ଆପଣଙ୍କୁ ବି ଖାଇବାର କିଛି ସମୟ ପରେ ଭୋକ ଲାଗୁଛି କି? ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ । ଯଦି ଖାଇବା ପରେ ବାରମ୍ବାର ଭୋକ ଲାଗୁଛି ତେବେ ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ବୋଲି ବିଶେଷଜ୍ଞଙ୍କ ମତ । ଡାଏଟିସିଆନଙ୍କ ଅନୁଯାୟୀ,ଆମ ଶରୀରରେ ଲେପ୍ଟିନ୍ ନାମକ ଏକ ହରମୋନ୍ ଅଛି । ଯାହା ଆମ ମସ୍ତିଷ୍କକୁ ସଙ୍କେତ ଦେଇଥାଏ ଆମ ପେଟରେ ଖାଦ୍ୟ ଅଛି ନା ନାହିଁ । ଯଦି ଶରୀରରେ ପ୍ରୋଟିନ୍ ଏବଂ ଫାଇବରର ଅଭାବ ଥାଏ,ତେବେ ପେଟରେ ଖାଦ୍ୟ ଅଛି ନା ନାହିଁ ସେହି ସଙ୍କେତ ମତିଷ୍କଙ୍କୁ ମିଳେ ନାହିଁ ।
କମ୍ ଖାଦ୍ୟ ଖାଇବା:ଅନେକ ଲୋକ ଆଜିର ଦିନରେ ଡାଏଟ ପାଇଁ କମ ଖାଦ୍ୟ ଗ୍ରହଣ କରୁଛନ୍ତି । କୁହାଯାଏ ଯେ ଶରୀରରେ ଷ୍ଟ୍ରେଚ୍ ରିସେପ୍ଟର ଅଛି ଯାହା ଅନୁମାନ କରିପାରେ ଆପଣଙ୍କ ପେଟ ପୂର୍ଣ୍ଣ ଅଛି କି ନାହିଁ । ଯଦି ପେଟ ପୂର୍ଣ୍ଣ ଅନୁଭବ ନହୁଏ, ତେବେ ଏହା ମସ୍ତିଷ୍କକୁ ସଙ୍କେତ ପଠାଏ ଖାଦ୍ୟ ଗ୍ରହଣ ପାଇଁ। ତେଣୁ,ଆମର ପେଟ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଆମେ ଖାଇବା ଜାରି ରଖୁ।
କମ୍ ଫାଇବର ଯୁକ୍ତ ଖାଦ୍ୟ: କମ୍ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଭୋକର କାରଣ ହୋଇପାରେ । କୁହାଯାଏ ଯେ,ଫାଇବର ଯୁକ୍ତ ଖାଦ୍ୟ ହଜମ କରିବାକୁ ଅଧିକ ସମୟ ନେଇଥାଏ,ଯାହା ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ପୂର୍ଣ୍ଣ ଥିବା ଅନୁଭବ କରାଇଥାଏ । ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣର ଫାଇବର ନଥାଏ, ତେବେ ବାରମ୍ବାର ଭୋକ ଲାଗିଥାଏ।
ହରମୋନାଲ ଅସନ୍ତୁଳନ:ସେହିପରି ଆମ ଶରୀରରେ ଲେପ୍ଟିନ ନାମକ ହରମୋହନ ରହିଛି । ଏହା ମସ୍ତିଷ୍କକୁ ସଙ୍କେତ ଦେଇଥାଏ ଯେ ପେଟ ପୂର୍ଣ୍ଣ ଅଟେ । ଯଦି ଏହା ଶରୀରେ କମ ଥାଏ ତେବେ ଆପଣ ଯେତେ ଖାଆନ୍ତୁ ନା କାହିଁକି ବାରମ୍ବାର ଭୋକ ଲାଗିବ। ଏହା ବ୍ୟତୀତ ଏହା ଓଜନକୁ ନିୟନ୍ତ୍ରଣରେ ରଖିବ ନାହିଁ ।
ପ୍ରୋଟିନ୍ ଅଭାବ:ଶରୀରରେ ଅଧିକ ପ୍ରୋଟିନ୍,କମ୍ କାର୍ବୋହାଇଡ୍ରେଟ୍ ଏବଂ ଚର୍ବି ଆବଶ୍ୟକ ରହିଛି । କୁହାଯାଏ ଶରୀରରେ ଗ୍ଲୁକାଗନ୍ ପରି ହରମୋନ୍ ତିଆରି ପାଇଁ ପ୍ରୋଟିନ୍ ଆବଶ୍ଯକ । ଏହି ହରମୋନ ସେତେବଳେ କାର୍ଯ୍ୟ କରେ ଯେତେବେଳେ ସେଗୁଡିକ ପର୍ଯ୍ୟାପ୍ତ ହୁଏ । ଯେଉଁଥିପାଇଁ ପେଟ ପୂର୍ଣ୍ଣ ଅନୁଭବ କରେ ଏବଂ ଭୋକଲାଗେ ନାହିଁ ।ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ନ ମିଳେ,ଆପଣ ଯେତେ ଖାଆନ୍ତୁ ନା କାହିଁକି, ବାରମ୍ବାର ଭୋକ ଅନୁଭବ କରିବେ।