ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଗ୍ରୀଷ୍ମ ଋତୁରେ ପ୍ରତିଦିନ ପିଅନ୍ତୁ ପାନ ପତ୍ର ସରବତ୍‌, ଏହି ସମସ୍ୟାରୁ ମିଳିବ ମୁକ୍ତି...

Published By : Harapriya Sethi | April 26, 2025 2:41 PM

ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ଏବଂ ଡିଟକ୍ସ କରିବା ନିତ୍ୟାନ୍ତ ଆବଶ୍ୟକ । ଏପରି ପରିସ୍ଥିତିରେ ବିଭିନ୍ନ ପ୍ରକାରର ପାନୀୟ ପିଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହି ପାନୀୟଗୁଡ଼ିକ ମଧ୍ୟରୁ ପାନ ପତ୍ର ସରବତ୍‌ ଏକ ଉତ୍କୃଷ୍ଟ ଘରୋଇ ଉପଚାର। ସାଧାରଣତଃ, ପାନ କେବଳ ସ୍ୱାଦ କିମ୍ବା ପରମ୍ପରା ସହିତ ଜଡିତ କିନ୍ତୁ ଆୟୁର୍ବେଦରେ ଏହାକୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଯଦି ଆପଣ ଗ୍ରୀଷ୍ମ ଋତୁରେ ପ୍ରତିଦିନ ପାନ ପତ୍ରରୁ ପ୍ରସ୍ତୁତ ସରବତ୍ ପିଅନ୍ତି, ତେବେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ପାନ ପତ୍ର ପାଣି ପିଇବାର ଲାଭ -

ସନ୍ଧି ଯନ୍ତ୍ରଣାରୁ ମୁକ୍ତି - ପାନ ପତ୍ରରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ତେଣୁ ପାନ ପତ୍ରରୁ ପ୍ରସ୍ତୁତ ସରବତ୍‌ ପିଇବା ଦ୍ୱାରା ସନ୍ଧି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଫୁଲା ମଧ୍ୟ କମିଥାଏ।

ପାଚନ ପ୍ରକ୍ରିୟା ସୁସ୍ଥ ରହିବ - ପାନ ପତ୍ରରେ ଥିବା ୟୁଜେନୋଲ୍ ଏବଂ କାର୍ଭାକ୍ରୋଲ୍ ଭଳି ଉପାଦାନ ପାଚନ ପ୍ରକ୍ରିୟାକୁ ଉନ୍ନତ କରିଥାଏ। ଏହା ଗ୍ୟାସ୍, ବଦହଜମୀ ଏବଂ ପେଟ ଫୁଲିବା ସମସ୍ୟାରୁ ମୁକ୍ତି ଦିଏ।

ରକ୍ତରେ ଶର୍କରା ନିୟନ୍ତ୍ରଣ - ଗବେଷଣାରୁ ଜଣାପଡିଛି ଯେ, ପାନ ପତ୍ର ସରବତ୍‌ ରକ୍ତରେ ଶର୍କରାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିପାରେ।

ପାଟିର ଦୁର୍ଗନ୍ଧ କମ୍ କରେ - ପାନ ପତ୍ର ଆଣ୍ଟିବ୍ୟାକ୍ଟେରିଆଲ୍, ଯାହା ପାଟିର ଦୁର୍ଗନ୍ଧ, ଫୁଲିଯାଇଥିବା ମାଢ଼ି ଏବଂ ପାଟିର ଘା'ରୁ ମୁକ୍ତି ଦିଏ।

ଶରୀରକୁ ବିଷମୁକ୍ତ କରିଥାଏ- ପାନ ସରବତ୍‌ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହାକୁ କିଡନୀ ଏବଂ ଯକୃତ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ ।

ଗରମରୁ ଦେଇଥାଏ ମୁକ୍ତି - ଏହା ଶରୀରକୁ ଭିତରୁ ଥଣ୍ଡା କରିଥାଏ, ଯାହା ଫଳରେ ହିଟ୍ ଷ୍ଟ୍ରୋକ୍ ଭଳି ସମସ୍ୟାକୁ ରୋକାଯାଏ । କାରଣ ଏହା ଶରୀରକୁ ଅତ୍ୟଧିକ ଗଦରମରୁ ରକ୍ଷା ଦେବା ସହ ଅନ୍ୟାନ୍ୟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.