ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ହୃଦଘାତର ବିପଦ ବଢାଇ ପାରେ ଏହି ୫ ଫୁଡ୍ସ , ତୁରନ୍ତ ଏହାକୁ ଦୂରେଇ ଦିଅନ୍ତୁ

Published By : Prameya | May 5, 2025 9:50 PM

ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତ ଜୀବନଶୈଳୀ, ଖାଦ୍ୟପେୟର ଖରାପ ଅଭ୍ୟାସ ଓ ଜୀବନରେ ବଢୁଥିବା ଚାପ ଯୋଗୁଁ, ସାରା ବିଶ୍ୱରେ ଲୋକେ ହୃଦଘାତର ଶିକାର ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ , ପ୍ରତି ବର୍ଷ ହୃଦରୋଗ (ସିଭିଡି)ରେ ପ୍ରାୟ ୧୭.୯ ନିୟୁତ ଲୋକଙ୍କ ଜୀବନ ଚାଲି ଯାଉଛି। ଯେଉଁଥିରେ କାର୍ଡିଆକ୍‌ ଆରେଷ୍ଟ ବା ହୃଦରୋଗ ମଧ୍ୟ ଏକ କାରଣ। ଏଥିରେ ଯଦି ଆପଣ ନିଜର ହାର୍ଟକୁ ସୁସ୍ଥ ରଖିବାକୁ ଚାହାନ୍ତି , ତ ଏହି ୫ ଜିନିଷ ଠାରୁ ସମୟ ପୂର୍ବରୁ ଦୂରେଇ ରୁହନ୍ତୁ। 

ହୃଦଘାତର ବିପଦ ବଢାଇପାରେ ଏହି ୫ ଫୁଡ୍ସ - 

ପ୍ରୋସେସ୍ଡ ମିଟ୍‌ – ସସେଜ୍‌ , ବେକନ ହାର୍ଟଡଗ୍‌ ଭଳି ପ୍ରୋସେସ୍ଡ ମିଟ୍‌ରେ ଉଚ୍ଚ ମାତ୍ରାରେ ସାଚୁରେଟେଡ୍‌ ଫ୍ୟାଟ୍‌ , ସୋଡିୟମ ଓ ପ୍ରିଜର୍ଭେସଟିଭ୍ସ ଥାଏ , ଯାହା ରକ୍ତଚାପ ଓ କୋଲେଷ୍ଟ୍ରଲକୁ ବଢାଇ ହୃଦଘାତର ବିପଦକୁ ବଢାଇ ପାରେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅନୁସାରେ, ପ୍ରତିଦିନ ୫୦ ଗ୍ରାମରୁ ଅଧିକ ପ୍ରୋସେସଡ୍‌ ମିଟ୍‌ର ସେବନ କରିବାରେ କୋରୋନାରୀ ହାର୍ଟରୋଗର ବିପଦ ୧୮ ପ୍ରତିଶତ ବଢିଯାଏ।

ଫ୍ରାଏଡ୍ ଫୁଡ୍‌ – 

ନିୟମିତ ଭାବେ ଫ୍ରାଏଡ ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ହାର୍ଟର ଧମନୀରେ ବ୍ଲକେଜ୍‌ ସମସ୍ୟା ଦେଖା ଦେଇ ଥାଏ। ଫ୍ରାଏଡ୍‌ ଫୁଡ୍‌ରେ ସାଚୁରେଟେଡ୍‌ ଓ ଟ୍ରାନ୍ସ ଫ୍ୟାଟ୍‌ ଅଧିକ ଥାଏ, ଯାହା ଧମନୀରେ ପ୍ଲାକ୍‌ର ନିର୍ମାଣକୁ ବୃଦ୍ଧି କରେ। ଏହି ପ୍ଲାକ୍‌ ଧମନୀ ଗୁଡ଼ିକୁ ସଙ୍କୁଚିତ କରି ପାରେ, ଯେଉଁଥିରେ ରକ୍ତର ପ୍ରବାହ ହ୍ରାସ ପାଏ ଏବଂ ହାର୍ଟରୋଗର ବିପଦ ବଢିଯାଏ।

