ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଅସ୍ୱୀକାରକୁ ଗ୍ରହଣ କରିବା ଶିଖନ୍ତୁ

Published By : Prameya | May 8, 2025 8:58 AM

'ଆଜିକାଲି ବିଭିନ୍ନ କର୍ମକ୍ଷେତ୍ରରେ ଆବଶ୍ୟକତାଠାରୁ ଅଧିକ ପ୍ରାର୍ଥୀଙ୍କ ଭିଡ଼ ଜମିବାରେ ଲାଗିଛି । ଫଳରେ ବିଭିନ୍ନ ପଦପଦବୀ ପାଇଁ ପ୍ରତିଯୋଗିତା ମନୋଭାବ ବଢିଚାଲିଛି । ତେଣୁ କମ୍ପାନୀଗୁଡିକ ଅନେକ ସମୟରେ ପ୍ରାର୍ଥୀ ଚୟନ ବେଳେ ସାମାନ୍ୟ ପ୍ରଭେଦକୁ ନେଇ ଅସ୍ୱୀକାର କରିବା ସ୍ୱାଭାବିକ୍‌ । ବିଶେଷକରି ମହିଳାମାନେ ଇଣ୍ଟରଭ୍ୟୁରେ ରିଜେକ୍ଟ ହେବା ପରେ ବେଶୀ ହତାଶ ଓ ନିରାଶ ଅନୁଭବ କରିଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ବରଂ ଏହାକୁ ଗ୍ରହଣ କରିବା ଶିଖିବା ଉଚିତ୍‌ ।'

ଗୋଟିଏ କମ୍ପାନୀରେ ସିଏ ପଦବୀ ଖାଲି ଥିଲା । ଇଣ୍ଟରଭ୍ୟୁ ଦେବାକୁ ଯାଇଥିବା ସିଲ୍‌ଭା ଖୁବ୍‌ ଖୁସି ହୁଏ, କାରଣ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ଜଣକ ଥିଲେ ତା’ କ୍ଲାସମେଣ୍ଟ୍‌ ଆର୍ଚ୍ଚି । ସିଲ୍‌ଭା ଖୁସି ହୁଏ, କାରଣ ଆର୍ଚ୍ଚି ଇଣ୍ଟରଭ୍ୟୁ ନେଲେ ତା’ର ଚୟନ ପକ୍କା ହୋଇଯିବ । କିନ୍ତୁ ପରଦିନ ସକାଳେ ସିଲ୍‌ଭା ଜାଣିପାରେ ଯେ ସେହି ଇଣ୍ଟରଭ୍ୟୁରେ ସେ ନୁହେଁ, ବରଂ ଅନ୍ୟଜଣେ ପ୍ରାର୍ଥୀ ମନୋନୀତ ହୋଇସାରିଛନ୍ତି । ଏହାକୁ ସେ ସହଜରେ ଗ୍ରହଣ କରିପାରେନା । ବରଂ ଚିନ୍ତା ଓ କୋହଭରା କଣ୍ଠରେ ମା’ଙ୍କ ଆଗରେ କୁହେ ଯେ ‘ମୋତେ ସବୁଠାରେ ଅସ୍ୱୀକାର କରାଯାଉଛି । ମୁଁ ଜାଣିପାରୁନାହିଁ । ମୋର ସମସ୍ୟା କଣ?’ ସିଲ୍‌ଭାର ମାମା କହିଲେ, ସେହି ଇଣ୍ଟରଭ୍ୟୁରେ କ'ଣ ତୋ ବ୍ୟତୀତ ଅନ୍ୟ ସମସ୍ତେ ମନୋନୀତ ହୋଇଛନ୍ତି? ନା କେବଳ ଜଣେ ହିଁ ମନୋନୀତ ହୋଇଛନ୍ତି ବୋଲି କହିଲା ସିଲ୍‌ଭା । ତେବେ ବାକି ସମସ୍ତଙ୍କ ଅନ୍ୟ ଜାଗାରେ ଚାକିରି ପାଇଁ ପ୍ରୟାସ କରିବେ ନିଶ୍ଚୟ । ସେହିପରି ତୋତେ ବି କରିବାକୁ ପଡିବ । ସେ କହନ୍ତି ଦାର୍ଶନିକ୍‌ ସୋରେନ୍‌ କିର୍କେଗାର୍ଡ କହିଛନ୍ତି, ଜୀବନରେ ଏମିତି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ କରାଯାଇ ପାରିବନାହିଁ । ଏହା ହିଁ ବାସ୍ତବତା, ଯାହା କେବଳ ଅନୁଭବ କରି ହୁଏ । ସ୍ୱୀକାର-ଅସ୍ୱୀକାର, ପାସ୍‌-ଫେଲ୍‌, ଖୁସି-ଦୁଃଖ ପରି ଜୀବନର ଖଟା-ମିଠ ଅନୁଭବ, ଯାହା ବହୁତ କିଛି ଶିଖାଇଥାଏ । ଅସ୍ୱୀକାରକୁ ଗ୍ରହଣ କରିବା କଷ୍ଟ କିନ୍ତୁ ସ୍ଥିତିକୁ ନିୟନ୍ତ୍ରିତ ରଖିବାକୁ ପଡେ । ଏହି ସ୍ଥିତିକୁ ହୃଦୟରୁ ନୁହେଁ, ବରଂ ମସ୍ତିଷ୍କରୁ ନିୟନ୍ତ୍ରଣ କରିବାକୁ ପଡିଥାଏ । ଏପରି କରିବା ଦ୍ୱାରା ନିରାଶ ହେବା ପରିବର୍ତ୍ତେ ନିୟନ୍ତ୍ରଣ କରିବା ଶିଖିଯିବେ । 

