ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

Pakistan: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି; ପିଓକେରେ ଖାଦ୍ୟ ସାମଗ୍ରୀ ସଞ୍ଚୟ ପାଇଁ ନିର୍ଦ୍ଦେଶ ଦେଲା ଇସଲାମାବାଦ

Published By : Bijay Swain | May 2, 2025 10:16 PM

Image courtesy: indiatoday

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଓ ଭାରତ ସହ ସୀମା ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ଜରୁରୀ କାଳୀନ ଭିତ୍ତିରେ ଖାଦ୍ୟ ଓ ରାସନ ସାମଗ୍ରୀ ସଞ୍ଚୟ କରିବାକୁ ପାକିସ୍ତାନ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାର ପରିପ୍ରେକ୍ଷୀରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ପାଇବା ପରେ ପିଓକେ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଆବଶ୍ୟକିୟ ସାମଗ୍ରୀ ସଂଗ୍ରହ ପାଇଁ ଏକ ପ୍ରକାର ପ୍ରତିଯୋଗିତା ଲାଗିଯାଇଛି। 

ସୂଚନା ମୁତାବକ, ପାକିସ୍ତାନ ଅଧିକୃତ କାଶ୍ମୀରରେ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ସଞ୍ଚୟ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶ ପାକିସ୍ତାନ ସରକାରଙ୍କ ପକ୍ଷରୁ ଜାରି କରା ଯାଇଛି। ଭାରତର ସମ୍ଭାବ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଆଶଙ୍କାକୁ ନେଇ ପାକିସ୍ତାନ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସୀମାରେ ଲଗାତାର ଭାବେ ୮ ଦିନ ଧରି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଇଚାଲିଛି। ଏହାର ଜବାବରେ ଭାରତୀୟ ସେନା ମଧ୍ୟ ଉପଯୁକ୍ତ ଜବାବ ଦେଉଛି। ଏହା ସହିତ, ଯୁଦ୍ଧ ଭୟରେ ପାକିସ୍ତାନ ନିଜର କିଛି ଏୟାରସ୍ପେସକୁ ଅସ୍ଥାୟୀ ରୁପେ ବନ୍ଦ କରିଛି ଏବଂ ସୁରକ୍ଷା ଉପରେ ଅଧିକ ଜୋର ଦେଉଛି।

ପାକିସ୍ତାନ ସରକାରଙ୍କ ଦ୍ୱାରା ଏହି ନିର୍ଦ୍ଦେଶ ଜାରି ହେବା ପରେ ପିଓକେ ଅଞ୍ଚଳରେ ଆତଙ୍କ ଓ ଅନିଶ୍ଚିତତା ସୃଷ୍ଟି ହୋଇଛି। ଚାକୋଠି ଭଳି ସୀମା ନିକଟବର୍ତ୍ତୀ ଅଞ୍ଚଳରେ ବାସିନ୍ଦାମାନେ ନିଜର ସୁରକ୍ଷା ପାଇଁ ପୁରାତନ ଭୂଗର୍ଭ ସ୍ଥିତ ବଙ୍କର ସଫା କରୁଛନ୍ତି ଓ ଏହାକୁ ବାସୋପଯୋଗି ବନାଉଛନ୍ତି। ଏହା ସହିତ, ପାକିସ୍ତାନରେ ଆର୍ଥିକ ସଙ୍କଟ ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। କାରଣ ଭାରତ ସହ ବାଣିଜ୍ୟ ବନ୍ଦ ହେବା ଏବଂ ଇଣ୍ଡସ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ ଦେଶର କୃଷି ଓ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ।

ପାହାଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ତରରେ ପହଞ୍ଚିଛି। ପିଓକେରେ ଖାଦ୍ୟ ସଞ୍ଚୟ ନିର୍ଦ୍ଦେଶ ଏକ ସମ୍ଭାବ୍ୟ ସଂଘର୍ଷର ଆଶଙ୍କାକୁ ପ୍ରତିଫଳିତ କରୁଛି। ଆନ୍ତର୍ଜାତୀୟ ସମୁଦାୟ ଏହି ପରିସ୍ଥିତି ଉପରେ ନଜର ରଖିବା ସହ ଉଭୟ ଦେଶକୁ ସଂକ୍ଷମ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.