ପ୍ରମୂଖ ଖବର
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଭାରତୀୟ ସେନାକୁ ସଲାମ୍‌ କଲା ବଲିଉଡ୍‌, ସୋସିଆଲ୍‌ ମିଡିଆରେ ପୋଷ୍ଟ ସେୟାର କଲେ ସେଲିବ୍ରିଟି

Published By : Krishna Priya | May 8, 2025 9:11 AM

ମୁମ୍ବାଇ ୦୮/୦୫: ଭାରତର ‘ଅପରେସନ୍‌ ସିନ୍ଦୂର’ ପରେ ଭାରତରେ ଖୁସିର ଲହରି ଖେଳିଯାଇଛି । ଫିଲ୍ମ ଷ୍ଟାର୍‌ ଭାରତୀୟ ସେନା ଓ ଭାରତ ସରକାରଙ୍କୁ ସାବାସୀ ଦେଉଛନ୍ତି ଏବଂ ସେମାନଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଅଜୟ ଦେବଗନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରୀ ପୋଷ୍ଟ୍‌ କରି ଲେଖିଛନ୍ତି ‘ମାନନୀୟ ପ୍ରଧାନମନ୍ତ୍ରୀ ଓ ଆମ ଭାରତୀୟ ସେନାକୁ ସଲାମ୍‌ । ଭାରତ ଗର୍ବର ସହ ଓ ମଜଭୁତ ଭାବେ ଠିଆ ହୋଇଛି । ଜୟ ହିନ୍ଦ!’ କଙ୍ଗନା ରଣାୱତ୍‌ ଲେଖିଛନ୍ତି ‘ଅପରେସନ୍‌ ସିନ୍ଦୂର, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା । ଭାରତୀୟ ସଶସ୍ତ୍ର ବଳ ଏକ ସଠିକ୍‌ ମିଶନ- ଅପରେସନ୍‌ ସିନ୍ଦୂର ଆରମ୍ଭ କଲା । ପାକିସ୍ତାନର ୯ ଆତଙ୍କୀ ଶିବିରକୁ ଧ୍ୱସ୍ତ କରିଦେଲା । ନୂଆ ଭାରତ ।’ 

ସେହିପରି, ଆୟୁଷ୍ମାନ ଖୁରାନା ତିରଙ୍ଗା ଇମୋଜି ସହ ପୋଷ୍ଟ୍‌ରେ ଲେଖିଛନ୍ତି ‘ଆତଙ୍କବାଦ ପାଇଁ ଏ ବିଶ୍ୱରେ କୌଣସି ସ୍ଥାନ ନାହିଁ ।’ ଅକ୍ଷୟ କୁମାର ଏକ୍ସ ପ୍ଲାଟ୍‌ଫର୍ମରେ ଲେଖିଛନ୍ତି ‘ଜୟ ହିନ୍ଦ, ଜୟ ମହାକାଲ ।’ ବିବେକ ଓବରଏ ଲେଖିଛନ୍ତି ‘ଅପରେସନ୍‌ ସିନ୍ଦୂର ଭାରତର ବିଧବାଙ୍କ ଲୁହର ପ୍ରତିଶୋଧ । ଆତଙ୍କବାଦୀଙ୍କୁ ଏହା ଏକ କଠୋର ଚେତାବନୀ ଯେ ସେମାନଙ୍କ କୁକର୍ମକୁ ଆଉ ସହ୍ୟ କରାଯିବ ନାହିଁ ।’ ସୁନୀଲ ଶେଟ୍ଟୀ ସୋସିଆଲ ମିଡିଆରେ ଲେଖିଛନ୍ତି ‘ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ । ଶୂନ୍ୟ ସହନଶୀଳତା । ପୂରା ନ୍ୟାୟ । ‘ଅପରେସନ୍‌ ସିନ୍ଦୂର’ । ଭିକ୍କି କୌଶଲ ଇନ୍‌ଷ୍ଟା ଷ୍ଟୋରୀରେ ତିରଙ୍ଗା ପୋଷ୍ଟ୍‌ କରି ଲେଖିଛନ୍ତି ‘ଜୟ ହିନ୍ଦ, ଜୟ ସେନା । ହାଶ୍‌ଟ୍ୟାଗ୍‌ ‘ଅପରେସନ୍‌ ସିନ୍ଦୂର’ । ରାଜକୁମାର ରାଓ ‘ଅପରେସନ୍‌ ସିନ୍ଦୂର’କୁ ନେଇ ଗର୍ବିତ । ଭାରତୀୟ ସଶସ୍ତ୍ର ବଳକୁ ନେଇ ଅତ୍ୟନ୍ତ ଗର୍ବିତ ବୋଲି ସେ ଲେଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.