ଭୁବନେଶ୍ବର,୧୧/୩: ପୁଣି ସମ୍ବଲପୁରରେ ଏନକାଉଣ୍ଟର । ଆଜି ସକାଳୁ ୨ ବେଆଇନ ଗୋଚାଳାଣକାରୀଙ୍କ ମାଫିଆଙ୍କୁ ଏନକାଉଣ୍ଟର କରିଛି ପୋଲିସ। ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି। ସମୁଦାୟ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ଏଥିରେ ପଶ୍ଚିମବଙ୍ଗର ୨ ଜଣ ଗୋଚାଲାଣ ମାଫିଆ ଆହତ ହୋଇଛନ୍ତି । ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୋଲିସ ୨ଟି ଦେଶୀ ବନ୍ଧୁକ , ୪ଟି ଖୋକା, ଗୋଟିଏ କାର୍ ଜବତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ଟାୟାର ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ, ଜଳିଗଲା ୭୦୦ ଟାୟାର
ସୂଚନା ଅନୁସାରେ, ଆଜି (ମଙ୍ଗଳବାର) ଭୋର ସକାଳ ପ୍ରାୟ ୫ଟା ୩୫ ମିନିଟ ସମୟରେ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏକ ଗୋରୁ ବୋଝେଇ ଟ୍ରକକୁ ଗୋଚାଲାଣକାରୀ ଏକ କାରରେ ଏସକଟ୍ କରି ନେଉଥିବା ଖବର ପୋଲିସ ଜାଣିବାକୁ ପାଇଥିଲା । ରାଜସ୍ଥାନ ନମ୍ବର ଥିବା ଏକ ଟ୍ରକରେ ପ୍ରାୟ ୨୫ରୁ ୩୦ଟି ଗାଈକୁ ଲୋଡ଼ କାରି ଟ୍ରକକୁ ଏକ କାରରେ ଏସକଟ୍ କରି ନିଆଯାଉଥିଲା । ଏନେଇ ପୋଲିସ ଗୋରୁ ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଗୋଚାଲାଣକାରୀଙ୍କ ପକ୍ଷରୁ ୩ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା । ଏହାର ଜବାବରେ ପୋଲିସ ୫ ରାଉଣ୍ଡ ଫାୟାରିଂ କରଥିଲା । ଏଭଳି କିଛି ସମୟ ପୋଲିସ ଓ ଅଭିଯୁକ୍ତ ଗୋଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୨ ଅଭିଯୁକ୍ତଙ୍କ ଆଣ୍ଠୁ ତଳେ ଗୁଳି ବାଜିଛି । ଜଣକର ବାମ ଗୋଡ଼ ଆଣ୍ଠୁ ତଳେ ଓ ଜଣକର ଡାହାଣ ଆଣ୍ଠୁ ତଳେ ଗୁଳି ବାଜିଛି ।ଉଭୟଙ୍କୁ ଆହତ ଅବସ୍ଥାରେ ବୁର୍ଲା ଭୀମସାର ମେଡିକାଲରେ ବର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି । ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।