ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ପରମାଣୁ ଅସ୍ତ୍ର ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ କରେ ଭାରତ, ଜାଣନ୍ତୁ କ’ଣ କୁହେ ଭାରତ

Published By : Prameya | May 4, 2025 12:33 PM

ନୂଆଦିଲ୍ଲୀ ୦୪/୦୫: ପରମାଣୁ ଅସ୍ତ୍ରର କଥା ଉଠିବା ମାତ୍ରେ ପ୍ରଥମ ପରମାଣୁ ଆକ୍ରମଣ ହିରୋସିମା ଏବଂ ନାଗାସାକି ମନେ ପଡ଼େଯାଏ। ଯେତେବେଳେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଏହି ସ୍ଥାନଗୁଡ଼ିକରେ ଦୁଇଟି ପରମାଣୁ ବୋମା ପକାଇଥିଲା। ଯାହା ଯୋଗୁଁ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ଆଲୋଚନା ତୀବ୍ର ହୋଇଛି। ପାକିସ୍ତାନ ପରମାଣୁ ଆକ୍ରମଣକୁ ନେଇ ଧମକ ଦେଉଛି। କିନ୍ତୁ ଜାଣନ୍ତି କି ଦେଶମାନେ ପରମାଣୁ ଅସ୍ତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି, କିମ୍ବା ଭାରତ ପରମାଣୁ ଅସ୍ତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି?

ଯେତେବେଳେ ଜାପାନ ଉପରେ ପରମାଣୁ ବୋମା ପଡ଼ିଲା, ଏହା କେବଳ ଲୋକଙ୍କ ଜୀବନ ନେଇନଥିଲା ବରଂ ଦେଶକୁ ମଧ୍ୟ ବହୁତ କ୍ଷତି ପହଞ୍ଚାଇଥିଲା। କିନ୍ତୁ ତଥାପି ବିଶ୍ୱର ଦେଶଗୁଡ଼ିକ ପରମାଣୁ ଅସ୍ତ୍ରଶସ୍ତ୍ରର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୯୧.୪ ବିଲିୟନ ଡଲାର ଖର୍ଚ୍ଚ କରନ୍ତି। ଭାରତ ବିଷୟରେ କହିବାକୁ ଗଲେ, ୨୦୨୨ ମସିହାର ରିପୋର୍ଟ ଅନୁଯାୟୀ, ବିଶ୍ୱର ପରମାଣୁ ଅସ୍ତ୍ର ସମୃଦ୍ଧ ଦେଶଗୁଡ଼ିକ ୨୦୨୧ ମସିହାରେ ସେମାନଙ୍କର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମରେ ୮୨.୪ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ପ୍ରତିରକ୍ଷା ଥିଙ୍କ ଟ୍ୟାଙ୍କ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ୨୦୨୨ ମସିହାରେ ଭାରତ ପାଖରେ ୧୬୦ଟି ପରମାଣୁ ଅସ୍ତ୍ର ଥିଲା, ଯାହାର ସଂଖ୍ୟା ଏବେ ବୃଦ୍ଧି ପାଉଛି।

ରିପୋର୍ଟ ଅନୁଯାୟୀ, ରୁଷ ପରମାଣୁ ଅସ୍ତ୍ର ପାଇଁ ୮.୬ ବିଲିୟନ ଡଲାର, ଆମେରିକା ୪୪.୨ ବିଲିୟନ ଡଲାର, ୟୁକେ ୬.୮ ବିଲିୟନ ଡଲାର, ଚୀନ ୧୧.୨ ବିଲିୟନ ଡଲାର, ଫ୍ରାନ୍ସ ୫.୯ ବିଲିୟନ ଡଲାର, ଭାରତ ୨.୩ ବିଲିୟନ ଡଲାର, ପାକିସ୍ତାନ ୧.୧ ବିଲିୟନ ଡଲାର, ଇସ୍ରାଏଲ ୧.୨ ବିଲିୟନ ଡଲାର ଖର୍ଚ୍ଚ କରିଛି। ବିଶ୍ୱର କେବଳ ନଅଟି ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି। ପରମାଣୁ ବୋମାକୁ ତିଆରି କରିବା ଯେତିକି ମହଙ୍ଗା, ତାହାକୁ ସଂରକ୍ଷଣ କରିବା ମଧ୍ୟ ସେତିକି ମହଙ୍ଗା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.