ପ୍ରମୂଖ ଖବର
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦୁଇ ଶିକାରୀ ଗିରଫ, ୪ ବନ୍ଧୁକ ଓ ବନ୍ୟଜନ୍ତୁ ହାଡ଼ ଜବତ

Published By : Prameya | March 11, 2025 11:17 PM

ନୀଳଗିରୀ,୧୧/୩(ଆ.ପ୍ର): କୁଳଡିହା ବନବିଭାଗ ପକ୍ଷରୁ ବାଘମପଡା ଵିଟ ଅଧିନରେ ଥିବା ଅଭୟାରଣ୍ୟରେ ଅତର୍କିତ ଚଢ଼ାଉ କରାଯାଇ ଦୁଇଜଣ ଶିକାରୀ ଗିରଫଙ୍କୁ କରାଯାଇଛି। ଏଥିସହ ସେମାନଙ୍କ  ଠାରୁ ୪ ଟି ବନ୍ଧୁକ ଓ ବନ୍ୟଜନ୍ତୁ ହାଡ଼ ଜବତ ବନବିଭାଗ ଜବତ କରିଛି।

 ହାତୀଖୁଲିଆ ନିକଟ ବାଘମପଡା ଵିଟ ଅଧିନରେ ଥିବା ଅଭୟାରଣ୍ୟରେ କିଛି ଶିକାରୀ ସକ୍ରିୟ ଥିବା ବନ ବିଭାଗ ଖବର ପାଇଥିଲା। ଡିଏଫଓଙ୍କ ନିର୍ଦେଶରେ ଏସିଏଫ ତଥା କୁଳଡିହା ରେଞ୍ଜରଙ୍କ ତତ୍ତ୍ବାବଧାନରେ ଏକ ଟିମ ଅଚାନକ ସେହି ଅଞ୍ଚଳରେ ଚଢ଼ାଉ କରିଥିଲେ। ସୋର ଥାନା ଅଧିନ ଚିତାଶୂଳ ସରଳିଆ ଗାଁରୁ ଜିତୁ ପାତ୍ର (୨୮) ଓ ମଙ୍ଗୁଳି ସିଂ (୨୫) ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୪ ଟି ବନ୍ଧୁକ ଓ ବ୍ୟାପକ ବନ୍ୟଜନ୍ତୁ ହାଡ଼ ଜବତ କରାଯାଇଛି। ସେହିଭଳି ଅନ୍ୟ ଜଣେ ଯୁବକ ଅଟକ ରଖାଯାଇ ଥିବା ବେଳେ ବନବିଭାଗ ଏକ ମାମଲା ରୁଜୁ କରି ତଦନ୍ତ  କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.