ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ପାକ୍‌କୁ ଘାରିଛି ଯୁଦ୍ଧ ଭୟ, ୪୫୦ କିଲୋମିଟର ଦୂରଗାମୀ ମିସାଇଲ କଲା ପରୀକ୍ଷଣ

Published By : Prameya | May 3, 2025 3:26 PM

ନୂଆଦିଲ୍ଲୀ,୩।୫: ପହଲଗାମ୍‌ରେ ଆତଙ୍କୀ ହମଲା ପରେ ଭାରତର ଆକ୍ରମଣ ରୂପ ଦେଖି ପାକିସ୍ତାନ ଭୟଭୀତ। ଏବେ ନିଜ ଦେଶରେ ଥିବା ହତିଆରକୁ ଟେଷ୍ଟ କରିବା ଆରମ୍ଭ କରିଛି। ଶନିବାର ପାକିସ୍ତାନ ସେନା ତରବରିଆ ଭାବରେ ମିସାଇଲ ଟେଷ୍ଟ କରିଛି। ପାକିସ୍ତାନ ସେନା ଶନିବାର ସରଫେସ୍‌ ଟୁ ସରଫେସ୍ ମିସାଇଲ ଅବଦାଲି ଓ୍ବେପନ ସିଷ୍ଟମର ପରୀକ୍ଷଣ କରିଛି। ଏହାର ରେଞ୍ଜ ୪୫୦ କିଲୋମିଟର ରହିଛି।

ପାକ୍ ସେନା କହିଛି, ସେନାର ପ୍ରସ୍ତୁତିକୁ ନେଇ ମିସାଇଲ ଟେଷ୍ଟ କରାଯାଇଛି। ଏହି ମିସାଇଲ ଆଧୁନିକ ଟେକ୍ନୋଲୋଜିରେ ତିଆରି ହୋଇଛି। ଏଥିରେ ଆଡଭାନ୍ସ ନାଭିଗେସନ୍ ସିଷ୍ଟମର ବ୍ୟଆହାର କରାଯାଇଛି। ଉଲ୍ଲେଖନୀୟ ଯେ, ପହଲଗାମ୍ ଆତଙ୍କୀ ହମଲା ପରେ ପକିସ୍ତାନ ସେନା ଏଲଓସିରେ ଅସ୍ତ୍ରବିରତି ନୀତି ଆପଣେଇଛି। ସୀମା ପାର ଗୁଳିମାଡ଼ ବନ୍ଦ ହେଉନି। ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାକୁ ସମସ୍ତ କ୍ଷମତା ପ୍ରଦାନ କରିଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ଯେଉଁଭଳି ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ କରିଥିଲା, ତା’ର ଭୟ ପାକିସ୍ତାନକୁ ଭୟଭୀତ କରିଛି। 

ଭାରତ ଓ ପାକତସ୍ତାନ ସୀମାରେ ଲଗାତାର ୯ ଦିନ ଧରି ଫାୟାରିଂ ଜାରି ରହିଛି। ସ୍ପଷ୍ଟ କଥା  ଏହା ଯେ, ପହଲଗାମ୍ ଆକ୍ରମଣ ପଛରେ ପାକିସ୍ତାନର ପୁରା ହାତ ଥିଲା। ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ତାଙ୍କୁ ଲଜିଷ୍ଟିକ୍ ସପୋର୍ଟ ଉପଲବ୍ଧ କରିଥିଲା। ସେଭଳି ସବୁଥର ଭଳି ଭାରତ ମଧ୍ୟ ଅନ୍ତର୍ଜାତୀୟ ପ୍ଲାଟଫର୍ମ ପାକିସ୍ତାନର ମୁଖା ଖୋଲି ଦେଇଛି। ପହଲଗାମ୍ ହମଲା ପରେ ପାକିସ୍ତାନର ସ୍ଥିତି ଖୁବ୍ ଖରାପ ହୋଇପହଇଚି। ଏପରିକି ତା’ର ସବୁଠାରୁ ଭଲ ବନ୍ଧୁ ରାଷ୍ଟ୍ର ଚୀନ୍ ମଧ୍ୟ ତା’ ସହ ଖୋଲାଖୋଲି ଭାବରେ କଥା ହେଉନି। ସେଭଳି ଆମେରିକା ସହ ବିଶ୍ବର ବହୁ ଦେଶ ଭାରତର ସମର୍ଥନକରିଛନ୍ତି।                 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.