ମୁମ୍ବାଇ,୧୧/୦୩ : ସମୟ ଥିଲା ବଲିଉଡରେ ରାଜ କରୁଥିଲେ ଗୋବିନ୍ଦା । ହିରୋ ନମ୍ବର ୱାନ କହିଲେ ତାଙ୍କୁ ବୁଝାଉଥିଲା । କମେଡି, ଆକ୍ସନ ସବୁ ଥିରେ ଥିଲେ ଏକ ନମ୍ବର । ନିଜ ଫିଲ୍ମ କ୍ୟାରିୟରକୁ ନେଇ ଏକ ବଡ ଖୁଲାସା କରିଛନ୍ତି ଗୋବିନ୍ଦା । ଇଣ୍ଡଷ୍ଟ୍ରିରୁ ହଟାଇବାକୁ ତାଙ୍କ ବିରୋଧରେ ଯଡଯନ୍ତ୍ର ହୋଇଥିଲା । ତାଙ୍କୁ ୧୦୦କୋଟି ଟଙ୍କାର ଏକ ଫିଲ୍ମ ଅଫର ମିଳିଥିଲା ମାତ୍ର ସେ ତାକୁ ରିଜେକ୍ଟ କରିଥିଲେ । ଫିଲ୍ମ ଅଫରକୁ ରିଜେକ୍ଟ କରି ପରବର୍ତ୍ତୀ ସମୟରେ ଅନୁତାପ କରିଥିବା କହିଛନ୍ତି ଗୋବିନ୍ଦା ।
ସମୟ ଥିଲେ ଗୋବିନ୍ଦାଙ୍କ ପାଖରେ ଫିଲ୍ମ ପ୍ରୋଜେକ୍ଟର ଅଭାବ ନଥିଲା । ଏବେ ତାଙ୍କୁ ଏତେଟା ଅଫର ମିଳୁନାହିଁ । ସେ ଖୁଲାସା କରିଛନ୍ତି କି ଗୋଟିଏ ସମୟରେ ସେ ବଡ ଫିଲ୍ମ ଅଫରକୁ ରିଜେକ୍ଟ କରିଥିଲେ । ମୁକେଶ ଖାନ୍ନାଙ୍କ ସହିତ କଥାବାର୍ତ୍ତା ହୋଇ କହିଛନ୍ତି, ଯେବେ ଲୋକ ମୋ ପାଖରେ ଫିଲ୍ମ ନାହିଁ ବୋଲି କହୁଥିଲେ ସେହି ସମୟରେ ମୁଁ ୧୦୦ କୋଟି ଟଙ୍କାର ଫିଲ୍ମ ଅଫର ରିଜେକ୍ଟ କରିଥିଲି । ଏହି ଅଫରକୁ ମନା କରି ପରବର୍ତ୍ତୀ ସମୟରେ ଅନୁତାପ କରିଥିଲି । କିଛି ଲୋକ ଇଣ୍ଡଷ୍ଟ୍ରିରୁ ବାହାର କରିବାକୁ ଷଡଯନ୍ତ୍ର କରିଥିଲେ । କିଛି ଲୋକ ତାଙ୍କ ଘର ବାହାରେ ହତିଆର ଧରି ବୁଲୁଥିବା ଦେଖିବାକୁ ମିଳିଥିଲା ଯାହାକୁ ନେଇ ସେ ଭୟଭୀତ ହୋଇଯାଇଥିବା କଥା କହିଛନ୍ତି ।
୬ ବର୍ଷ ହେବପରଦାରୁ ଦୂରରେ ଥିଲେ- ଗୋବିନ୍ଦା ୬ ବର୍ଷ ହେବ କୌଣସି ଫିଲ୍ମରେ କାମ କରି ନଥିଲେ । ଶେଷଥର ୨୦୧୯ରେ ରିଲିଜ ହୋଇଥିବା 'ରଙ୍ଗିଲା ରାଜା'ରେ ନଜର ଆସିଥିଲେ । ଏକ ଶୋରେ ସେ କମବ୍ୟାକ୍ କରିବା କଥା କହିଥିଲେ । ଆଗକୁ ତାଙ୍କର ୩ଟି ଫିଲ୍ମ ଆସିବ ବୋଲି କହିଥିଲେ । ମାତ୍ର ୬ ବର୍ଷ ହେବ ତାଙ୍କର କୌଣସି ଫିଲ୍ମ ଆସିନାହିଁ ।