ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପିଲାଙ୍କୁ ସଞ୍ଚୟ ଶିଖାନ୍ତୁ

Published By : Rasmita Pradhan | May 8, 2025 1:00 PM

ଭୁବନେଶ୍ଵର : ଆଜିର ମହଙ୍ଗା ଦୁନିଆରେ ପିଲାଙ୍କୁ ପାଠ ପଢାଇ ମଣିଷ କରିବା ଅଭିଭାବକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ତେଣୁ ଏହି ପରିସ୍ଥିତିରେ ପିଲାଙ୍କୁ ଟଙ୍କାର ପ୍ରକୃତ ମୂଲ୍ୟ ବୁଝାଇବା ଖୁବ୍‌ ଜରୁରି । ପିଲାଟିଏ ଟଙ୍କାର ପ୍ରକୃତ ମୂଲ୍ୟ ବୁଝିବା ଦ୍ୱାରା ହିଁ ତା’ ଖର୍ଚ୍ଚରେ ପରିବର୍ତ୍ତନ ଆସିଥାଏ । ତେଣୁ ଛୋଟ ବେଳୁ ହିଁ ପିଲାକୁ ଅର୍ଥର ମୂଲ୍ୟ ବୁଝାଇବାକୁ ପ୍ରୟାସ କରନ୍ତୁ । ଫଳରେ ସେ ବିଭିନ୍ନ ଜିନିଷ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଜିଦି କରିବ ନାହିଁ । 

ଅର୍ଥର ମୂଲ୍ୟ ବୁଝାନ୍ତୁ : ମହଙ୍ଗା ଦୁନିଆରେ ପିଲାକୁ ଅର୍ଥର ବାସ୍ତବ ମୂଲ୍ୟ ବୁଝାଇବା ଖୁବ୍‌ ଜରୁରି । ମା’ ପିଲାଙ୍କୁ ଏକଥା ବୁଝାଇବା ଦରକାର ଯେ ସାରା ଦିନ ପରିଶ୍ରମ କରି ଅଭିଭାବକ କେତେ ଟଙ୍କା ରୋଜଗାର କରୁଛନ୍ତି । ତେଣୁ କୌଣସି ଜିଦି କରିବା ପୂର୍ବରୁ ସେ ନିଜ ବାପାମା’ଙ୍କ ପରିଶ୍ରମକୁ ବୁଝିବା ଆବଶ୍ୟକ ବୋଲି ପିଲାକୁ ଜଣାନ୍ତୁ । ଅଯଥା ଖର୍ଚ୍ଚ କଲେ କିପରି ଋଣ ଭାରରେ ବୁଡ଼ି ରହିବାକୁ ପତେ, ତାକୁ ବୁଝାନ୍ତୁ । 

ସବୁ ଦାବି ପୂରଣ କରନ୍ତୁନି: ଯଦି ଆପଣ ପିଲାର ସମସ୍ତ ଦାବି ପୂରଣ କରିବାରେ ଅଭ୍ୟସ୍ତ, ତେବେ ଏପରି ଅଭ୍ୟାସଠାରୁ ଦୂରେଇବାକୁ ପ୍ରୟାସ କରନ୍ତୁ । କାରଣ ଆପଣଙ୍କର ଏଭଳି ଅଭ୍ୟାସ ପିଲାକୁ ବିଗାଡି ଦେଇପାରେ । ଏପରିକି ପିଲା ଜିଦିଆ ହେବାର ଆଶଙ୍କା ଉପୁଜିପାରେ । ଫଳରେ ତା’ ଭିତରେ ଅପରାଧିକ ମନୋବୃତ୍ତି ବିକଶିତ ହୋଇପାରେ । ପିଲାକୁ ଛୋଟ ବେଳୁ ହିଁ ଆବଶ୍ୟକତା ଓ ଦେଖାଇ ହେବା ମଧ୍ୟରେ ଫରକ୍‌ ଶିଖାନ୍ତୁ । 

ପିଲାର ସଞ୍ଚୟ ଖାତା ଖୋଲନ୍ତୁ: ପିଲାକୁ ଛୋଟ ବେଳୁ ହିଁ ସଞ୍ଚୟ ଅଭ୍ୟାସ ସହ ଏହାର ଫାଇଦା ଜଣାନ୍ତୁ । ସେ କେମିତି ପ୍ରତି ମାସରେ କିଛି ନା କିଛି ନିବେଶ କରିପାରିବ, ତାକୁ ଶିଖାନ୍ତୁ । ପିଲାର ଏକ ସଞ୍ଚୟ ଖାତା ଖୋଲିବା ସହ ପ୍ରତି ମାସରେ ପିଲାର ସଞ୍ଚିତ ଅର୍ଥକୁ ସେଠାରେ ନିବେଶ କରନ୍ତୁ । ଚେଷ୍ଟା କରନ୍ତୁ ପିଲାର ସଞ୍ଚୟ ଅର୍ଥ ସେ ବ୍ୟାଙ୍କରେ ନିଜେ ନିବେଶ କରୁ । ଏଥିପାଇଁ ତାକୁ ବ୍ୟାଙ୍କ ନିଅନ୍ତୁ । ତାକୁ ଖୁସି ଲାଗିବ । ଏହି ଛୋଟ ଛୋଟ ସଞ୍ଚୟ ହୁଏତ କାଲି ହୁଏତ ବଡ଼ ଆବଶ୍ୟକତାକୁ ପୂରଣ କରିଦେଇପାରେ । 

ପକେଟ୍‌ ମନି ନିଜେ ରୋଜଗାର କରିବା ଶିଖାନ୍ତୁ: ପ୍ରତି ମାସରେ ପିଲାକୁ ଦିଆଯାଉଥିବା ପକେଟ୍‌ ମନି ବ୍ୟତୀତ ସେ ନିଜେ କିପରି ପକେଟ୍‌ ମନି ରୋଜଗାର କରିପାରିବ ଶିଖାନ୍ତୁ । ଏଥିପାଇଁ ଆପଣ ପ୍ରୋତ୍ସାହିତ କରିବା ଜରୁରି । ଘରର କିଛି କାମରେ ପିଲାକୁ ନିୟୋଜିତ କରି ତାକୁ ପୁରସ୍କାର ଆକାରରେ କିଛି ଟଙ୍କା ଦିଅନ୍ତୁ । କାମ ଅନୁସାରେ ଟଙ୍କା ଦେବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ପିଲା ରୋଜଗାରର କଷ୍ଟ ସହ କାମ କରିବା ଉଭୟ ଦିଗକୁ ଭଲ ଭାବେ ଶିଖିପାରିବ । ଆଉ ଏହି ଅର୍ଥକୁ ସେ ନିଜ ପାଇଁ ସଞ୍ଚୟ କରିବା ଦ୍ୱାରା ନିଜକୁ ସମୃଦ୍ଧ ମଧ୍ୟ କରିପାରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.