ନୂଆଦିଲ୍ଲୀ,୮/୫ : ଇଂଲଣ୍ଡ ଟିମ୍ ଜିମ୍ବାଓ୍ବେ ବିପକ୍ଷରେ ୨୨ମଇରୁ ୨୫ମଇ ପର୍ଯ୍ୟନ୍ତ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଲାଗି ଏବେ ଇଂଲଣ୍ଡର ସ୍କ୍ବାର୍ଡ଼ରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଇଂଲଣ୍ଡ ଏହି ମ୍ୟାଚ୍ ଲାଗି କିଛି ଦିନ ପୂର୍ବରୁ ସ୍କ୍ବାର୍ଡ଼ର ଘୋଷଣା କରିଦେଇଥିଲା । କିନ୍ତୁ ଏବେ ସେଥିରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଇଂଲଣ୍ଡ ଓ୍ବିକେଟକିପର ବ୍ୟାଟର ଜାର୍ଡ଼ନ କୋକ୍ସ ଆଘାତ କାରଣରୁ ଏହି ମ୍ୟାଚରୁ ବାହାରିଯାଇଛନ୍ତି । ତାଙ୍କ ସ୍ଥାନରେ ଟିମରେ ୨୧ବର୍ଷୀୟ ଜେମ୍ସ ରେଓ୍ବଙ୍କୁ ସାମିଲ କରାଯାଇଛି ।
ଜେମ୍ସ ରେଓ୍ବ ଜଣେ ବାମ ହାତୀ ଓ୍ବିକେଟକିପର ବ୍ୟାଟର ଅଟନ୍ତି ଏବଂ କାଉଣ୍ଟି ଚାମ୍ପିୟନଶିପରେ ତାଙ୍କ ପରଫର୍ମାନ୍ସ ଶାନଦାର ରହିଛି । କୋକ୍ସଙ୍କ ପାଖରେ ପୂର୍ବ ନ୍ୟୁଜିଲାଣ୍ଡ ଗସ୍ତରେ ଡେବ୍ୟୁ କରିବାର ସୁଯୋଗ ଥିଲା, କିନ୍ତୁ ସେଠାରେ ତାଙ୍କ ଅଙ୍ଗୁଠିରେ ଆଘାତ ଲାଗିଥିଲା ଯେଉଁ କାରଣରୁ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ପୂର୍ବ ସପ୍ତାହରେ କାଉଣ୍ଟିଂ ଚାମ୍ପିୟନଶିପରେ ସେ ଏସେକ୍ସ ଲାଗି ଖେଳିବା ସମୟରେ ଆଘାତ ହୋଇଥିଲେ । ଏହି ମ୍ୟାଚରେ ଯେତେବେଳେ କୋକ୍ସ ୯୯ରନରେ ବ୍ୟାଟିଂ କରୁଥିଲେ ସେତେବେଳେ ଶତକ ପୂରା କରିବା ଲାଗି ୧ରନ୍ ପାଇଁ ଦୌଡ଼ିଥିଲେ ଏହି ସମୟରେ ତାଙ୍କୁ ଆଘାତ ଲାଗିଥିଲା । ଶତକ ପୂରା କରିବା ପରେ ସେ ରିଟାୟର୍ଡ଼ ହଟ୍ ହୋଇ ପାଭିଲିୟନ ଫେରିଯାଇଥିଲେ ।