ପ୍ରମୂଖ ଖବର
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଆନ୍ଥୋନି ଆଲବାନିଜ ଦ୍ବିତୀୟ ଥର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ପିଏମ୍ ମୋଦି ଦେଲେ ଶୁଭେଚ୍ଛା

Published By : Prameya | May 3, 2025 7:59 PM

ନୂଆଦିଲ୍ଲୀ,୩।୫: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବରେ ଆଣ୍ଟୋନି ଆଲବାନିଜ ପୁନଃନିର୍ବାଚିତ। ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କୁ ବିପୁଳ ବିଜୟ ପାଇଁ ଜଣାଇଛନ୍ତି ଅଭିନନ୍ଦନ।   ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ତାଙ୍କ ସହିତ କାମ କରିବାକୁ ଆମେ ଉତ୍ସୁକ ରହିଛୁ।

ଆଲବାନିଜ୍ ପ୍ରଥମ ଅଷ୍ଟ୍ରେଲୀୟ ଯିଏକି ପ୍ରଧାନମନ୍ତ୍ରୀ ଭାବରେ ଲଗାତାର ଦ୍ୱିତୀୟ ଥର ତିନି ବର୍ଷର କାର୍ଯ୍ୟକାଳ  ପାଇଁ ବିଜୟୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିର୍ବାଚିତ ହେବା ଏବଂ ତାଙ୍କର ମହାନ ବିଜୟ ପାଇଁ ଆନ୍ଥୋନି ଆଲବାନିଜଙ୍କୁ ଅଭିନନ୍ଦନ।’ ଏହି ମହାନ ବିଜୟ ଦର୍ଶାଉଛି ଯେ ଅଷ୍ଟ୍ରେଲିଆର ଲୋକମାନେ ଏବେ ବି ଆପଣଙ୍କ ନେତୃତ୍ୱ କ୍ଷମତା ଉପରେ ପୂର୍ଣ୍ଣ ଭରସା ରଖିଛନ୍ତି।  'ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗଭୀର ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଏବଂ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ଆମର ମିଳିତ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ମୁଁ ଏକାଠି କାମ କରିବାକୁ ଅପେକ୍ଷା କରିଛି।'

ଅଷ୍ଟ୍ରେଲିଆରେ ଶନିବାର ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ଅଷ୍ଟ୍ରେଲିଆ ସେହି କିଛି ଦେଶ ଭିତରେ ରହିଛି, ଯେଉଁଠି ମତଦାନ କରିବା ବାଧ୍ୟତାମୂଳକ। ୨୦୨୨ ରେ ହୋଇଥିବା ସାଧାରଣ ନିର୍ବାଚନରେ ୯୦% ମତଦାନ ହୋଇଥିଲା। ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲବାନିଜ ଦ୍ବିତୀୟ କାର୍ଯ୍ୟକାଳ ପାଇବାର ଚେଷ୍ଟାରେ ଥିଲେ। ତାଙ୍କର ମୁକାବିଲା କନଞ୍ଜରଭେଟବ ପାର୍ଟିର ନେତା ପିଟର ଡଟନଙ୍କ ସହ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.