ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଆପଣ ଖାଉଥିବା ଆମ୍ୱ କାର୍ବାଇଡ୍‌ ଦିଆଯାଇ ପଚାଯାଇନି ତ ? ବଜାରରୁ ଆମ୍ୱ କିଣିବା ପୂର୍ବରୁ ପରୀକ୍ଷା କରିନିଅନ୍ତୁ...

Published By : Prameya | May 5, 2025 4:37 PM

ଭୁବନେଶ୍ୱର, ୫।୫: ଏବେ ଆପଣ ବଜାରରୁ ଆମ୍ୱ ନିଶ୍ଚିତ କିଣୁଥିବେ । ଦେଶୀ, ବାଇଗଣପଲେଇରୁ ନେଇ ଦସେରୀ, ସୁନ୍ଦରୀ, ଆଲ୍‌ଫନ୍‌ସୋ ଆଦି ଭିନ୍ନ ଭିନ୍ନ ଜାତିର ଆମ୍ବ ବଜାରରେ ଉପଲବ୍ଧ ‌ହେଲାଣି । ବିଶେଷ କରି ସତେଜ ଓ ଚିକ୍କଣ ହଳଦିଆ ଦିଶୁଥିବା ଆମ୍ବକୁ ଆମେ କିଣିଥାଉ । କିନ୍ତୁ, ବଜାରରୁ କିଣୁଥିବା ଏହି ଆମ୍ୱ କାର୍ବାଇଡ୍‌ ଦିଆଯାଇ ପଚାଯାଇନି ତ ? ଆଖିକୁ ସୁନ୍ଦର ଦିଶୁଥିବା ଏହି ଆମ୍ବ, ଗଛର ପାଚିଲା ଆମ୍ୱ ନା ତାକୁ କାର୍ବାଇଡ୍‌ ଦିଆଯାଇ ପଚାଯାଇଛି କେମିତି ଜାଣିବେ ? ପରବର୍ତ୍ତୀ ସମୟରେ ବଜାରରୁ ଆମ୍ୱ କିଣିବାକୁ ଗଲେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଫଳରେ କେଉଁ ଆମ୍ୱଗୁଡ଼ିକୁ କାର୍ବାଇଡ୍‌ ଦିଆଯାଇ ପଚାଯାଇଛି, ତାହା ସହଜରେ ଚିହ୍ନିପାରିବେ । 

ଭାରତରେ କାର୍ବାଇଡ୍‌ ବ୍ୟବହାର ବେନିୟମ ହୋଇଥିଲେ ବି ଅଧିକାଂଶ ଫଳ ବେପାରୀ ଏହାକୁ ବେଧଡ଼କ ପ୍ରୟୋଗ କରିଥାନ୍ତି । ହେଲେ କିଛି ସରଳ ଉପାୟ ବିଷୟରେ ଜଣାଇବୁ, ଯାହା ଦ୍ବାରା ଆପଣ ଆମ୍ବକୁ ବିଷାକ୍ତ କାର୍ବାଇଡ୍‌ ଦିଆଯାଇ ପଚାଯାଇଛି କି ନାହିଁ ଜାଣିପାରିବେ । ଇନଷ୍ଟାଗ୍ରାମରେ ଏନେଇ ଏକ ଭିଡିଓ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଲାଇଫଷ୍ଟାଇଲ ଗୁରୁ ଲ୍ୟୁକ୍ କାଉଟିନୋ । କାର୍ବାଇଡ୍‌ ଦିଆଆଇଥିବା ଆମ୍ୱକୁ ଚିହ୍ନିବାକୁ କିଛି ସରଳ ପରୀକ୍ଷା ବିଷୟରେ କହିଛନ୍ତି, ଯାହା ଦ୍ୱାରା ଆପଣ ଘରେ ବସି ଆମ୍ବରେ କ୍ଷତିକାରକ କାର୍ବାଇଡ୍‌ ବ୍ୟବହାର କରାଯାଇଛି କି ନାହିଁ ତାହା ଯାଞ୍ଚ କରିପାରିବେ । ପ୍ରଥମେ ‘ରଙ୍ଗ ପରୀକ୍ଷା’ । ଆମ୍ବ ଚୋପାକୁ ଭଲ ଭାବରେ ଦେଖନ୍ତୁ । ଯଦି ଆମ୍ବର ଚାରିପାଖର ରଙ୍ଗ ସମାନ, ତେବେ ଏହା ଭଲ ସଙ୍କେତ । କିନ୍ତୁ, ଯଦି ଆମ୍ବ ଚାରିପଟେ ଛୋଟ ଛୋଟ କଳା ଦାଗ ରହିଛି, ତେବେ ସତର୍କ ରୁହନ୍ତୁ । ଏଥିରେ କାର୍ବାଇଡ୍‌ ବ୍ୟବହାର ହୋଇଥାଇପାରେ । ଦ୍ବିତୀୟରେ ‘ପ୍ରେସର୍‌ ଟେଷ୍ଟ୍‌’। ଆ‌ମ୍ବକୁ ହାତରେ ଚିପି ଦେଖନ୍ତୁ । ଯଦି ଆମ୍ବଟି ଅଧିକ ଦବି ନ ଯାଇ ସ୍ବାଭାବିକ ଭାବେ ଯେତିକି ଟାଣ ରହିବା କଥା ରହିଛି, ତେବେ ଏହା ଭଲ ଆମ୍ବ । ମାତ୍ର, କାର୍ବାଇଡ୍‌ ପ୍ରୟୋଗଯୁକ୍ତ ଆମ୍ବକୁ ଚାପିବା ଦ୍ବାରା ତାହା ସ୍ବାଭାବିକଠାରୁ ଅଧିକ ନରମ ଲାଗେ । 

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ‘ପାଣି ପରୀକ୍ଷା’ । ବଜାରରୁ ଆଣିବା ପରେ ଆମ୍ବକୁ ପାଣି ଭର୍ତ୍ତି ହୋଇଥିବା ଏକ ବଡ଼ ପାତ୍ରରେ ରଖିଦିଅନ୍ତୁ । ଯଦି ଏହା ବୁଡ଼ିଯାଏ, ତେବେ ଏହା ଭଲ ଆମ୍ବ ହୋଇଥିବ । ଯଦି ଏହା ଏହା ପାଣିରେ ଭାସେ, ତେବେ ଏଥିରେ କାର୍ବାଇଡ୍ ପ୍ରୟୋଗ କରଯାଇଥିବ । ହୁଏତ ଏହି ପରୀକ୍ଷା ସବୁ ସମୟରେ ସମ୍ପୂର୍ଣ୍ଣ ନିର୍ଭୁଲ୍‌ ପ୍ରମାଣିତ ହୋଇନପାରେ । କାରଣ ବିଧିବଦ୍ଧ ପରୀକ୍ଷା କରିବାକୁ ହେଲେ ଏକ ଲ୍ୟାବ୍ ଆବଶ୍ୟକ । ତେବେ ଅଧିକାଂଶ ସମୟରେ ଏହି ପରୀକ୍ଷା ଠିକ୍‌ ହୋଇଥାଏ ବୋଲି ଲ୍ୟୁକ୍ କାଉଟିନୋ ଦର୍ଶାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.