ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଇଣ୍ଡିଆନ ଆଇଡଲ୍‌ ବିଜେତା ପବନଦୀପ୍‌ଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ : ପଶିଗଲା କ୍ୟାଣ୍ଟର ଭିତରେ, ୩ ଗୁରୁତର

Published By : Prameya | May 5, 2025 6:38 PM

ମୁମ୍ୱାଇ : ଟିଭି ଶୋ ଇଣ୍ଡିଆନ ଆଇଡଲ ୧୨ର ୱିନର ସିଙ୍ଗର ପବନଦୀପ ରାଜନ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଉତ୍ତରାଖଣ୍ଡରୁ ନୋଏଡା ଯାଉଥିବା ସମୟରେ ତାଙ୍କ କାର ଗଜରୌଲାରେ ହାଇୱେ କଡ଼ରେ ଠିଆ ହୋଇଥିବା କ୍ୟାଣ୍ଟରର ପଛରେ ଯାଇ ଧକ୍କା ହୋଇ ଥିଲା। ଦୁର୍ଘଟଣାରେ ତାଙ୍କ ସହ ଥିବା ଅଜୟ ମେହରା ଓ ଡ୍ରାଇଭର ରାହୁଲ ସିଂହ ମଧ୍ୟ ଆହତ ହୋଇଛନ୍ତି। ୩ଜଣଙ୍କୁ ପୁଲିସ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛି। ସିଙ୍ଗରଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ମିଳିଛି। 

୪ ମଇରେ ପବନଦୀପ ନିଜ ସହ ଅଜୟ ମେହରାଙ୍କ ସହ ଘରୁ ନୋଏଡା ଯାଉଥିଲେ। ଏହି ସମୟରେ ତାଙ୍କର କାର୍‌କୁ ଚାଳକ ରାହୁଲ ସିଂହ ଚଲାଉ ଥିଲେ। ରାତି ପାଖାପାଖି ଅଢେଇଟା ସମୟରେ ତାଙ୍କର କାର ଗଜରୌଲା ଥାନା ଅଞ୍ଚଳରେ ଚୌପଲା ଚୌରାହା ଓଭରବ୍ରିଜ୍‌ରୁ ତଳକୁ ଓହ୍ଲାଇ ଥିଲା, ସେତେବେଳେ ହାଇୱେ କଡ଼ରେ ଠିଆ ହୋଇଥିଲା କ୍ୟାଣ୍ଟର ପଛରେ ପଶି ଯାଇଥିଲା। ଏହି ଦୁର୍ଘଟଣା ଚାଳକ ରାହୁଲ ସିଂହଙ୍କୁ ଟିକିଏ ନିଦ ଆସିବା କାରଣରୁ ହୋଇଛି। ଦୁର୍ଘଟଣାରେ ପବନଦୀପ ତାଙ୍କର ସାଥି ଅଜୟ ମେହରା ଓଚାଳକ ରାହୁଲ ସିଂହ ଗୁରୁତର ରୂପେ ଆହତ ହୋଇଥିଲେ। 

ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ଲାଗି ଥିଲା।ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଆହତଙ୍କୁ କାରରୁ ବାହାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲା। ପୁଲିସ କ୍ଷତିଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିଛି। ଡାକ୍ତର ୩ଜଣଙ୍କୁ ମୁରାଦାବାଦକୁ ରେଫର କରିଥିଲେ। ପୁଲିସ ଆହତଙ୍କ ଅବସ୍ଥାକୁ ଦେଖି ଡିଡୌଲିରେ ହାଇୱେ ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଇ ଥିଲେ। ସୂଚନା ମିଳିବା ପରେ ସିଙ୍ଗରଙ୍କର ଫ୍ୟାମିଲି  ହସ୍ପିଟାଲରେ ପହଞ୍ଚି ଥିଲେ । ଟିଭି-୯ ହିନ୍ଦି ଡିଜିଟାଲ ସୂତ୍ରାନୁସାରେ , ପବନଦୀପ ରାଜନ ଏବେ ବିପଦମୁକ୍ତ ଅଛନ୍ତି।

ଡାକ୍ତରଙ୍କ ମୁତାବିକ , ପବନଦୀପଙ୍କ ଦୁଇ ଗୋଡ଼ ଫ୍ୟାକ୍ଚର ହୋଇଯାଇଛି ଏବଂ ତାଙ୍କର ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ସିଓ ଶ୍ୱେତାଭ ଭାସ୍କର କହିଛନ୍ତି ଯେ , ମାମଲାରେ ଅଭିଯୋଗ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉତ୍ତରାଖଣ୍ଡରେ ଚମ୍ପାବତରେ ରହୁଥିବା ସୁରେଶ ରାଜନଙ୍କ ପୁତ୍ର ପବନଦୀପ ଭାରତୀୟ ସିଙ୍ଗିଙ୍ଗ୍‌ ରିଆଲିଟି ଟିଭି ଶୋ ‘ଇଣ୍ଡିଆନ ଆଇଡଲ ୧୨’ର ୱିନର । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.