ପ୍ରମୂଖ ଖବର
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନୀଳଗିରିରୁ ଦୁର୍ଦ୍ଦାନ୍ତ ଅପରାଧୀ କାର୍ତ୍ତିକ ସାମଲ ଗିରଫ, ମାଉଜର, ଜୀବନ୍ତ ଗୁଳି ସହ ହନୁମାନ ପଇସା ଜବତ

Published By : Prameya | March 11, 2025 3:02 PM

ନୀଳଗିରି, ୧୧/୩ : ନୀଳଗିରିରୁ ଦୁର୍ଦ୍ଦାନ୍ତ ଅପରାଧୀ କାର୍ତ୍ତିକ ସାମଲ ଗିରଫ। କାର୍ତ୍ତିକ ଠାରୁ ମାଉଜର, ଜୀବନ୍ତ ଗୁଳି, ଝିଙ୍କ କାଠି, ୫ଟି ହନୁମାନ ପଇସା ଏବଂ ୨ ଲକ୍ଷ ୩୫ ହଜାର ଟଙ୍କା ଜବତ ହୋଇଛି। ଚଢ଼ାଉ ବେଳେ ଅପରାଧୀ ଚତୁରତାର ସହ ମାଉଜରଟିକୁ ଅନ୍ୟତ୍ର ଜାଗାରେ ପୋତି ଦେଇଥିବା ବେଳେ ପୋଲିସ ଖୋଜି ବାହାର କରିଛି। ନୀଳଗିରି ପୋଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ସୂଚନାନୁଯାୟୀ, ନୀଳଗିରି ଥାନା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ କାର୍ତ୍ତିକ ସାମଲ ଅନେକ ଦିନରୁ ହନୁମାନ ପଇସା କାରବାର କରୁଥିବା ନେଇ ପୋଲିସକୁ ସୁରାକ ମିଳିଥିଲା। ଏହାପରେ ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଓ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ଵରେ ଏକ ପୋଲିସ ଟିମ୍ ୧୨ଘଣ୍ଟା ଧରି ଜାଲ ବିଛାଇଥିଲା। ସୋମବାର ସନ୍ଧ୍ୟାରେ ଏକ ଟିମ୍ କାର୍ତ୍ତିକର ଘରେ ଅଚାନକ ଚଢାଉ କରିଥିଲା। ସେ ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇ ଶେଷରେ ପୋଲିସ ହାତରେ ଧରାପଡ଼ିଥିଲା। କାର୍ତ୍ତିକ ଠାରୁ ମାଉଜର, ଜୀବନ୍ତ ଗୁଳି, ଝିଙ୍କ କାଠି, ୫ଟି ହନୁମାନ ପଇସା ଏବଂ ୨ ଲକ୍ଷ ୩୫ ହଜାର ଟଙ୍କା ଜବତ ହୋଇଛି। 

ଆଜି ସାମ୍ବାଦିକ ସମ୍ମିଳନୀରେ କାର୍ତ୍ତିକ ହନୁମାନ ପଇସା ସାହାଯ୍ୟରେ ଚାଉଳକୁ ଆକର୍ଷିତ କରିବା, ଛୁଞ୍ଚିକୁ ଆକର୍ଷିତ କରିବା, ଉଜାଲାରେ ବ୍ୟାଟେରୀ ପାଣି ମିଶାଇ ହନୁମାନ ପଇସା ପକାଇ ଧଳା ପାଣି କରିବା ଡେମୋ ଦେଖାଇଛି। ଦୁର୍ଦ୍ଦାନ୍ତ ଅପରାଧୀ କାର୍ତ୍ତିକ ଲୋକମାନଙ୍କ ସହ ଭାଣ୍ଡାମୀ କରି ହନୁମାନ ପଇସା ଦେବା ଲୋଭ ଦେଖାଇ ଲକ୍ଷଲକ୍ଷ ଟଙ୍କା ଆଣି ସେମାନଙ୍କୁ ବନ୍ଧୁକ ମୁନରେ ଲୁଟ୍ କରୁଥିବା ଜଣାପଡ଼ିଛି। ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାୟକ ଏନେଇ ସୂଚନା ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ-ମୋରଡ଼ାରୁ ୧୮୫ ମଇଁଷି ଉଦ୍ଧାର, ୬ ଅଟକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.