ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଦେବସ୍ନାନ ପୂର୍ଣ୍ଣିମା : ୪ ସ୍ଥାନରେ ବରିଷ୍ଠ ନାଗରିକଙ୍କ ଲାଗି ଆଶ୍ରୟସ୍ଥଳ

Published By : Prameya | May 8, 2025 12:02 PM

ପୁରୀ, ୦୮/୦୫ : ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରୁ ସହରର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ସେଥିଲାଗି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଜାରି ରହିଥିବା ନେଇ ଏସ୍‌ପି ବିନୀତ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ଅଗ୍ରୱାଲ କହିଛନ୍ତି, ବିଶେଷ ଭାବେ ଦେବସ୍ନାନ ପୂର୍ଣ୍ଣିମା ଲାଗି ଦୋଳବେଦି କୋଣ ଓ ମାର୍କେଟ ଛକରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ନିମନ୍ତେ ସହଯୋଗ କେନ୍ଦ୍ର ଖୋଲାଯିବ । ସେଠାରେ ସେମାନେ ସୁରକ୍ଷିତ ବସିବେ । ସେଠାରୁ ସେମାନଙ୍କୁ ପୁଲିସ ସହାୟତାରେ ନିଆଯାଇ ଠାକୁରଙ୍କୁ ଦର୍ଶନ ବ୍ୟବସ୍ଥା କରାଯିବ । ସେହିଭଳି ଟାଉନଥାନା ସମ୍ମୁଖ ଓ ମରିଚିକୋଟ ଛକଠାରେ ଦୁଇଟି ଛାୟା ସେଡ୍‌ ନିର୍ମାଣ କରାଯିବ । ସେଥିରେ ସେମାନେ ବିଶ୍ରାମ ନେବେ । ସେମାନଙ୍କ ନିମନ୍ତେ ହୁଇଲ ଚେୟାର ସହ ସହାୟକ ଦଳ ନିୟୋଜିତ ରହିବେ । 

ବର୍ତ୍ତମାନ ଚନ୍ଦନଯାତ୍ରା ଜାରି ରହିଥିବା ବେଳେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ଚେୟାର ବ୍ୟବସ୍ଥା କରାଯିବ । ସେମାନେ ସେଠାରେ ସୁରକ୍ଷିତ ଭାବେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିପାରିବେ । ବରିଷ୍ଠ ନାଗରିକମାନେ ନଂ-୬୩୭୦୯୭୨୧୦୦ରେ ଯୋଗାଯୋଗ କରିପାରିବେ । ଏହି ନମ୍ବରରେ କିଛି ଅସୁବିଧା ହେଲେ ନୋଡାଲ ଅଫିସର ଡିଏସ୍‌ପି ତାରା ଜାସ୍‌ମିନ୍‌ ଗୁରିଆଙ୍କୁ ଯୋଗାଯୋଗ ନଂ-୯୪୩୭୩୯୦୦୯୬ରେ ପରାମର୍ଶ ନେଇପାରିବେ । ବରିଷ୍ଠ ନାଗରିକ ଏହି ନମ୍ବରକୁ ଯୋଗାଯୋଗ କରିଲେ ସେମାନଙ୍କ ନିକଟରେ ପୁଲିସର ସ୍ୱତନ୍ତ୍ର ଟିମ୍‌ ପହଞ୍ଚି ସହାୟତା କରିବ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି ।  

ଅନ୍ୟପକ୍ଷରେ ସହରରେ ପୁଲିସର ପାଟ୍ରୋଲିଂ ଜୋରଦାର କରିବାକୁ ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ବୁଧବାର ସନ୍ଧ୍ୟାରେ ଟାଉନ୍‌ଥାନା ସଭାକକ୍ଷରେ ପୁଲିସ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୧୪୦ରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ଅତିରିକ୍ତ ଏସ୍‌ପି ସୁଶିଲ କୁମାର ମିଶ୍ର, ସଚିନ ପଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ଘନଶ୍ୟାମ ହେମ୍ବ୍ରମ, ବିଜୟ ନନ୍ଦ, ଟ୍ରାଫିକ ଡିଏସ୍‌ପି ରାଜକୁମାର ପରିଡ଼ା, ଟ୍ରାଫିକ ଥାନା ଅଧିକାରୀ ଜୟଦୀପ ମହାନ୍ତି, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶ ଓ ସିଂହଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଖବରଟିକୁ ପଢନ୍ତୁ-ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର, ରାଜଧାନୀରେ ନିର୍ମାଣ ହେବ ୨୩ ଇଭି ଷ୍ଟେସନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.