ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଆନ୍ଥୋନି ଆଲବାନିଜ୍ ଦ୍ୱିତୀୟ ଥର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ଜାଣନ୍ତୁ ଗରିବ ପରିବାରରୁ କେମିତି ଥିଲା ପଲିଟିକ୍ସ ଯାତ୍ରା ?

Published By : Ankita S | May 4, 2025 9:12 AM

ନୂଆଦିଲ୍ଲୀ,୦୪/୦୩: ଆନ୍ଥୋନି ଆଲବାନିଜ୍ କ୍ରମାଗତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଦୀର୍ଘ ୨୧ ବର୍ଷରେ ପ୍ରଥମ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାବେ ଲଗାତାର ଦ୍ବିତୀୟ ଥର କାର୍ଯ୍ୟକାଳରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିରୋଧୀ ଲିବରାଲ ପାର୍ଟି ଅଫ୍ ଅଷ୍ଟ୍ରେଲିଆର ନେତା ପିଟର ଡଟ୍ଟନ ପରାସ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆର ଲେବର ପାର୍ଟି ନେତା ଆନ୍ଥୋନିଙ୍କର ଏହି ଦ୍ୱିତୀୟ ଐତିହାସିକ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଆପଣ ଜାଣିଛନ୍ତି କି ଆନ୍ଥୋନି ଆଲବାନିଜ୍ କିଏ ? ତାଙ୍କର ରାଜନୀତି ଯାତ୍ରା କେମିତି ଓ କେବେ ଆରମ୍ଭ ହେଲା । ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ଆନ୍ଥୋନି ଆଲବାନିଜ୍ କିଏ ? ଶନିବାର ଅଷ୍ଟ୍ରେଲିଆର ସାଧାରଣ ନିର୍ବାନଚ ହୋଇଥିଲା । ଅଷ୍ଟ୍ରେଲିଆରେ ୧ କୋଟି ୮୧ ଲକ୍ଷ ପଞ୍ଜୀକୃତ ମତଦାତା ଅଛନ୍ତି ।  ନିର୍ବାଚନରେ ବିଜୟ ହାସଲ କରିଛନ୍ତି ଆନ୍ଥୋନି ଆଲବାନିଜ୍ । ନିର୍ବାଚନ ଜିତିବାପରେ ଆନ୍ଥୋନି କହିଛନ୍ତି, 'ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଭୋଟରମାନେ ନୂଆ ଆଶାବାଦ ଓ ବିଶ୍ୱାସକୁ ବାଛିଛନ୍ତି ।' ଗତ ୩୦ ବର୍ଷ ହେବ ସାଂସଦ ରହିଛନ୍ତି ଆନ୍ଥୋନି । ୨୦୨୨ରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଛନ୍ତି । ମାତ୍ର ଏହି ବିଜୟ ତାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନର ବଡ ଉପଲବ୍ଧି । ଆନ୍ଥୋନୀ ଜଣେ ସାଧାରଣ ପରିବାରର । ତାଙ୍କ ମାଆ ଏକାକୀ ତାଙ୍କର ଲାଳନ ପାଳନ କରିଛନ୍ତି । ଯେତିକି ପେନସନ୍ ମିଳୁଥିଲା ସେଥିରେ ହିଁ ଘର ଚଳୁଥିଲା । ଗରିବ ପରିବାରରୁ ଆସି ବି ଆନ୍ଥୋନୀ ଆଜି ଅଷ୍ଟ୍ରେଲିଆ ରାଜନୀତିରେ ବଡ଼ ଚେହେରା ହୋଇଛନ୍ତି । ସେ ଗରିବ ଓ ସଂଘର୍ଷକୁ  ଭଲ ଭାବେ ବୁଝିଛନ୍ତି ।

୬୧ ବର୍ଷୀୟ ଆନ୍ଥୋନି ଆଲବାନିଜ୍ ୨୦ ଦଶକରେ ଲେବର ପାର୍ଟିରେ ଯୋଗ ଦେଇଥିଲେ । ୧୯୯୬ରେ ସଂସଦକୁ ନିର୍ବାଚିତ ହୋଇଥିଲେ । ସେବେଠୁ ସେ ଅଷ୍ଟ୍ରେଲିଆର ସବୁଠୁ ଦୀର୍ଘ ସମୟ ଧରି ସେବା କରୁଥିବା ସାଂସଦମାନଙ୍କ ମଧ୍ୟରେ ଜଣେ । ତାଙ୍କୁ 'ୱାର୍କିଙ୍ଗ କ୍ଲାସ ହିରୋ' ବୋଲି ମଧ୍ୟ କୁହାଯାଏ । ଚଳିତବର୍ଷ ବିବାହ କରିବେ ଆନ୍ଥାନୀ । ଜୋଡି ହେଡ଼ନଙ୍କୁ ବିବାହ କରିବେ । ପ୍ରଧାନମନ୍ତ୍ରୀ ପଦରେ ରହି ବିବାହ କରିବାରେ ସେ ପ୍ରଥମ ଅଷ୍ଟ୍ରେଲିଆନ ପିଏମ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.