ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ନବ ଦାସ ହତ୍ୟା ମାମଲାର କ୍ରାଇମ୍‌ବ୍ରାଞ୍ଚ୍‌ ପୁନଃତଦନ୍ତ, ଗୋପାଳର ୬ ମାସର କଲ୍‌ ରେକର୍ଡ ଯାଞ୍ଚ୍‌

Published By : Manoj | April 22, 2025 10:53 AM

କଟକ,୨୨/୦୪: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ  ନବ ଦାସ ହତ୍ୟା ଘଟଣାର ପୁନଃତଦନ୍ତ ଚଳାଇଛି  କ୍ରାଇମ୍‌ବ୍ରାଞ୍ଚ । ସେଥିପାଇଁ ଏହି ମାମଲାରେ ଗିରଫ  ହୋଇଥିବା ଏକମାତ୍ର ଅଭିଯୁକ୍ତ ତଥା ପୁଲିସ ଏଏସ୍‌ଆଇ ଗୋପାଳ ଦାସର ମୋବାଇଲ୍‌ କଲ୍‌ ରେକର୍ଡ ଆଉ ଥରେ ଯାଞ୍ଚ୍‌ କରାଯାଉଛି। ହତ୍ୟାକାଣ୍ଡର  ପ୍ରାୟ ୬ ମାସ ପୂର୍ବର କଲ୍‌ ରେକର୍ଡକୁ କ୍ରାଇମବ୍ରାଞ୍ଚ  ଟିମ୍‌ ତନ୍ନତନ୍ନ କରି ଦେଖୁଛି । ଏହି ସମୟ  ମଧ୍ୟରେ ଗୋପାଳ ଦାସର କିଛି ସନ୍ଦିଗ୍ଧ କଲ୍‌ ଥିବା ତଦନ୍ତକାରୀ ଟିମ୍‌ ଆଶଙ୍କା କରୁଛି । ତେବେ ନବ ଦାସଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡ ପଛରେ ଦାୟୀ ଥିବା ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତିର ନାଁ ତଦନ୍ତକାରୀ ଟିମ୍‌କୁ ଜଣାଇନାହାନ୍ତି ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି । ମାତ୍ର ଅଭିଯୁକ୍ତ ଗୋପାଳ ପଛରେ କାହାର ନା କାହାର ହାତ ଥିବା ପରିବାର ଲୋକେ ଦୃଢ଼ ଭାବେ ସନ୍ଦେହ କରୁଛନ୍ତି । ତେଣୁ ହତ୍ୟାକାଣ୍ଡ ପଛର ଖିଅ ଖୋଜିବାକୁ ତଦନ୍ତକାରୀ ଟିମ୍‌ ଗୋପାଳର କଲ୍‌ ରେକର୍ଡକୁ ଛାନ୍‌ଭିନ୍‌ କରୁଥିବା କୁହାଯାଉଛି ।   

୨୦୨୩ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ  ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସ୍‌ଆଇ ଗୋପାଳ ଦାସ  ଗୁଳି କରି ହତ୍ୟା କରିବା ଘଟଣା ରାଜ୍ୟରେ ଆଲୋଡନ  ସୃଷ୍ଟି କରିଥିଲା । ଏହି ଚର୍ଚ୍ଚିତ ମାମଲାର ତଦନ୍ତ ଭାର  କ୍ରାଇମ୍‌ବ୍ରାଞ୍ଚ୍‌ ନେଇଥିଲା । ସେହି ସମୟରେ ତଦନ୍ତକାରୀ  ଟିମ୍‌ ଗୋପାଳର ମୋବାଇଲ୍‌ କଲ୍‌ ରେକର୍ଡ ମଧ୍ୟ ଯାଞ୍ଚ୍‌  କରିଥିଲା । ତେବେ ସେତେବେଳେ  ପ୍ରାୟ ମାସେରୁ ୨ ମାସ ପୂର୍ବର କଲ୍‌  ରେକର୍ଡ ଯାଞ୍ଚ ହୋଇଥିଲା । ସେହି  ସମୟର କଲ୍‌ ରେକର୍ଡରେ ସେଭଳି  କିଛି ସନ୍ଦିଗ୍ଧ ବିଷୟ ତଦନ୍ତକାରୀ  ଟିମ୍‌ ନଜରକୁ ଆସିନଥିଲା ।  ତେଣୁ ହତ୍ୟାକାଣ୍ଡ ପଛର ପ୍ରକୃତ  କାରଣ ଜାଣିବା ପାଇଁ ଗୋପାଳର  ନାର୍କୋ ଆନାଲିସିସ୍‌ ଟେଷ୍ଟ ମଧ୍ୟ  କରାଯାଇଥିଲା । ରାଜ୍ୟରେ ସରକାର ବଦଳିବା  ପରେ ବର୍ତ୍ତମାନ ହତ୍ୟାକାଣ୍ଡର ପୁନଃତଦନ୍ତ ଆରମ୍ଭ  ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରେ କୌଣସି  ଠୋସ୍‌ ତଥ୍ୟ ତଦନ୍ତକାରୀ ଟିମ୍‌ ହାତକୁ ଆସିନାହିଁ ।  

