ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

କମ୍ ଦୂରଗାମୀ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଟେଣ୍ଡର ଜାରି କଲା ଭାରତୀୟ ସେନା; ରହିଛି ୪୮ଟି ଲଞ୍ଚର, ୮୫ଟି ମିସାଇଲର ଆବଶ୍ୟକତା

Published By : Bijay Swain | May 3, 2025 7:14 PM

Image courtesy: mathrubhumi

ନୂଆଦିଲ୍ଲୀ: ଭାରତୀୟ ସେନା ଶତ୍ରୁଙ୍କ ବିମାନ, ହେଲିକପ୍ଟର ଏବଂ ଡ୍ରୋନକୁ ନିଷ୍କ୍ରିୟ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ କମ୍ ଦୂରଗାମୀ ପ୍ରତିରକ୍ଷା ବ୍ୟବସ୍ଥା (ନେକ୍ସଟ ଜେନେରେସନ୍ ଭେରୀ ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ) କ୍ରୟ କରିବା ପାଇଁ ଏକ ଟେଣ୍ଡର ଜାରି କରିଛି। ଏହି ଟେଣ୍ଡର ଅନୁଯାୟୀ ଭାରତୀୟ ସେନା ୪୮ଟି ଲଞ୍ଚର, ୮୫ଟି ମିସାଇଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସରଞ୍ଜାମ ସଂଗ୍ରହ କରିବାକୁ ଯୋଜନା କରିଛି। ଏହା ‘ମେକ୍ ଇନ୍ ଇଣ୍ଡିଆ’ ଉଦ୍ୟମ ଅଧୀନରେ କରାଯାଉଛି। ଯାହା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତକୁ ସ୍ୱାବଲମ୍ବୀ କରିବାକୁ ପ୍ରୋତ୍ସାହନ ଦେଉଛି।

ଭାରତୀୟ ସେନାର ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବା ପାଇଁ ଏହି ଟେଣ୍ଡର ଜାରି କରାଯାଇଛି। ଏହି ଯୁଦ୍ଧାସ୍ତ୍ର କ୍ରୟ କରିବା ଦ୍ୱାରା ନିମ୍ନ-ଉଚ୍ଚତା ଏବଂ ନିକଟବର୍ତ୍ତୀ ଆକ୍ରମଣ ସମେତ ବିଭିନ୍ନ ଯୁଦ୍ଧ ପରିସ୍ଥିତିରେ ଶତ୍ରୁ ପକ୍ଷର ଏୟାର ଟୁ ଗ୍ରାଉଣ୍ଡ(ଆକାଶ ପଥରୁ ଭୂପୃଷ୍ଠ) ଆକ୍ରମଣକୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ପାକିସ୍ତାନ ସହ ଲାଗି ରହିଥିବା ଉତ୍ତେଜନା ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟ ଏକ ପଦକ୍ଷେପ। ଏହା ଦେଶର ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ପାଇଁ ଭାରତର ସୈନ୍ୟ ଶକ୍ତି ବୃଦ୍ଧି କରିବାରେ ସହଯୋଗ କରିବ।

ଏହା ସହିତ ଭାରତ ଶନିବାର ଜାତୀୟ ସୁରକ୍ଷା ଏବଂ ଜନସାଧାରଣ ନୀତି ଆଧାରରେ ପାକିସ୍ତାନରୁ ସମସ୍ତ ପଣ୍ୟ ଆମଦାନୀ ଉପରେ ପୂର୍ଣ୍ଣ ନିଷେଧାଜ୍ଞା ଲଗାଇଛି। ୨୦୧୯ରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନରୁ ଆସୁଥିବା ପଣ୍ୟ ସାମଗ୍ରୀ ଉପରେ ୨୦୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଥିଲା। ଯେଉଁଥିପାଇଁ ପାକିସ୍ତାନରୁ ଆସୁଥିବା ସିଧାସଳଖ ରପ୍ତାନୀ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା। ବାଧ୍ୟ ହୋଇ ପାକିସ୍ତାନ ତୃତୀୟ ପକ୍ଷ ଦେଶ ଗୁଡିକ ସହାୟତାରେ ନିଜ ପଣ୍ୟ କାରବାର ଭାରତ ସହ ଜାରି ରଖିଥିଲା। ହେଲେ ବର୍ତ୍ତମାନ ଭାରତ ପାକିସ୍ତାନ ରପ୍ତାନି ଉପରେ ପୂର୍ଣ୍ଣ ନିଷେଧାଜ୍ଞା ଜାରି କରିଥିବାରୁ ତୃତୀୟ ପକ୍ଷ ଦେଶ ମାଧ୍ୟମରେ ପଣ୍ୟଦ୍ରବ୍ୟ ସାମଗ୍ରୀ ରପ୍ତାନୀ ଉପରେ ମଧ୍ୟ ରୋକ ଲାଗିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.