ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ପ୍ରଖର ଦୃଷ୍ଟି ଶକ୍ତି ଚାହୁଁଛନ୍ତି କି ? ଥରେ ଖାଆନ୍ତୁ ଏହି ପରିବା...

Published By : Harapriya Sethi | April 21, 2025 10:46 AM

କ୍ୟାପସିକମ୍ ଏକ ପନିପରିବା ଯାହାକୁ ଆମେ ପ୍ରାୟତଃ କଡ଼ାଇ ପନିର ସହିତ କିମ୍ୱା କୌଣସି ଟିକ୍କା ଖାଦ୍ୟରେ ଖାଇଥାଉ । କିନ୍ତୁ ବିଶ୍ୱାସ କରନ୍ତୁ ଯଦି ଆପଣ ସପ୍ତାହରେ ଦୁଇରୁ ତିନିଥର ନିୟମିତ ଭାବରେ କ୍ୟାପସିକମ ଖାଦ୍ୟରେ ଗ୍ରହଣ କରନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ । କ୍ୟାପସିକମ୍ ହେଉଛି ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରପୂର ଏପରି ଏକ ପରିବା, ଯାହା ସବୁଜ, ଲାଲ, ହଳଦିଆ ଏବଂ କମଳା ରଙ୍ଗରେ ମିଳିଥାଏ। ଏଥିରେ ବହୁତ କମ୍ କ୍ୟାଲୋରୀ ଥାଏ କିନ୍ତୁ ଏଥିରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ହୋଇ ରହିଥାଏ। ତେଣୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥିଏ । କ୍ୟାପସିକମ୍‌ରେ ଭିଟାମିନ୍ ସି ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଚର୍ମ ପାଇଁ ବହୁତ ଲାଭଦାୟକ। ଏଥିରେ ଆୟରନ୍‌ ମଧ୍ୟ ଥାଏ, ଯାହା ରକ୍ତହୀନତାକୁ ରୋକେ। କ୍ୟାପସିକମ୍ ହାଡ଼ଠାରୁ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ ସବୁକିଛି ମଜବୁତ କରିପାରେ। ଆସନ୍ତୁ ଜାଣିବା ଏହାର କିଛି ଲାଭ ବିଷୟରେ।

କ୍ୟାପସିକମର ଲାଭ

ଦୃଷ୍ଟି ଶକ୍ତି ପ୍ରଖର କରିଥାଏ - ହେଲଥଲାଇନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କ୍ୟାପସିକମ୍ ଖାଇବା ଦ୍ୱାରା ଆପଣ ଈଗଲ୍‌ ସଦୃଶ ଦୃଷ୍ଟି ଶକ୍ତି ପାଇପାରିବେ । କାରଣ ଏହା ବୟସଜନିତ ଆଖି କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ । ଏହା ମୋତିଆବିନ୍ଦୁ ହେବାର ଆଶଙ୍କା ହ୍ରାସ କରେ । କ୍ୟାପସିକମ୍‌ରେ ଲ୍ୟୁଟିନ୍ ଏବଂ ଜିକ୍ସାଥିନ୍‌ ନାମକ ଯୌଗିକ ଥାଏ ଯାହା ଆଖିକୁ ସମସ୍ତ ପ୍ରକାରର ସୁରକ୍ଷା ଦିଏ । ଏଥିରେ ଭିଟାମିନ୍ ଏ ଏବଂ ବିଟା-କେରାଟିନ୍ ଥାଏ, ଯାହା ଦୃଷ୍ଟିଶକ୍ତି ବଜାୟ ରଖିବାରେ ସହାୟକ ହୋଇଥାଏ ।

ତ୍ୱଚାର ଚମକ ବଜାୟ ରଖେ- କ୍ୟାପସିକମ୍‌ର ତ୍ୱଚା ପାଇଁ ସବୁଠାରୁ ଅଧିକ ଲାଭଦାୟକ । ଏଥିରେ ଭିଟାମିନ୍ ସି ସହିତ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ତ୍ୱଚାରେ କୋମଳତା ଆଣିଥାଏ । ଏହା ଚର୍ମ ସଂକ୍ରମଣ ହେବାକୁ ଦିଏ ନାହିଁ ଏବଂ କୋଲାଜେନ ଉତ୍ପାଦନକୁ ମଧ୍ୟ ବୃଦ୍ଧି କରେ।

ହୃତପିଣ୍ଡକୁ ମଜବୁତ କରେ - କ୍ୟାପସିକମ୍ ହୃତପିଣ୍ଡ ପାଇଁ ମଧ୍ୟ ପାଇଁ ବହୁତ ଲାଭଦାୟକ । କ୍ୟାପସିକମ୍‌ରେ ପୋଟାସିୟମ୍, ଫସଫରସ୍, ଭିଟାମିନ ସି, ଜିଙ୍କ ଭଳି ଉପାଦାନ ରହିଛି, ଯାହା ହୃତପିଣ୍ଡର ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।  କ୍ୟାପସିକମ୍ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୁଏ।

ଗଣ୍ଠି ଯନ୍ତ୍ରଣାରେ ଲାଭଦାୟକ - କ୍ୟାପସିକମ୍ ଗଣ୍ଠି ଯନ୍ତ୍ରଣାରେ ଆରାମ ପ୍ରଦାନ କରେ। ପ୍ରକୃତରେ କ୍ୟାପସିକମ୍‌ରେ ପ୍ରଦାହ-ବିରୋଧୀ ଗୁଣ ରହିଛି, ଯାହା ପ୍ରଦାହକୁ ହ୍ରାସ କରେ। ଶରୀରରେ ପ୍ରଦାହ ଯୋଗୁଁ ସନ୍ଧି ଯନ୍ତ୍ରଣା ହୋଇଥାଏ, ଯାହାର ଅନେକ କାରଣ ରହିଛି।

କର୍କଟ ରୋଗର ଆଶଙ୍କା ହ୍ରାସ କରେ - କ୍ୟାପସିକମ୍‌ କର୍କଟ ରୋଗର ଆଶଙ୍କାକୁ ହ୍ରାସ କରିପାରିବ। କିଛି ଅଧ୍ୟୟନରୁ ଜଣାପଡିଛି ଯେ, କ୍ୟାପସିକମରେ ମିଳୁଥିବା ଲାଇକୋପିନ୍, ଲ୍ୟୁଟିନ୍ ଏବଂ ଜିଆକ୍ସାନ୍ଥିନ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଯାହା କର୍କଟ ରୋଗକୁ ରୋକିଥାଏ ଏବଂ କର୍କଟ କୋଷର ବୃଦ୍ଧିକୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.