ମୁମ୍ୱାଇ : ଉଲ୍ଲୁ ଆପ୍ର ଶୋ’ ‘ହାଉସ୍ ଆରେଷ୍ଟ’କୁ ନେଇ ଖୁବ୍ ଉତ୍ତେଜନା ସୃଷ୍ଟି ହୋଇଛି। ଅଶ୍ଳୀଳ କଣ୍ଟେଣ୍ଟ ଦେଖାଇବା ଯୋଗୁଁ ଶୋ ଚର୍ଚ୍ଚାକୁ ଆସିଥିଲା, ଏହାପରେ ଶୋ’ର ହୋଷ୍ଟ ଏଜାଜ୍ ଖାନ, ପ୍ରଡ୍ୟୁସର ଓ ଉଲ୍ଲୁ ଆପ୍ ସହ ଜଡ଼ିତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ମଧ୍ୟରେ ଏଜାଜ୍ ଖାନଙ୍କର ମୁସ୍କିଲ ଆହୁରି ବଢି ଯାଇଛି। ଏହା ବିରୋଧରେ ଦୁଷ୍କର୍ମ କେସ୍ ରୁଜୁ କରାଯାଇଛି।
ପୀଡ଼ିତା ଅଭିନେତ୍ରୀଙ୍କ ମୁତାବିକ, ଏଜାଜ ଖାନ ଓଟିଟିରେ ଆସୁଥିବା ଶୋ’ ‘ହାଉସ୍ ଆରେଷ୍ଟ’ରେ ତାଙ୍କୁ ରୋଲ୍ ଦେବାକୁ ଡାକି ଥିଲେ। ଏହା ବ୍ୟତୀତ ଆହୁରି ଅନେକ ପ୍ରୋଜେକ୍ଟରେ ମଧ୍ୟ କାମ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଭିନେତ୍ରୀ ଏଜାଜ ଖାନଙ୍କ ବିରୋଧରେ ପୁଲିସରେ ନିଜର ଅଭିଯୋଗ ରୁଜୁ କରାଇଛନ୍ତି। ଏହାସହ ଅଭିଯୋଗ କରିଛନ୍ତି ଯେ, ଅଲଗା ଅଲଗା ସ୍ଥାନରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି। ତାଙ୍କ ମୁତାବିକ, ପ୍ରଥମେ ଏଜାଜ ଖାନ ତାଙ୍କୁ ପ୍ରପୋଜ କଲେ ଏବଂ ଏହାପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପୀଡ଼ିତା ଅଭିନେତ୍ରୀଙ୍କ ମୁତାବିକ, ଏଜାଜ ଖାନ ଏହା ମଧ୍ୟ କହିଥିଲେ ଯେ, ତାଙ୍କର ଧର୍ମ ୪ଟି ବିବାହ କରିବାକୁ ଅନୁମତି ଦେଇଥାଏ।
ହେଲେ, ରବିବାର ପୀଡ଼ିତା ଅଭିନେତ୍ରୀ ଚାରକୋପ ପୋଲିସ ଷ୍ଟେସନରେ କେସ୍ ରୁଜୁ କରାଇ ଥିଲେ। କେସ୍ ରୁଜୁ ହେବା ପରେ ଏଜାଜ ଖାନ୍ଙ୍କୁ ସଂପର୍କ କରିବାକୁ ଚେଷ୍ଟା କରାଗଲା, କିନ୍ତୁ ତାଙ୍କର ଫୋନ୍ ସ୍ୱିଚ୍ ଅଫ୍ ଥିଲା। ସେଠାରେ ଅଭିନେତାଙ୍କ ଘରକୁ ମଧ୍ୟ ପୁଲିସ ଯାଇଥିଲା, କିନ୍ତୁ ସେଠାରେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା, ଏହାପର ଠାରୁ ତଲାସ କରାଯାଉଛି, ଏଜାଜ ଖାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ)ର ଧାରା ୬୪ ,୬୪ (୨ ଏମ) ,୬୯,୭୪ ଅନୁସାରେ ମାମଲା ରୁଜୁ କରାଯାଇଛି।
ହାଉସ୍ ଆରେଷ୍ଟର ମାମଲା କେବେ ଆରମ୍ଭ ହେଲା ?
ଉଲ୍ଲୁ ଆପ୍ରେ 'ହାଉସ୍ ଆରେଷ୍ଟ' ନାଁର ଶୋ’ ଆରମ୍ଭ ହୋଇଥିଲା। ଯାହାକୁ ଏଜାଜ ଖାନ୍ ହୋଷ୍ଟ କରୁଥିଲେ। ଶୋ’ର ଅନେକ କ୍ଲିପ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଶୋ’ରେ ଝିଅଙ୍କୁ ପୋଷାକ ବାହାର କରିବା କଥା କହୁଥିବାର ଦେଖିବାକୁ ମିଳିଥିଲା। ଏହାସହ ଅଶ୍ଳୀଳ କଣ୍ଟେଣ୍ଟ ମଧ୍ୟ ଦେଖା ଯାଉ ଥିଲା। ଏହାପରେ ରାଷ୍ଟ୍ରୀୟ ମହିଳା ଆୟୋଗ ପକ୍ଷରୁ ଏହି ଶୋ’କୁ ବନ୍ଦ କରିବା କଥା ଉଠିଲା। ବର୍ତ୍ତମାନ ଏହା ଉପରେ ବ୍ୟାନ୍ ମଧ୍ୟ ଲଗାଯାଇଛି। ବଜରଙ୍ଗ ଦଳ ପକ୍ଷରୁ ମାମଲା ମଧ୍ୟ ରୁଜୁ କରାଯାଇଛି।