ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଘାତକ ହୋଇପାରେ ଅଂଶୁଘାତ, କେମିତି କରିବେ ନିୟନ୍ତ୍ରଣ...

Published By : prameya | May 1, 2025 12:55 PM

ଖରାଦିନେ ହିଟ୍‌ ଷ୍ଟ୍ରୋକ୍‌ ବା ଅଂଶୁଘାତ ଓଡ଼ିଶା ତଥା ଅନ୍ୟ କେତେକ ରାଜ୍ୟରେ ଅନୁଭୂତ ହୋଇଥାଏ । ପ୍ରତିବର୍ଷ ଅଂଶୁଘାତରେ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି । ଅଂଶୁଘାତ ମୃତ୍ୟୁ ସଂଖ୍ୟା ବଢ଼ିବାର ପ୍ରମୁଖ କାରଣ ଜଳବାୟୁ ପରିବର୍ତ୍ତନ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ହେଲେ ହାଇପରପାଇରକ୍ସିଆ, ପରିବର୍ତ୍ତିତ ସେନ୍ସୋରିୟମ୍‌ ସହିତ ଗରମ, ଲାଲ୍‌, ଶୁଷ୍କ ଚର୍ମ ଏବଂ ଡିହାଇଡ୍ରେସନ୍‌ ଆଦି ସମସ୍ୟା ଦେଖାଦିଏ । ଯେତେବେଳେ ହାଇପରପାଇରକ୍ସିଆ ଗୁରୁତର ହୁଏ, ନିମ୍ନ ରକ୍ତଚାପ, ବୃକ୍‌କ ଆଘାତ, ଯକୃତ ଆଘାତ ଏବଂ ରକ୍ତସ୍ରାବ ସହ କେତେକ ଅଙ୍ଗ ଅକାମୀ ହେବାର ଆଶଙ୍କା ସୃଷ୍ଟି ହୋଇପାରେ । ମସ୍ତିଷ୍କ ଜୀବକୋଷଗୁଡ଼ିକ ତାପଜନିତ ଚାପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ, ଯାହା ଏନ୍‌ସିଫାଲୋପାଥି ସୃଷ୍ଟି କରାଏ । ଯଦି ମୂଳ ତାପମାତ୍ରା ଦ୍ରୁତଗତିରେ ହ୍ରାସ କରାଯାଏ ନାହିଁ ତେବେ ଏହି ସ୍ଥିତି ମସ୍ତିଷ୍କ କ୍ଷତିର କାରଣ ସାଜିପାରେ । କେତେକ କ୍ଷେତ୍ରରେ ବ୍ୟକ୍ତି ମଧ୍ୟ କୋମାକୁ ଚାଲିଯାଆନ୍ତି ।

କିଏ ଅଧିକ ପ୍ରଭାବିତ ହୁଅନ୍ତି

ମୁଖ୍ୟତଃ ପନିପରିବା ବିକାଳି, ଅଟୋ ଚାଳକ, ସାଇକେଲ ଚାଳକ, ନିର୍ମାଣ ଶ୍ରମିକ, ପୁଲିସ୍‌, ଟ୍ରାଫିକ୍‌ କର୍ମଚାରୀ ଓ ରାସ୍ତାକଡ଼ରେ କାମ କରୁଥିବା ଲୋକଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ । ଅଂଶୁଘାତ ହେଲେ ବୟସ୍କ ବ୍ୟକ୍ତି, ଶିଶୁ ଏବଂ ଗର୍ଭବତୀଙ୍କଠାରେ ଜ୍ୱର, ଶ୍ୱାସକ୍ରିୟା ସମସ୍ୟା ଓ ସ୍ନାୟୁରୋଗ ହେବାର ଆଶଙ୍କା ବଢ଼ିଥାଏ ।  

କେମିତି କରିବେ ନିୟନ୍ତ୍ରଣ

ଅଂଶୁଘାତ ଏଡ଼ାଇବା ପାଇଁ ଅଳ୍ପ ସମୟ ଅନ୍ତରରେ ଯଥେଷ୍ଟ ପାଣି ପିଇବା ସହ ଘୋଳ ଦହି, ଚାଉଳ ପାଣି, ଲେମ୍ବୁ ରସ କିମ୍ବା ଓଆର୍‌ଏସ୍‌ ପିଇପାରିବେ । ଖରାବେଳେ ମଦ୍ୟପାନ ଓ କାର୍ବୋନେଟେଡ୍‌ ପାନୀୟଠାରୁ ଦୂରେଇ ରହିବେ । ଖରାରୁ ରକ୍ଷା ପାଇଁ ହାଲୁକା ଢିଲା ପୋଷାକ ପିନ୍ଧିବେ, ଆଖିରେ ସନ୍‌ଗ୍ଲାସ୍‌ ଓ ମୁଣ୍ଡରେ ଟୋପି ବ୍ୟବହାର କରିବେ ।  

ଚିକିତ୍ସା

ଅଂଶୁଘାତ ପୀଡ଼ିତର ଧମନୀରେ ପ୍ରବାହିତ ରକ୍ତକୁ ଥଣ୍ଡା କରିବା ପାଇଁ ବେକ, କାଖ ଓ ଜଂଘ ଆଦିରେ ଥଣ୍ଡା ପାଣି ବା ବରଫ ସେକ ଦେବେ । ତ୍ୱଚାକୁ ଥଣ୍ଡା କରିବା ଦ୍ୱାରା ଶରୀର ଭିତର ଶୀତଳ ହୋଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.