ସମସ୍ତଙ୍କଠାରୁ ହଁ’ର ଆଶା କରନ୍ତୁନି 

ପ୍ରେମ ପ୍ରସ୍ତାବ ହେଉ ଅବା ପ୍ରୋଜେକ୍ଟ ପାଇବା କିମ୍ବା କାହାଠାରୁ ଲୋନ୍‌ ନେବାକୁ ହେଉ ଅବା କାମରେ ସାହାଯ୍ୟ ହେଉ ଅଥବା ଏଭଳି ଅନ୍ୟ କୌଣସି ପ୍ରୟାସରେ ସ୍ୱୀକାର ସହ ଅସ୍ୱୀକାରର ଆଶଙ୍କା ନିଶ୍ଚୟ ରହିଥାଏ । ତେଣୁ ଇଣ୍ଟରଭ୍ୟୁ ହେଉ ଅବା ଷ୍ଟାର୍ଟଅଫ୍‌ ପ୍ରସ୍ତାବ ଦେବା ସମୟରେ ମୁଣ୍ଡ ଭିତରେ ସକାରାତ୍ମକ ଭାବ ରହିବା ଜରୁରି । କିନ୍ତୁ ତା’ ସହିତ ଏକଥା ମଧ୍ୟ ମନେ ରଖିବା ଦରକାର ଯେ ସେଠାରେ ଅନ୍ୟ ପ୍ରତିଯୋଗୀ ମଧ୍ୟ ରହିଥିବେ । ତେଣୁ ସମସ୍ତଙ୍କୁ ମନୋନୀତ କରାଯାଇପାରିବନି । ସେହି କ୍ଷେତ୍ରରେ ସ୍ଥିତିକୁ ଦେଖି ନିରାଶ ହେବା ପରିବର୍ତ୍ତେ ପରବର୍ତ୍ତୀ ପ୍ରୟାସ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ । 

ଅସ୍ୱୀକାରକୁ ଅନୁଭବ ବୋଲି ଧରି ନିଅନ୍ତୁ 

ଜୀବନର ପ୍ରତ୍ୟେକ ପ୍ରୟାସ ଓ ପ୍ରତିକ୍ରିୟା କିଛି ନା କିଛି ନିଶ୍ଚୟ ଶିଖାଇଥାଏ । କୌଣସି କ୍ଷେତ୍ରରେ ଅସ୍ୱୀକାର ମିଳିବା ପରେ ଯଦି ସମ୍ଭବ ଏହାକୁ ନିଜ ଡାଏରୀରେ ଅନୁଭବର ଉଦାହରଣ ଭାବେ ଲେଖି ରଖିବା ଆବଶ୍ୟକ । ଲାଇଫ କୋଚ୍‌ ରବିନ୍‌ ଶର୍ମାଙ୍କ ମତରେ 'ଜୀବନରେ ଚ୍ୟାଲେଞ୍ଜ ରହିବା ଆବଶ୍ୟକ । କାରଣ ଏହା ଆମକୁ ବିକାଶ ଆଡକୁ ଆଗେଇ ନେବା ସହ ବିପଦ ସମୟରେ ଅଧିକ ସକ୍ରିୟ ରଖିଥାଏ ।' ଯଦି କୌଣସି ସ୍ଥାନରେ ଆପଣଙ୍କୁ ଅସ୍ୱୀକାର କରାଯାଏ, ତେବେ ସେଠାରେ ବିନମ୍ରତାର ସହ କାରଣ ପଚାରି ବୁଝି ନିଅନ୍ତୁ । ଫଳରେ ନିଜ ଭିତରେ ଥିବା ଅଭାବକୁ ଅନୁଭବ କରିବା ସହ ଆଗାମୀ ଦିନରେ ସେହି ଦିଗକୁ ମଜଭୁତ କରିପାରିବେ । 

