁଦ ରଖିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଫଳରେ ଯୁଦ୍ଧ ହେଲେ ସେଠାକାର ଲୋକମାନଙ୍କୁ କୌଣସି ଅସୁବିଧା ହେବ ନାହିଁ । 

ଜମ୍ମୁକାଶ୍ମରର ପହଲଗାମରେ ଆକ୍ରମଣ ପରେ ଆତଙ୍କୀଙ୍କ ଭୂସ୍ବର୍ଗ ପାକିସ୍ତାନରେ ଏବେ କୋକୁଆ ଭୟ ଲାଗି ରହିଛି । ଭାରତ ନିଶ୍ଚିତ ଭାବରେ ଏହି ଆକ୍ରମଣର ପ୍ରତିଶୋଧ ନେବ ବୋଲି ବିଶ୍ବାସ କରୁଛି ପାକିସ୍ତାନ । କୂଟନୈତିକ ଏବଂ ରଣନୈତକ ସ୍ତରରେ ବିଭିନ୍ନ ନିଷ୍ପତ୍ତି ନେଇ ଭାରତ ପଡ଼ୋଶୀ ପାକିସ୍ତାନକୁ ନୟାନ୍ତ କରିଥିବା ବେଳେ ଏବେ ଯୁଦ୍ଧ ଆଶଙ୍କାରେ ନିଦ୍ରାହୀନତାର ଶିକାର ହୋଇଛନ୍ତି ସେଠାକର ଶୀର୍ଷ ଅଧିକାରୀ ଏବଂ ଶାସନ ମୁଖ୍ୟ । 

ଏଲଓସି ନିକଟରେ ଥିବା ଗାଁଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଓ ପାନୀୟ ମହଜୁଦ ରଖିବାକୁ ପାକିସ୍ତାନ ସରକାର ପରାମର୍ଶ ଦେଇଛନ୍ତି । ଭାରତର ସମ୍ଭାବ୍ୟ ପ୍ରତିଶୋଧ ଭୟରେ ଥିବା ପାକିସ୍ତାନ ପୂର୍ବରୁ ଅନେକ ଥର ଚକମା ଖାଇଛି । ପୂର୍ବରୁ ଭାରତ ପିଓକେ ଏବଂ ବାଲାକୋଟ୍‌ରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଉରି ଏବଂ ପୁଲଓ୍ବାମା ଆକ୍ରମଣର ପ୍ରତିଶୋଧ ନେଇଥିଲା । ସେତେବେ‌ଳେ ଆତଙ୍କବାଦୀଙ୍କୁ ଆକ୍ରମଣର ମୂଲ୍ୟ ଦେବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ସେହିଭଳି ପହଲାଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏହାର କଡ଼ା ଜବାବ ଦିଆଯିବ ବୋଲି ମୋଦୀ କହିସାରିଛନ୍ତି । ସେପଟେ ଗୁରୁବାର ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚେତାବନୀ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.