ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ପୃଥିବୀର କେତେ ଉପରେ ବିନା ଅକ୍ସିଜେନ୍‌ରେ ବଞ୍ଚିପାରିବ ମଣିଷ ? ଏହାପରେ ନିଶ୍ବାସ ନେବାରେ ହୁଏ କଷ୍ଟ

Published By : Prameya | May 4, 2025 7:58 PM

ନୂଆଦିଲ୍ଲୀ,୪।୫: ଆପଣ ମହାକାଶରେ ଯାତ୍ରା କରୁଥିବା ମହାକାଶଚାରୀଙ୍କ ସ୍ପେସ୍ ସୁଟ୍‌ରେ ଅକ୍ସିଜେନ୍ ସିଲିଣ୍ଡର ଦେଖିଥିବ ନିଶ୍ଚୟ। ମହାକାଶଚାରୀଙ୍କ ପାଇଁ ଏହି ଅମ୍ଳଜାନ ବା ଅକ୍ସିଜେନ୍ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ମହାକାଶରେ କୌଣସି ଅମ୍ଳଜାନ ନାହିଁ, ତେଣୁ ସେମାନେ ଏହି ସିଲିଣ୍ଡର ମାଧ୍ୟମରେ ନିଶ୍ୱାସ ନିଅନ୍ତି।

କିନ୍ତୁ ଆପଣ କେବେ ଭାବିଛନ୍ତି କି ପୃଥିବୀଠାରୁ କେତେ ଉଚ୍ଚରେ ଆମେ ଅକ୍ସିଜେନ୍‌ର ସହାୟତା ବିନା ବଞ୍ଚିପାରିବା? ଅର୍ଥାତ୍, ପୃଥିବୀ ପୃଷ୍ଠରୁ କେତେ ଉଚ୍ଚତା ପର୍ଯ୍ୟନ୍ତ ଅମ୍ଳଜାନ ଉପଲବ୍ଧ ଏବଂ ଅମ୍ଳଜାନ ସହାୟତା ବିନା ଜଣେ ମଣିଷ କେତେ ଉଚ୍ଚତା ପର୍ଯ୍ୟନ୍ତ ଯାତ୍ରା କରିପାରିବ।

ଯଦି ଆପଣ ପାହାଡ ଉପରକୁ ଯାଆନ୍ତି ତେବେ ଅନୁଭବ କରିବେ ଯେତେ ଉପରକୁ ଗଲେ ବି ନିଶ୍ବାସ ନେବାରେ ସମସ୍ୟା ହୁଏ। ଅଧିକ ଉଚ୍ଚତାରେ ଅକ୍ସିଜେନ୍‌ର ମାତ୍ରା ହାସ ପାଇବାରେ ଲାଗିଥାଏ। ଏହାପରେ ଆମକୁ ଅଲଗା ଭାବରେ ଅକ୍ସିଜେନ୍ ସପୋର୍ଟ ଦରକାର ପଡେ। ବିମାନରେ ଯାତ୍ରା କରିବା ବେଳେ ମଧ୍ୟ ଏଭଳି ହୁଏ। ଅଧିକ ଉଚ୍ଚତାରେ ଅକ୍ସିଜେନ୍‌ର ମାତ୍ରା କମ୍ ହେବାରେ ଲାଗିଥାଏ। ଏହାଦ୍ବାରା କିଛି ଲୋକଙ୍କୁ ସମସ୍ୟା ମଧ୍ୟ ହୋଇଥାଏ। ଏହି କାରଣରୁ ବିମାନରେ ଜରୁରୀ ସ୍ଥିତିରେ ଅକ୍ସିଜେନ୍ ମାସ୍କ ଦରକାର ପଡିଥାଏ।

ବୈଜ୍ଞାନିକଙ୍କ ଅନୁସାରେ, ପୃଥିବୀ ଉପରେ ଅକ୍ସିଜେନ୍‌ର ମାତ୍ରା ପ୍ରାୟ ୧୨୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ମିଳିଥାଏ, କିନ୍ତୁ ଆମେ ଯେତେ ଉପରକୁ ଯିବା ଅକ୍ସିଜେନ୍ କମ୍ ହୋଇଥାଏ। ମହାକାଶ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଶେଷ ହୋଇଯାଏ। ମଣିଷକୁ ବଞ୍ଚିବା ପାଇଁ ଅକ୍ସିଜେନ୍‌ ପୃଥିବୀଠାରୁ ମାତ୍ର କିଛି ଶହ ମିଟର ପର୍ଯ୍ୟନ୍ତ ଉପଲବ୍ଧ। ଏହାଠାରୁ ଅଧିକ ଉପରକୁ ଗଲେ ନିଶ୍ବାସ ନେବାରେ କଷ୍ଟ ହୁଏ। ଆମକୁ ଅକ୍ସିଜେନ୍ ସପୋର୍ଟ ଦରକାର ପଡିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.