ପ୍ରମୂଖ ଖବର
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ରୁଷ୍ ଓ ୟୁକ୍ରେନ ମଧ୍ୟରେ ଏବେ ମଧ୍ୟସ୍ଥତା କରିବ ନାହିଁ ଆମେରିକା , ଟ୍ରମ୍ପଙ୍କ କଥା ମାନିବାକୁ ନାରାଜ ରୁଷିଆ

Published By : Prameya | May 2, 2025 9:51 PM

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉଭୟ ପକ୍ଷ ଉପରେ ବାରମ୍ୱାର ଚାପ ପକାଇବା ଓ ଭିନ୍ନ ଭିନ୍ନ ଦେଶରେ ମାସ ମାସ ଧରି ଜାରି ରହିଥିବା କଥାବାର୍ତ୍ତା ସତ୍ତ୍ୱେ , ୟୁକ୍ରେନ୍‌ ଯୁଦ୍ଧରେ ବୁଝାମଣାକୁ ନେଇ କୌଣସି ସହମତି ପ୍ରକାଶ କରିନାହିଁ। ଏହାପରେ ଏବେ ଆମେରିକୀୟ ରାଷ୍ଟ୍ରପତିଙ୍କ ଅପେକ୍ଷାର ବନ୍ଧ ଭାଙ୍ଗିବାକୁ ଯାଉଛି। ନିକଟରେ ପୁଟିନଙ୍କ ଦ୍ୱାରା ଯୁଦ୍ଧ ବିରାମ ଚୁକ୍ତି ଉପରେ ଦସ୍ତଖତ କରିବାକୁ ମନା କରିବା ପରେ ଏବେ ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ଶାନ୍ତିର ବାର୍ତ୍ତାରେ ମଧ୍ୟସ୍ଥତା ନକରିବାକୁ ଘୋଷଣା କରିଛି ଆମେରିକା। 

ଆମେରିକାର ବିଦେଶ ବିଭାଗ ଶୁକ୍ରବାର ଏକ ବୟାନ ଜାରି କରି କହିଛି ଯେ, ସେ ନିଜର କାର୍ଯ୍ୟପ୍ରଣାଳୀ ବଦଳାଇବାକୁ ଯାଉଛି। ବିଦେଶ ବିଭାଗ ଏହା ମଧ୍ୟ କହିଛି ଯେ, ଏବେ ଆମେରିକା ଏହି ବୈଠକ ପାଇଁ ସାରା ଦୁନିଆକୁ ଯିବ ନାହିଁ। ବିଦେଶ ବିଭାଗ କହିଛି ଯେ, ୟୁକ୍ରେନ ଓ ରୁଷ୍‌କୁ ଯୁଦ୍ଧକୁ ଶେଷ କରିବା ପାଇଁ ଠୋସ୍ ପ୍ରସ୍ତାବ ଉପସ୍ଥାପିତ କରିବା ଉଚିତ୍‌ ଏବଂ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ପରସ୍ପର ସହ ସିଧାସଳଖ ଭେଟ ହେବା ଉଚିତ୍‌।

ଆମେରିକାର ବିଦେଶ ବିଭାଗର ପ୍ରବକ୍ତା ଟେମି ବ୍ରୁସ୍‌ ଏକ ବୟାନରେ କହିଛନ୍ତି ,ଏଥିରେ କେଉଁ ପ୍ରକାରର ପରିବର୍ତ୍ତନ ହେବ ଏହା ଆମେ ସ୍ଥିର କରି ପାରିବୁ ନାହିଁ। ଆମେ ନିଶ୍ଚିତ ରୂପେ ଏବେ ବି ଏଥିପାଇଁ ପ୍ରତିବଦ୍ଧ ଏବଂ ସାହାଯ୍ୟ କରିବୁ ଏବଂ ଯିଏ କରି ପାରିବେ, କରିବେ। କିନ୍ତୁ ଆମେ ବୈଠକରେ ମଧ୍ୟସ୍ଥତା କରିବା ପାଇଁ ବିଶ୍ୱବ୍ୟାପୀ ଯାଉ ନାହୁଁ , ଏହା ଏବେ ଦୁଇ ପକ୍ଷ ମଧ୍ୟରେ କଥା। ବୟାନରେ ଆହୁରି କୁହାଯାଇଛି , ଏବେ ସମୟ ଆସି ଯାଇଛି ଯେ , ତାଙ୍କୁ ଏହି ବିଷୟରେ ପ୍ରମୁଖ ବିଚାର ପ୍ରସ୍ତୁତ କରିବା ଓ ଆଗକୁ ବଢିବାର ଆବଶ୍ୟକତା ଅଛି ଯେ, ଏହି ଯୁଦ୍ଧ କେମିତି ବନ୍ଦ ହେବ।

ଜେଡି ଭେନ୍ସ ମଧ୍ୟ ହାର୍‌ ମାନିଲେ –

ଏହି ମଧ୍ୟରେ ଆମେରିକାର ଉପରାଷ୍ଟ୍ରପତି ଡେଜି ଭେନ୍ସ କହିଛନ୍ତି ଯେ, ରୁଷ୍‌ ଓ ୟୁକ୍ରେନ୍ ମଧ୍ୟରେ ଜାରି ଯୁଦ୍ଧ ବନ୍ଦ ହେବାର ନଜର ଆସୁ ନାହିଁ। ଫକ୍ସ ନ୍ୟୁଜ୍‌ ସହ କଥାବାର୍ତ୍ତା କରି ଜେଡି ଭେନ୍ସ କହିଛନ୍ତି କି, ଡୋନାଲ୍ଡ ଟ୍ରମ୍ପ ରୁଷ୍‌ ଓ ୟୁକ୍ରେନକୁ କଥାବାର୍ତ୍ତା ଆଡକୁ ନେଇ ଆସିଛନ୍ତି, କିନ୍ତୁ ଏବେ ଏହା ସେମାନଙ୍କ ଉପରେ ନିର୍ଭର କରିବ ଯେ, ସେ କେଉଁ ଚୁକ୍ତିରେ ପହଞ୍ଚିଛନ୍ତି ଏବଂ ଏହି ଭୟଙ୍କର ସଂଘର୍ଷକୁ ରୋକିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.