ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଜମି ବଦଳରେ ଚାକିରି ମାମଲାରେ ବଢିଲା ଲାଲୁ ଯାଦବଙ୍କ ଅଡୁଆ, ମାମଲା ଚାଲୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ…

Published By : Ladu Kishor | May 8, 2025 8:27 PM

ନୂଆଦିଲ୍ଲୀ: ଜମି ବଦଳରେ ଚାକିରି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସମସ୍ୟା ବଢ଼ିଛି। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ,ସରକାରୀ ସୂତ୍ର କହୁଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଡି ଦ୍ୱାରା ତଦନ୍ତ କରାଯାଉଥିବା ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୁଦ୍ଧରେ ମାମଲା ଚାଲୁ କରିବାକୁ ଅନୁମୋଦନ କରିଛନ୍ତି।

ସୂତ୍ର ଅନୁଯାୟୀ ରାଷ୍ଟ୍ରପତି ସିଆରପିସି (CrPC)ର ଧାରା ୧୯୭(୧) ଏବଂ ବିଏନଏସଏସ (BNSS) ୨୦୨୩ର ଧାରା ୨୧୮ ଅନୁଯାୟୀ ବାଧ୍ୟତାମୂଳକ ଅନୁମତି ପ୍ରଦାନ କରିଛନ୍ତି । ଗତ ବର୍ଷ ଅଗଷ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ୭୬ ବର୍ଷୀୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ, ତାଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ଏକ ଚାର୍ଜସିଟ୍ ଦାଖଲ କରିଥିଲା।

ସୂଚନାଥାଉକି, ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ରେଳବାଇର ବିଭିନ୍ନ ଜୋନରେ ଗ୍ରୁପ୍ ଡି ପଦବୀରେ ଚାକିରି ଦେବା ବଦଳରେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଜମି ନେବା ଏବଂ ପ୍ରାର୍ଥୀଙ୍କ ଠାରୁ ଅର୍ଥ ଗ୍ରହଣ କରିବାର ଅଭିଯୋଗ ରହିଛି । ପାଟନାରେ ରହୁଥିବା ଅନେକ ବ୍ୟକ୍ତି ନିଜେ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କ ମାଧ୍ୟମରେ ପାଟନାରେ ଥିବା ସେମାନଙ୍କର ଜମି ଲାଲୁଙ୍କ ପରିବାରର ସଦସ୍ୟ ଏବଂ ତାଙ୍କ ପରିବାର ଦ୍ୱାରା ନିୟନ୍ତ୍ରିତ ଏକ ଘରୋଇ କମ୍ପାନୀକୁ ବିକ୍ରି କରିଥିଲେ। 

ରେଳବାଇରେ ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କିମ୍ବା କୌଣସି ସାର୍ବଜନୀନ ବିଜ୍ଞପ୍ତି ଜାରି କରାଯାଇ ନଥିଲା। ତଥାପି, ଯେଉଁମାନେ ପାଟନାର ବାସିନ୍ଦା ଥିଲେ ସେମାନଙ୍କୁ ମୁମ୍ବାଇ, ଜବଲପୁର, କୋଲକାତା, ଜୟପୁର ଏବଂ ହାଜିପୁରରେ ଅବସ୍ଥିତ ବିଭିନ୍ନ ଜୋନାଲ ରେଳବାଇରେ ବିକଳ୍ପ ଭାବରେ ନିଯୁକ୍ତି ଦିଆଯାଇଥିଲା । ସିବିଆଇ କହିଛି ଯେ ଏହି ମାମଲାରେ, ପାଟନାରେ ୧,୦୫,୨୯୨ ଫୁଟ ଜମି ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟ ମାନେ ବିକ୍ରେତାମାନଙ୍କୁ ନଗଦ ଦେଇ ଅଧିଗ୍ରହଣ କରିଥିଲେ। ଚାର୍ଜସିଟରେ, ଲାଲୁ ପ୍ରସାଦଙ୍କ ବ୍ୟତୀତ, ସିବିଆଇ ରାବ୍ରୀ ଦେବୀ ଏବଂ ଅନ୍ୟ ୧୪ ଜଣଙ୍କୁ ଅଭିଯୁକ୍ତ କରିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.