ଅଧିକ ମିଠା ଖାଦ୍ୟ ପଦାର୍ଥ –

କୋଲ୍ଡ ଡ୍ରିଙ୍କସ, କ୍ୟାଣ୍ଡି ଓ ଅତ୍ୟଧିକ ଚିନି ଯୁକ୍ତ ମିଠା ମୋଟାପା, ଟାଇପ୍‌-୨ ଡାଇବେଟିସ୍‌ ଓ ହାର୍ଟରୋଗର ବିପଦ ବଢାଇ ଥାଏ। 

ଅତ୍ୟଧିକ ଲୁଣ ଯୁକ୍ତ ଖାଦ୍ୟ ପଦାର୍ଥ –

ଚିପ୍ସ ,ଲୁଣ ଓ ଡବାବନ୍ଦ ଖାଦ୍ୟ ପଦାର୍ଥରେ ସୋଡିୟମର ଅଧିକ ମାତ୍ରା ରହିଥାଏ , ଯାହା ରକ୍ତଚାପ ବଢାଇ ହାର୍ଟ ଉପରେ ଚାପ ପକାଇ ଥାଏ। କହି ରଖୁଛୁ କି, ସୋଡିୟମ ଶରୀରରେ ପାଣିର ମାତ୍ରାକୁ ବଢାଇ ଥାଏ , ଯେଉଁଥିରେ ରକ୍ତର ମାତ୍ରା ଓ ଚାପ ଉଭୟ ବଢିଥାଏ। ଉଚ୍ଚ ରକ୍ତଚାପ ହାର୍ଟର ପମ୍ପିଂ କକ୍ଷର ୱାଲକୁ ମୋଟା କରି ଦେଇ ଥାଏ , ଯେଉଁଥିରେ ହାର୍ଟଫେଲ୍‌ ହୋଇପାରେ।

ରେଡ୍‌ ମିଟ୍‌-

ବିଫ୍‌ ବା ମଟନର ଅଧିକ ସେବନ ସାଚୁରେଟେଡ୍‌ ଫ୍ୟାଟ୍ ଓ କୋଲେଷ୍ଟ୍ରଲର ମାତ୍ରାକୁ ବଢାଇ ଥାଏ, ଯାହା ଭବିଷ୍ୟତରେ ହାର୍ଟରୋଗର କାରଣ ହୋଇ ପାରେ। 

ହାର୍ଟର ସ୍ୱାସ୍ଥ୍ୟକୁ ଉତ୍ତମ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ –

୧- ନିଜର ଆହାରରେ ତାଜା ଫଳ , ପନିପରିବା ଓ ଶସ୍ୟ ସାମିଲ କରନ୍ତୁ। 

୨- ତେଲ ଓ ଲୁଣର ସେବନ କମ୍‌ କରନ୍ତୁ।

୩- ନିୟମିତ ବ୍ୟାୟାମ ଓ ଓଜନ ନିୟନ୍ତ୍ରଣ ଉପରେ ଧ୍ୟାନ ଦିଅନ୍ତୁ।

୪-ଧୂମ୍ରପାନ ଓ ଅତ୍ୟଧିକ ମଦ୍ୟପାନ କରିବାରୁ ନିବୃତ୍ତ ରୁହନ୍ତୁ। 

୫-ହାଇ ବ୍ଲଡ୍‌ ପ୍ରେସର ଓ କୋଲେଷ୍ଟ୍ରଲରେ ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକ୍‌ର ବିପଦ ବଢିଯାଏ, ଏଥିରେ ଏହି ବିପଦରୁ ରକ୍ଷା ପାଇବା ପାଇଁ ବିପି ଓ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲରେ ରଖନ୍ତୁ।     

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.