ପ୍ରମୂଖ ଖବର
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

୧୦ଦିନ ହିଁ ବକ୍ସ ଅଫିସର ସିକନ୍ଦର ରହିବେ ସଲମାନ ଖାନ ? JAAT ସାଜି ଧମାକା କରିବେ ସନି ଦେଓଲ

Published By : Prameya | March 11, 2025 8:16 PM

ମୁମ୍ୱାଇ : ବଲିଉଡ୍‌ରେ ଏହି ସମୟରେ ସଲମାନ ଖାନଙ୍କ ଫିଲ୍ମ ସିକନ୍ଦରକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ଭାଇଜାନ ଏହି ଈଦ୍‌ରେ ପ୍ରଶଂସକଙ୍କ ପାଇଁ ନିଜର ଫିଲ୍ମର ଉପହାର ନେଇ ଆସୁଛନ୍ତି। ସିକନ୍ଦର ସଲମାନଙ୍କ କ୍ୟାରିୟର ପାଇଁ ଏକ ପ୍ରମୁଖ ଫିଲ୍ମ ଭାବେ କୁହାଯାଉଛି । ଏହା ଏଥିପାଇଁ କୁହାଯାଉଛି, କାରଣ ତାଙ୍କର ଗତ କିଛି ଫିଲ୍ମ ବକ୍ସ ଅଫିସରେ ଏହିପରି ଦମଦାର ପ୍ରଦର୍ଶନ କରିନାହିଁ, ଯେମିତି ପ୍ରଦର୍ଶନ ପାଇଁ ସଲମାନ ଖାନ ଜଣାଶୁଣା। ଗୋଟେପଟେ ସଲମାନଙ୍କର ଫିଲ୍ମ ଆଶା ମୁତାବିକ ଚାଲୁ ନାହିଁ, ଏହାପରେ ସଲମାନଙ୍କ ପାଇଁ ଏହିଥର ବକ୍ସ ଅଫିସରେ ତିଷ୍ଠି ରହିବା ମଧ୍ୟ ମୁସ୍କିଲ ହୋଇ ପାରେ, କାରଣ ସଲମାନଙ୍କ ପରେ ସନି ଦେଓଲଙ୍କ ଫିଲ୍ମ ହଲ୍‌କୁ ଆସିବ। 

ସଲମାନ ଖାନଙ୍କ ଫିଲ୍ମ ସିକନ୍ଦରର ରିଲିଜ ତାରିଖ ଏବେସୁଦ୍ଧା ଘୋଷଣା ହୋଇ ନାହିଁ। ହେଲେ ଏହା କୁହାଯାଉଛି ଯେ, ସିକନ୍ଦର ୩୦ବା ୩୧ ମାର୍ଚ୍ଚରେ ଫିଲ୍ମ ହଲ୍‌ରେ ରିଲିଜ୍‌ କରି ଦିଆ ଯିବ। ଚଳିତ ଥର ଈଦ୍‌ରେ ମଧ୍ୟ ମାର୍ଚ୍ଚ ୩୦ରେ ହୋଇପାରେ। ସେପଟେ ,ସନି ଦେଓଲଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ଜାଟ୍‌ ୧୦ ଅପ୍ରେଲରେ ଆସିବ। ଏହି କ୍ରମରେ ସଲମାନଙ୍କର ସିକନ୍ଦର ଓ ସନି ଦେଓଲଙ୍କ ଜାଟ୍ ର ରିଲିଜ୍‌ ମଧ୍ୟରେ କେବଳ ୧୦ ବା ୧୧ ଦିନର ହିଁ ବ୍ୟବଧ୍ୟାନ। 

