ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ମୌସୁମୀ ଅଧିବେଶନରେ ଆସିବ ଜାତି ଜନଗଣନା ବିଲ୍;୨୦୨୬ରୁ ଜନଗଣନା, ସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ଲାଗୁ

Published By : prameya | May 4, 2025 8:33 AM

ନୂଆଦିଲ୍ଲୀ,୦୪/୦୫:ଜାତିଗତ ଜନଗଣନା ବିଲ୍‌ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ । ଏହା ଆଇନରେ ପରିଣତ ହେବା ପରେ ଜନଗଣନା ସହିତ ଜାତି ଜନଗଣନା କରାଯିବ । ଆଉ ଏକ ବଡ଼ କଥା ହେଉଛି ଦେଶରେ ୨୦୨୬ରୁ ଜନଗଣନା, ଜାତି ଗଣନା, ସୀମା ନିର୍ଦ୍ଧାରଣ ଓ ସଂସଦରେ ମହିଳା ସଂରକ୍ଷଣ ଆଦି ଏକସଙ୍ଗେ କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି । ୨୦୨୬ରୁ ଜନଗଣନା ଓ ଜାତି ଗଣନା ଏଥିପାଇଁ ଆରମ୍ଭ ହେବ, କାରଣ ୨୦୦୧ରେ ଲୋକସଭା ଆସନ ସଂଖ୍ୟା ୨୦୨୬ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରଖାଯାଇଥିଲା । ସେହିଭଳି ମହିଳା ସଂରକ୍ଷଣ ବିଲ୍‌ ୨୦୨୩ ସେପ୍ଟେମ୍ବର ୨୦ରେ ପାରିତ ହୋଇ ଆଇନରେ ପରିଣତ ହୋଇଥିଲା । ଆଗାମୀ ସୀମା ନିର୍ଦ୍ଧାରଣ ଓ ଜନଗଣନା ସଂଖ୍ୟା ଆଧାରରେ ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ଆସନ ସଂରକ୍ଷିତ ରଖାଯିବ । 

ଏକ ଆକଳନ ଅନୁସାରେ, ଜନଗଣନା ପାଇଁ ପ୍ରାୟ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇପାରେ । ଅର୍ଥାତ୍‌ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ ହେବ । ଜାତି ଜନଗଣନା ସାଙ୍ଗକୁ ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ଅପ୍‌ଡେଟ୍‌ କରାଯାଇପାରେ । ଉଲ୍ଲେଖଯୋଗ୍ୟ, ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି (ସିସିପିଏ) ବୈଠକରେ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ଏହି ନିଷ୍ପତ୍ତିକୁ ବିରୋଧୀ ଦଳଗୁଡ଼ିକ ସ୍ୱାଗତ କରିଥିଲେ । ତେଣୁ ସଂସଦରେ ଏ ସଂକ୍ରାନ୍ତ ବିଲ୍‌କୁ ପାରିତ କରାଇବାରେ କୌଣସି ସମସ୍ୟା ଉପୁଜି ନ ପାରେ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.