ମୁମ୍ବାଇ,୭/୫ : ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ନେଲେ ସନ୍ନ୍ୟାସ । ରୋହିତ ନିଜ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଏହି କଥାର ସୂଚନା ଦେଇଛନ୍ତି । ରୋହିତ ନିଜ ପୋଷ୍ଟରେ ଲୋକଙ୍କ ଭଲ ପାଇବା ଲାଗି ଧନ୍ୟବାଦ କହିଛନ୍ତି ।
ରୋହିତ ଶର୍ମା ଏହି ନିଷ୍ପତ୍ତି ଭାରତୀୟ କ୍ରିକେଟ ଟିମର ଇଂଲଣ୍ଡ ଗସ୍ତ ପୂର୍ବରୁ ନେଇଛନ୍ତି । ଟିମ୍ ଇଣ୍ଡିଆର ଇଂଲଣ୍ଡ ବିପକ୍ଷରେ ୫ଦିବସୀୟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଅଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୨୦ଜୁନରେ ଖେଳାଯିବ ।
ପ୍ରକାଶ ଯେ, ଭାରତ ଲାଗି ୬୭ଟେଷ୍ଟ ଖେଳିଥିବା ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ହେଉଥିଲା କି ଇଂଲଣ୍ଡ ଗସ୍ତ ଲାଗି ତାଙ୍କୁ ଅଧିନାୟକରୁ ହଟାଇ ଦିଆଯାଇପାରେ ଏବଂ ଚୟନକର୍ତ୍ତା କୌଣସି ନୂଆ ଖେଳାଳୀଙ୍କୁ ଅଧିନାୟକ ଦାୟିତ୍ବ ଦେଇପାରନ୍ତି । ଏହି ଖବର ବହୁ ଜୋରରେ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା । ମାତ୍ର ଏହା ପୂର୍ବରୁ ରୋହିତ ନିଜେ ପୋଷ୍ଟ କରି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି।
ରୋହିତ ଇନଷ୍ଟାଷ୍ଟୋରୀରେ ନିଜ ଟେଷ୍ଟ କ୍ୟାପ୍ ସହ ଲେଖିଛନ୍ତି, ହେଲୋ ସମସ୍ତଙ୍କୁ, ମୁଁ ଏହା କହିବାକୁ ଚାହୁଁଛି କି ମୁଁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଉଛି । ଧଳା ଜର୍ସିରେ ଦେଶ ଲାଗି ପ୍ରତିନିଧିତ୍ବ କରିବା ମୋ ଲାଗି ସମ୍ମାନର କଥା । ଆପଣଙ୍କ ଭଲ ପାଇବା ଏବଂ ସପୋର୍ଟ ଲାଗି ଧନ୍ୟବାଦ । ମୁଁ ଓ୍ବାନଡେରେ ଭାରତର ପ୍ରତିନିଧିତ୍ବ କରିବା ଜାରି ରଖିବି । ’