ପ୍ରମୂଖ ଖବର
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

୧୦ ବର୍ଷ ପରେ ବନ୍ଦ ହେବ ମାର୍କ ଜୁକରବର୍ଗ ଏବଂ ପତ୍ନୀ କରିଥିବା ଏକ ସ୍କୁଲ , ଜାଣନ୍ତୁ କାରଣ ?

Published By : Ankita S | May 2, 2025 2:53 PM

ନୂଆଦିଲ୍ଲୀ,୦୨/୦୫: ମେଟା ସିଇଓ  ମାର୍କ ଜୁକରବର୍ଗ ଏବଂ ତାଙ୍କ ପତ୍ନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏକ ସ୍କୁଲ ବନ୍ଦ ହେବାକୁ ଯାଉଛି । ୨୦୧୬ରେ କାର୍ଲିଫର୍ଣ୍ଣିଆରେ ଆର୍ଥିକ ସ୍ଥିତିରେ କିଛି ଛାତ୍ରଛାତ୍ରୀଙ୍କୁ ସହୟତା କରିବାକୁ ମାଗଣା ସ୍କୁଲ ପ୍ରତିଷ୍ଠା କରିଥିଲେ । ଆସନ୍ତାବର୍ଷ ଏହି ଶିକ୍ଷାନୁଷ୍ଠାନ ବନ୍ଦ ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଚିନ୍ତାରେ ପଡିଛନ୍ତି ।

ମେଟା ମୁଖ୍ୟାଳୟ ନିକଟବର୍ତ୍ତୀ ପୂର୍ବ ପାଲୋ ଆଲ୍ଟୋରେ ଚାନ୍ ଜୁକରବର୍ଗ ଇନିସିଏଟିଭ୍ (ସିଜେଡଆଇ) ଅଧିନରେ ଏହି ସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ଜଳଖିଆ ପାଇଁ ନିମନ୍ତ୍ରଣ କରାଯାଇ ଆସନ୍ତା ବର୍ଷ ସ୍କୁଲ ବନ୍ଦ ହେବା ନେଇ ଖବର ଦିଆଯାଇଥିଲା । ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବହୁତ ବିଚାର ବିମର୍ଶ ପରେ ପୂର୍ବ ପାଲୋ ଆଲ୍ଚୋରେ ଥିବା ଆମର ବିଦ୍ୟାଳୟଗୁଡିକ ୨୦୨୫-୨୬ ଶିକ୍ଷାବର୍ଷ ଶେଷରେ ବନ୍ଦ ହୋଇଯିବ । ଏହା ଏକ କଷ୍ଟକର ନିଷ୍ପତି ଥିଲା ଏବଂ ଆମେ ଆଗାମୀ ବର୍ଷରେ ଛାତ୍ରମାନଙ୍କ ସହାୟକ ପରିବର୍ତ୍ତନ ସୁନିଶ୍ଚିନ୍ତ କରିବାକୁ ପ୍ରତିବଦ୍ଧ ବୋଲି କହିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ।

ପାଣ୍ଠି ଦେବାକୁ ଚାହୁଁନାହାଁନ୍ତି- ସିଜେଡଆଇ ୫୦ନିୟୁତ ଡଲାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି । ସ୍କୁଲ ବନ୍ଦ ହେବାର କାରଣ ସ୍ପଷ୍ଟ ଜଣାପଡିନାହିଁ କିନ୍ତୁ ଜଣେ ଛାତ୍ର ତାଙ୍କ ଅଭିଭାବକଙ୍କୁ କହିଥିଲେ ସ୍କୁଲ ପାଣ୍ଠି ଯୋଗାଇବା ପାଇଁ ଟଙ୍କା ବନ୍ଦ କରାଯାଇଛି । ଏମ୍ଲିନ୍ ଭାଇନିକୋଲୋ ତାଙ୍କ ପୁଅ ସ୍କୁଲ ବନ୍ଦ ହେବା ନେଇ ଶିକ୍ଷକଙ୍କୁ କହୁଥିବା ଶୁଣିଥିଲେ । ସ୍କୁଲକୁ ଯିଏ ପଣ୍ଡ ଦେଉଥିଲେ ସେ ଆଉ ଦେବାକୁ ଚାହୁଁନାହାନ୍ତି ବୋଲି କହୁଥିଲେ ।

ସ୍କୁଲଟି ପ୍ରି-ସ୍କଲାର ପିଲାମାନଙ୍କୁ ନେଇ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଶ୍ରେଣୀ ବଢାଇବାକୁ ଯୋଜନା କରାଯାଉଥିଲା । ହେଲେ ଏବେ ସ୍କୁଲ କାହିଁକି ବନ୍ଦ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ । ସାମାଜିକ ପ୍ରସଙ୍ଗରେ ସାର୍ବଜନୀନ ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।











Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.