ଭୁବନେଶ୍ବର,୦୮/୦୫: ଛତିଶଗଡ ତେଲେଙ୍ଗାନା ସୀମାନ୍ତରେ ବଡ ଧରଣର ଆଇଇଡି ବିସ୍ଫୋରଣ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତେଲେଙ୍ଗାନା ପୋଲିସର ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଜବାନ ଗୁରୁତର ହୋଇଛନ୍ତି । ସେପଟେ ବିସ୍ଫୋରଣ ପରେ ବି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ମୁଲୁଗୁ ଜିଲ୍ଲାର ପେରେରୁ ଓ ୱାଇଜେଡୁ ଜଙ୍ଗଲ ରାସ୍ତାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ସେପଟେ ଛତିଶଗଡ ତେଲେଙ୍ଗାନା ସୀମାରେ ଏନକାଉଣ୍ଟରରେ ୨୬ ମାଓବାଦୀ ମଧ୍ୟ ନିହତ ହୋଇଛନ୍ତି। କରେଗୁଟ୍ଟା ପାହାଡ଼ରେ କୁମ୍ବିଂ ବେଳେ ଏନକାଉଣ୍ଟର ହୋଇଛି । ଅପରେସନ୍ କାଗାର ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ନିହତ ନକ୍ସଲ ପନ୍ଥିଙ୍କ ସଂଖ୍ୟା ବୃଦ୍ଧି ପାଇପାରେ।