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୃତ ନବ ଦାସଙ୍କ  ପରିବାର ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କାହାର ନାଁ ସାମ୍ନାକୁ  ଅଣାଯିବ ବୋଲି ଅନୁମାନ କରାଯାଉଥିଲା । ଏପରିକି  ତଦନ୍ତରେ କୌଣସି ଏକ ବଡ଼ ସୁରାକ ମିଳିବ ବୋଲି  ଅନୁମାନ ଥିଲା । ହେଲେ ସେଭଳି କିଛି ତଦନ୍ତକାରୀ ଟିମ୍‌କୁ ତଥ୍ୟ ମିଳିଲାନି ବୋଲି କ୍ରାଇମବ୍ରାଞ୍ଚ ସୂତ୍ର କହୁଛି ।  ତଦନ୍ତକାରୀ ଟିମ୍‌ ହତ୍ୟାକାଣ୍ଡ ସ୍ଥଳରେ ଆଉଥରେ ଯାଞ୍ଚ  କରିବା, ଅଭିଯୋଗକାରୀ ଓ ଅନ୍ୟ  କିଛି ସାକ୍ଷୀଙ୍କ ସହିତ କଥା ହେବା  ପରେ ମଧ୍ୟ ନୂଆ କଥା କିଛି ସାମ୍ନାକୁ  ଆସିପାରିନାହିଁ । ତେଣୁ ଗୋପାଳ  ସମ୍ପର୍କୀତ ଟିକିନିକି ତଥ୍ୟ ଏବେ  ଯୋଗାଡ଼ ଚାଲିଛି । ବିଶେଷ କରି  ହତ୍ୟାକାଣ୍ଡ ପୂର୍ବର ପ୍ରାୟ ୬ମାସର  କଲ୍‌ ରେଡର୍କ ଯାଞ୍ଚ ହେଉଛି । କିଛି  କଲ୍‌ ରେକର୍ଡ ପୂର୍ବରୁ କ୍ରାଇମବ୍ରାଞ୍ଚ  ପାଖରେ ଥିଲା । ଆଉ କିଛି ରେକର୍ଡ ଅଣାଯାଉଛି ।  କଲ୍‌ର ପ୍ରତ୍ୟକଟି ନମ୍ବରକୁ ଅନୁଧ୍ୟାନ କରାଯାଉଛି ।  ସେହିପରି ଗୋପାଳର ସହକର୍ମୀ, ତାର ପରିବାର ଲୋକ  ଓ ଅତି ଘନିଷ୍ଠ ସମ୍ପର୍କୀୟଙ୍କ ତଥ୍ୟ ସଂଗ୍ରହ ହେଉଛି ।  ଏଥିପାଇଁ କିଛି ସମୟ ଲାଗିବ ବୋଲି କ୍ରାଇମବ୍ରାଞ୍ଚର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

ସୂଚନାଯୋଗ୍ୟ,  ସରକାର ବଦଳିବା ପରେ ନବ ଦାସ ହତ୍ୟା ମାମଲାକୁ  ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଘଟଣାର  ସିବିଆଇ ତଦନ୍ତ ପାଇଁ ତାଙ୍କ ଝିଅ ତଥା ପୂର୍ବତନ  ବିଧାୟିକା ଦୀପାଳି ଦାସ ଦାବି କରିଥିଲେ । ଏପରିକି  ପରେ ନବ ଦାସଙ୍କ ପତ୍ନୀ, ଝିଅ ଓ ପୁଅ ମୁଖ୍ୟମନ୍ତ୍ରୀଙ୍କୁ  ଭେଟି ଏ ବିଷୟରେ କଥା ହୋଇଥିଲେ । ମାମଲାର  ଗୁରୁତ୍ୱ ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ପୁନଃତଦନ୍ତ ଚଳାଇଛି  ଓ ନବଙ୍କ ଘରକୁ ଯାଇ ତଦନ୍ତକାରୀ ଟିମ୍‌ ପରିବାର  ଲୋକଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.