ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

୧୦୦ ସ୍ଥାନରେ ରେଡ୍‌, ୩ ହଜାର ସନ୍ଦିଗ୍ଧଙ୍କୁ ଜେରା ... ପହଲଗାମ୍‌ରେ କେମିତି ପହଞ୍ଚିଲେ ଆତଙ୍କୀ ? NIA ଖୁବ୍‌ ଶୀଘ୍ର ଦେବ ରିପୋର୍ଟ

Published By : Prameya | May 3, 2025 5:52 PM

ନୂଆଦିଲ୍ଲୀ : ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ( ଏନଆଇଏ)ର ମହାନିର୍ଦ୍ଦେଶକ (ଡିଜି) ସଦାନନ୍ଦ ଦାତେ ଆଜି ଶ୍ରୀନଗରରୁ ଦିଲ୍ଲୀ ଫେରି ପାରନ୍ତି ଏବଂ ପହଲଗାମ ଆତଙ୍କୀ ହମଲାରେ ପ୍ରାରମ୍ଭିକ ରିପୋର୍ଟ ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରିବେ। ଏହି ହମଲାକୁ ନେଇ କେନ୍ଦ୍ର ସରକାର ଖୁବ୍‌ ତତ୍ପର ଅଛନ୍ତି ଏବଂ ଯାଞ୍ଚ ଏଜେନ୍ସିକୁ ସବୁ ଦିଗରୁ ଗୁରୁତର ଭାବେ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି। ମାମଲାର ଯାଞ୍ଚ କରୁଥିବା  NIAର ଟିମ୍‌ ପୀଡ଼ିତ ପରିବାରର ମଧ୍ୟ ବୟାନ ରେକର୍ଡ କରିଛି। 

ନିଜର ଗସ୍ତ ସମୟରେ ଡିଜି ଏନଆଇଏ ବୈସରନ ଘାଟୀକୁ ଯାତ୍ରା କରିଛନ୍ତି ଏବଂ ଘଟଣା ସ୍ଥଳରେ ଯାଞ୍ଚର ପ୍ରଗତିର ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି। ଏହି ବୈଠକରେ ସଦ୍ୟ ସୁରକ୍ଷା ସ୍ଥିତିର ସମୀକ୍ଷା ସହ ଗୁଇନ୍ଦା ସୂତ୍ରକୁ ଦୃଢ କରିବା ଓ ସେୟାର ସୂଚନା ଗୁଡ଼ିକର ଉତ୍ତମ ଆଦାନପ୍ରଦାନ ଉପରେ ବିଶେଷ ଜୋର ଦିଆଯାଇଛି। 

୧୦୦ ଟି ସ୍ଥାନରେ ଚଢାଉ – ଏହି ମଧ୍ୟରେ ଜମ୍ମୁ-କାଶ୍ମୀର ପୁଲିସ , ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ମିଳିତ ଅଭିଯାନ ଚଳାଇ ଗିରଫ ଓଭର ଗ୍ରାଉଣ୍ଡ ୱାର୍କରଙ୍କ ସହ ଜଡ଼ିତ ପାଖାପାଖି ୧୦୦ଟି ସ୍ଥାନରେ ଚଢାଉ କରିଛି। ଚଢାଉ ବେଳେ ପ୍ରତିବନ୍ଧିତ ଆତଙ୍କୀ ସଙ୍ଗଠନ ଅଲ-ଉମର ମୁଜାହିଦିନର ସଂସ୍ଥାପକ ମୁସ୍ତାକ ଅହମ୍ମଦ ଜରଗର ଓରଫ ଲତ୍ରମର ଘରର ବି ତଲାସୀ ନିଆଯାଇଛି। ଜରଗର ସେହି ଆତଙ୍କୀ , ଯାହାକୁ ୧୯୯୯ ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି-୮୧୪ର ଅପହରଣ ପରେ ଛାଡ଼ି ଦିଆଯାଇ ଥିଲା।

୩୦୦୦ ସନ୍ଦିଗ୍ଧଙ୍କୁ ଜେରା – 

ଏନଆଇଏ ଓ ଜମ୍ମୁ-କାଶ୍ମୀର ପୁଲିସ ଏବେସୁଦ୍ଧା ୯୦ ଓଜିଡବ୍ଲ୍ୟୁ ବିରୁଦ୍ଧରେ ୟୁଏପିଏ ଅନୁସାରେ ମାମଲା ରୁଜୁ କରିଥିବା ବେଳେ ପାଖାପାଖି ୩ହଜାର ସନ୍ଦିଗ୍ଧଙ୍କୁ ପଚରା ପଚରି କରିଛି। ଯାଞ୍ଚ ଏଜେନ୍ସିଙ୍କ ଅନୁସାରେ, ଏହି ହମଲା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ଅଛି, ଯାହାର ରହସ୍ୟ ଧିରେ ଧିରେ ଖୋଲୁଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏହି ରିପୋର୍ଟ ଆଧାରରେ ଆଗାମୀ ରଣନୀତି ସ୍ଥିର କରିବ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାର ନିର୍ଦ୍ଦେଶ ଜାରି କରି ପାରେ। 

୨୨ ଅପ୍ରେଲ୍‌ରେ ହୋଇଥିଲା ଆତଙ୍କୀ ହମଲା –

ପହଲଗାମରେ ୨୨ ଅପ୍ରେଲରେ ଆତଙ୍କବାଦୀ ମାନେ ୨୬ ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରି ଥିଲେ। ହତ୍ୟାକାଣ୍ଡ ଘଟାଇବା ପରେ ଆତଙ୍କୀ ଫେରାର ହୋଇ ଯାଇଥିଲେ। ଘଟଣା ପରେ ଏନଆଇଏ ଆକ୍ରମଣାତ୍ମକ ଯାଞ୍ଚ ମଧ୍ୟ ଆରମ୍ଭ କରି ଦେଇଥିଲା। ଏନଆଇଏର ଅଧିକାରୀମାନେ ଘଟଣାରେ ଜୀବନ ହରାଇ ଥିବା ମୃତକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି , ଯିଏକି ସେହି ସମୟରେ ତାଙ୍କ ସହ ଥିଲେ। ଯାଞ୍ଚ ଟିମ୍ ଘଟଣାର ମୂଳ ଯାଏ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଯେ, ଆତଙ୍କୀମାନେ ପର୍ଯ୍ୟଟକଙ୍କୁ କାହିଁକି ଟାର୍ଗେଟ୍‌ କଲେ ଏବଂ ଏହା ପଛରେ ତାଙ୍କର କଣ ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.