ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଅଷ୍ଟ୍ରେଲିଆ ନିର୍ବାଚନରେ ଲେବର ପାର୍ଟି ବିଜୟୀ, ପୁଣି ପ୍ରଧାନମନ୍ତ୍ରୀ ହେବେ ଆଲବାନିଜ

Published By : Harapriya Sethi | May 4, 2025 12:50 PM

କାନ୍‌ବେରା, ୦୪/୦୫: ଅଷ୍ଟ୍ରେଲିଆ ସାଧାରଣ ନିର୍ବାଚନରେ ଲେବର ପାର୍ଟି ପୁଣି ବିଜୟୀ ହୋଇଛି । ସନ୍ଧ୍ୟା ସୁଦ୍ଧା ୫୫% ଭୋଟ ଗଣତି ହୋଇଥିବାବେଳେ ଲେବର ପାର୍ଟି ୮୯ ଆସନ ଜିତିଛି । ବିରୋଧୀ ଲିବେରାଲ-ନ୍ୟାସନାଲ ମେଣ୍ଟକୁ କେବଳ ୩୬ ଆସନ ମିଳିଛି । ବିଜୟୀ ହେବା ପାଇଁ ୭୬ ଆସନ ଆବଶ୍ୟକ ହୋଇଥାଏ । ଲେବର ପାର୍ଟି ଜିତିବା ଫଳରେ ଆନ୍ଥୋନି ଆଲ୍‌ବାନିଜ୍‌ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ଅଷ୍ଟ୍ରେଲିଆରେ ୨୧ ବର୍ଷରେ କୌଣସି ନେତା ଲଗାତର ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାରେ ଆଲ୍‌ବାନିଜ ପ୍ରଥମ । ଏହା ପୂର୍ବରୁ ୨୦୦୪ରେ ଲିବେରାଲ ପାର୍ଟିର ଜନ୍‌ ହାୱାର୍ଡ ଲଗାତର ଦ୍ୱିତୀୟ ଥର ନିର୍ବାଚନ ଜିତିଥିଲେ । ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ପିଟର ଡଟନ ନିଜ ସିଟ୍‌ରୁ ହାରିଛନ୍ତି । ପ୍ରକାଶଥାଉ କି, ଭାରତ ଭଳି ଅଷ୍ଟ୍ରେଲିଆ ସଂସଦରେ ଦୁଇଟି ଗୃହ ରହିଛି । ଏହାର ୧୫୦ ଆସନ ପାଇଁ ଭୋଟିଂ ହୋଇଛି । ୨୦୨୨ରେ ଆଲ୍‌ବାନିଜ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ହୋଇଥିଲେ । କ୍ଷମତାକୁ ଆସିବା ପରେ ତାଙ୍କୁ ବେଶ୍‌ ଲୋକପ୍ରିୟତା ମଳିଥିଲା । ସେ ପ୍ରାୟ ୩୦ ବର୍ଷ ହେଲା ସାଂସଦ ରହିଛନ୍ତି ।

ଆଲ୍‌ବାନିଜ କହିଛନ୍ତି, ଅଷ୍ଟ୍ରେଲିଆର ଜନତା ଅଷ୍ଟ୍ରେଲୀୟ ମୂଲ୍ୟବୋଧକୁ ଭୋଟ ଦେଇଛନ୍ତି । ସମସ୍ତଙ୍କ ପାଇଁ ନ୍ୟାୟ, ଆଶା ଆକାଂକ୍ଷା ଏବଂ ସୁଯୋଗ ଲାଗି ଏହି ଜନାଦେଶ । ଅଷ୍ଟ୍ରେଲିଆର ସେବା କରିବାକୁ ସୁଯୋଗ ଦେବା ତାଙ୍କ ପାଇଁ ବଡ଼ ସମ୍ମାନ । ଏବେର ବୈଶ୍ୱିକ ଅସ୍ଥିରତା ଭିତରେ ଅଷ୍ଟ୍ରେଲୀୟମାନେ ଆଶାବାଦ ଏବଂ ସଂକଳ୍ପକୁ ବାଛିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ମୋଦି ପୋଷ୍ଟ କରିଛନ୍ତି, ‘ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ନିର୍ବାଚନ ହେବା ଏବଂ ବିପୁଳ ବିଜୟ ହାସଲ କରିଥିବାରୁ ଆନ୍ଥୋନି ଆଲ୍‌ବାନିଜ୍‌ଙ୍କୁ ଶୁଭେଚ୍ଛା । ଆପଣଙ୍କ ନେତୃତ୍ୱ ଦକ୍ଷତା ଉପରେ ଅଷ୍ଟ୍ରେଲିଆବାସୀଙ୍କର ପୂର୍ଣ୍ଣ ଭରସା ଥିବା ଏହି ବିଜୟ ଦର୍ଶାଉଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗଭୀର ରଣନୈତିକ ଭାଗିଦାରୀକୁ ଆହୁରି ମଜଭୁତ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଦିଗରେ ମିଳିତ ଭାବେ କାମ କରିବା ପାଇଁ ଉତ୍ସୁକ ଅଛ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.