କମ୍‌ ଟ୍ୟାଲେଣ୍ଟେଡ୍‌ ହେବାର ସଙ୍କେତ 

ଅନେକ ସମୟରେ ଚାକିରି, ବିବାହ, ପ୍ରେମ ପ୍ରସ୍ତାବ ଓ ଆର୍ଥିକ ପ୍ରସ୍ତାବ ଅସ୍ୱୀକାର ହେବା ହୁଏତ ଆପଣଙ୍କ ଭିତରେ ଥିବା ଟ୍ୟାଲେଣ୍ଟର ଅଭାବକୁ ଦର୍ଶାଇଥାଏ । ଏହାକୁ ବୁଝିବା ସହ ନିଜକୁ ପୂର୍ବାପେକ୍ଷା ଅଧିକ ଯୁଗପୋଯୋଗୀ କରିବା ଆବଶ୍ୟକ । ତେଣୁ ଏଭଳି ସ୍ଥିତିରେ ଅସ୍ୱୀକାରକୁ ନେଇ ମନଦୁଃଖ କରିବା ପରିବର୍ତ୍ତେ ନିଜ ଭିତରେ ହିଁ ପରିବର୍ତ୍ତନ ଆଣିବା ଉଚିତ୍‌ । ଏହା ହିଁ ଆପଣଙ୍କୁ ଆଗେଇ ନେବ । 

ବିରକ୍ତି ଭାବଦୂର ହେବାଯାଏ ଅପେକ୍ଷା 

ଅନେକ ସମୟରେ ସାଥୀ, ସାଙ୍ଗ, କ୍ଲାଇଣ୍ଟ, ବସ୍‌ କିମ୍ବା ପୂର୍ବ ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଅସ୍ୱୀକାର ହେବାର କାରଣ ହୁଏତ କ୍ଷଣକ ବିରକ୍ତି ଭାବ ହୋଇଥାଏ । ଏଭଳି ଲୋକଙ୍କଠାରୁ ଅସ୍ୱୀକାର ଶୁଣିବା ପରେ ହଠାତ୍‌ କୌଣସି ପ୍ରତିକ୍ରିୟା ଦିଅନ୍ତୁନାହିଁ । ନେପୋଲିୟନ୍‌ ହିଲ୍‌ କହିଛନ୍ତି, 'ଆପଣ ଅସହଜ ମନେ କରୁଥିବା ସମୟରେ କାହା ସହ ଝଗଡା କରନ୍ତୁନାହିଁ । ବରଂ ଚୁପ୍‌ ରହିବା ଭଲ ।' ଅନେକ ସମୟରେ ରାଗ ଥଣ୍ଡା ହେବା ପରେ ଅସ୍ୱୀକାର ସ୍ୱୀକାରରେ ପରିଣତ ହୋଇଯାଇଥାଏ । ଏହି କ୍ଷେତ୍ରରେ ରାଗ ଥଣ୍ଡା ହେବା ଯାଏ ଅପେକ୍ଷା କରିବା ଉଚିତ୍‌ । 

ନୂଆ ଲୋକଙ୍କ ସହ ଭେଟିବାକୁ ସୁଯୋଗ ଭାବିନିଅନ୍ତୁ

ଜୀବନରେ କେବେ କେବେ ବେଖାତିର୍‌ ହେବା ମଧ୍ୟ ଲାଭପ୍ରଦ ହୋଇଥାଏ । ଯଦି କେବେ କେଉଁଠାରେ ଅସ୍ୱୀକାର କରାଯାଏ, ସେଠାରେ ନିରାଶ ବା ଦୁଃଖୀ ହେବା ପରିବର୍ତ୍ତେ ସ୍ଥିତିକୁ ବେଖାତିର୍‌ କରି ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବା ଉଚିତ୍‌ । କାରଣ ଗୋଟିଏ ବିଫଳତା ଜୀବନର ଗତିପଥକୁ ରୋକିପାରିବନି । ବରଂ ଏହା ପରିଶ୍ରମ ଓ ପ୍ରୟାସକୁ ବଢାଇବାରେ ସହଯୋଗ କରିଥାଏ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.