୧୦ ଦିନର ବ୍ୟବଧ୍ୟାନରେ ଯେବେ ଦୁଇଟି ବଡ଼ ଫିଲ୍ମ ରିଲିଜ୍‌ ହେବ , ତ ନିଶ୍ଚିତ ଭାବେ କାହାକୁ ନା କାହାକୁ ବା ପୁଣି ଉଭୟଙ୍କୁ କ୍ଷତି ସହିବାକୁ ପଡ଼ି ପାରେ। ଏଥିରେ ଅଧିକ ସମ୍ଭାବନା ସିକନ୍ଦରକୁ କ୍ଷତି ହୋଇ ପାରେ। ଉଲ୍ଲେଖନୀୟ ଯେ , ସାଧାରଣ ଭାବେ ଯେବେ କୌଣସି ଫିଲ୍ମ ଦୀର୍ଘ ଦିନ ଯାଏ ଫିଲ୍ମ ହଲ୍‌ରେ ରହେ, ତ ତାହା ଖୁବ୍‌ ଆୟ କରିଥାଏ। କିନ୍ତୁ ଜାଟ୍‌ର ରିଲିଜ୍‌ ପରେ ସିକନ୍ଦରର ସ୍କ୍ରିନ୍ ମଧ୍ୟ କମ୍‌ ହେବାର ସମ୍ଭାବନା ରହିଛି। ଏମିତି ହୋଇଥାଏ ତ ସିକନ୍ଦରର ଆୟ ଉପରେ ସିଧା ପ୍ରଭାବ ପଡ଼ିବ।

ଆଉ ଏକ କଥା , ଯାହାକି ଏହି ମାମଲାରେ ପ୍ରମୁଖ , ଗଦର-୨ରେ ସନି ବକ୍ସ ଅଫିସ ଚହଲାଇ ଦେଇ ଥିଲେ। ଏହି ଗୋଟିଏ ଫିଲ୍ମ ତାଙ୍କର ଷ୍ଟାରଡମ୍‌କୁ ପୁଣି ଥରେ ସକ୍ରିୟ କରିଦେଇ ଥିଲା। ଏବେ ଯେତେବେଳେ ଏମିତି ଷ୍ଟାର ପୁଣି ଥରେ ଆକ୍ସନ ପ୍ୟାକ୍ଡ ଫିଲ୍ମରେ ଫେରିବେ ତ, ଦର୍ଶକଙ୍କ ଠାରେ ଏକ୍ସାଇଟମେଣ୍ଟ ତ ହେବ। ଜାଟ୍‌ର ଟିଜର ଓ ଏହାର ପୋଷ୍ଟର ମଧ୍ୟ ଖୁବ୍ ଦମଦାର ହୋଇଛି। ଫିଲ୍ମରେ ରଣଦୀପ ହୁଡ୍ଡା ଭିଲେନ ରୋଲ୍‌ରେ ନଜର ଆସିବେ। କୁହାଯାଉଛି ଯେ, ଏଥିରେ ୬ଜଣ ଭିଲେନ୍‌ ରହିବେ।

ସିକନ୍ଦରର ଷ୍ଟାରକାଷ୍ଟ –

ସଲମାନ ଖାନଙ୍କ ସିକନ୍ଦରରେ ରଶ୍ମିକା ମନ୍ଦାନା ଓ କାଜଲ ଅଗ୍ରୱାଲ ପ୍ରମୁଖ ରୋଲ୍‌ରେ ଅଛନ୍ତି। ଫିଲ୍ମରେ ସତ୍ୟରାଜ , ପ୍ରତୀକ ବବର ଓ ଶରମନ ଯୋଶୀଙ୍କ ଭଳି କଳାକାର ମଧ୍ୟ ନଜର ଆସିବେ। ଏଆର ମୁରୁଗାଦାସ ସିକନ୍ଦରର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଦୁଇଟି ଗୀତ ରିଲିଜ କରାଯାଇ ସାରିଛି। ଏହାର ଟିଜର ମଧ୍ୟ ଲୋକଙ୍କୁ ପସନ୍ଦ ଆସିଛି। ଏବେ ସମସ୍ତଙ୍କୁ ଈଦ୍‌ର ଅପେକ୍ଷା , ଯେବେ ଏହା ବଡ଼ ପରଦାକୁ ଆସିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.