ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଚେତାବନୀ ସତ୍ତ୍ୱେ ଚେତୁନୀ ପାକିସ୍ତାନ; ଲଗାତାର ୧୦ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଜବାବ ଦେଲା ଭାରତ

Published By : Ankita S | May 4, 2025 9:47 AM

ନୂଆଦିଲ୍ଲୀ,୦୪/୦୩: ସୀମାରେ ମନମାନି କରୁଛି ପାକିସ୍ତାନ । ଚେତାବନୀ ସତ୍ତ୍ବେ ଚେତୁନି ପାକ୍ । ଏଲଓସିରେ ଉତ୍ପାତ ଜାରି ରଖିଛି । ଭାରତ ମୁହଁତୋଡ ଜବାବ ଦେଉଛି, ତଥାପି ଏହା ଗୁଳିଗୋଳା ମାଡ଼ ଥମୁନାହିଁ । ପହଲଗାମ ଆତଙ୍କୀ ଆକ୍ରମଣ ପରଠୁ ଅଶାନ୍ତ ରହିଛି ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକ୍‌ସେନା । ଏଲଓସିରେ ଫାୟାରିଂ କରିଛି । ଆଜି ବି ବିଭିନ୍ନ ସ୍ଥାନରେ ପାକ୍ ସେନା ପକ୍ଷରୁ ଗୁଳିମାଡ ହୋଇଛି । ଲଗାତାର ଦଶମ ଥର ପାଇଁ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । 

ଶନିବାର ରାତିରୁ ଗୁଳି ଏଲଓସିରେ ଗୁଳିବର୍ଷଣ କରିଛି । ବାରମୁଲ୍ଲା, ପୁଞ୍ଚ, ରୌଜରୀ, ମେନ୍ଦାର, ନୌସେର, ସୁନ୍ଦରବାନୀ ଓ ଅଖନୁର ସେକ୍ଟରରେ ପାକ୍‌ ସେନା ପକ୍ଷରୁ ଫାୟାରିଂ ହୋଇଥିବା ସୂଚନା ମିଳିଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କିଛି ସମୟ ଯାଏ ଦୁଇପଟୁ ଗୁଳିମାଡ ହୋଇଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏଲଓସିର ଲମ୍ବ ହେଉଛି ୭୪୦ କିଲୋମିଟର । ଏହାର ଉଭୟ ପାର୍ଶ୍ୱରେ ଭାରତ-ପାକିସ୍ତାନ ସେନା ଏହାର ସୁରକ୍ଷାରେ ନିୟୋଜିତ ରହିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକରେ କେହି କାହା ଉପରେ ଫାଙ୍କା ଗୁଳିଚାଳନା କରିବେ ନାହିଁ ବୋଲି ଅସ୍ତ୍ରବିରତି ଚୁକ୍ତି ସମ୍ପାଦିତ ହୋଇଥିଲା । ହେଲେ ପାକିସ୍ତାନ ଚୁକ୍ତି ବେଖାତିର କରି ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । 

ଅଧିକ ପଢନ୍ତୁ...Pahalgam Attack: ଲଗାତାର ନବମ ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ, ଜବାବ୍ ଦେଲା ଭାରତ

ସୀମାରେ ପାକ୍ ରେଞ୍ଜର ଅଟକ- ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ରାଜସ୍ଥାନରେ ଜଣେ ପାକିସ୍ତାନୀ ରେଞ୍ଜର୍‌କୁ ଅଟକ ରଖାଯାଇଛି । ସେ ଭୁଲବଶତଃ ସୀମା ଏପଟକୁ ଚାଲିଆସିବା ପରେ ତାଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି । ସୀମା ସେପଟେ ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ଗିରଫ କରାଯିବାର ପ୍ରାୟ ୧ ସପ୍ତାହ ପରେ ଏହି ଘଟଣା ଘଟିଛି । ବିଏସ୍‌ଏଫ୍‌ ଯବାନଙ୍କୁ ଛାଡ଼ିଦେବା ପାଇଁ ଭାରତ ଯେତେ କହିବା ପରେ ବି ପାକିସ୍ତାନ ତାଙ୍କୁ ଛାଡ଼ୁନାହିଁ । ଦୁଇଦେଶର ସୀମାରେ ଏଭଳି ଘଟଣା ସ୍ୱାଭାବିକ ଭାବେ ଘଟିଥାଏ ।

ବର୍ତ୍ତମାନ ପହଲଗାମ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଥିବାରୁ ଏଭଳି ଘଟିଛି । ଗତ ବୁଧବାର ବିଏସ୍‌ଏଫ୍‌ କନଷ୍ଟେବଳ ପୂର୍ଣ୍ଣମ୍‌ କୁମାର ସ’ ଅଜାଣତରେ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ । ଏହାପରେ ତାଙ୍କୁ ସେଠାରେ ତୁରନ୍ତ ଗିରଫ କରାଯାଇଥିଲା । ତାଙ୍କୁ ସୁରକ୍ଷିତ ହସ୍ତାନ୍ତର ପାଇଁ ଅନେକ ପର୍ଯ୍ୟାୟ ଆଲୋଚନା ସତ୍ତେ୍ୱ ସେ ଏବେ ବି ହାଜତରେ ଅଛନ୍ତି । ତେଣୁ ଯେସାକୁ ତେସା ନୀତିରେ ଭାରତ ପାକ୍‌ ରେଞ୍ଜର୍‌ଙ୍କୁ ଅଟକ ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.