ଆମ୍ବକୁ ଫଳର ରାଜା କୁହାଯାଏ । ଏହା ଗ୍ରୀଷ୍ମ ଋତୁରେ ସବୁଠାରୁ ପସନ୍ଦ କରାଯାଉଥିବା ଫଳ। ଏଥିରେ ଭିଟାମିନ୍ ଏ,ସି, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରାକୃତିକ ଚିନି ଭରପୂର ମାତ୍ରାରେ ରହିଛି। ହେଲେ ବିଶେଷଜ୍ଞଙ୍କ ମତରେ, ଦିନରେ ଆମ୍ବ ଖାଇବା ଲାଭଦାୟକ କିନ୍ତୁ ରାତିରେ ଏହାକୁ ଖାଇବା ଦ୍ୱାରା କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ତେବେ ଆସନ୍ତୁ ଜାଣିବା ରାତିରେ ଆମ୍ବ ଖାଇବା ଦ୍ୱାରା କ’ଣ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ଆସନ୍ତୁ ଜାଣିବା।
ହଜମ ସମସ୍ୟା:ରାତିରେ ଶରୀରର ହଜମ ସମସ୍ୟା ଧୀର ହୋଇଥାଏ। ଏପରି ପରିସ୍ଥିତିରେ,ଯଦି ଆମ୍ବ ଭଳି ଏକ ଭାରୀ ଏବଂ ମିଠା ଫଳ ଖିଆଯାଏ,ତେବେ ତାହା ହଜମ କରିବା କଷ୍ଟକର ହୋଇପାରେ। ବିଶେଷଜ୍ଞଙ୍କ ମତରେ ଏହା ଗ୍ୟାସ୍,ବଦହଜମୀ, ପେଟ ଯନ୍ତ୍ରଣା ଏବଂ ଭାରି ଲାଗିବା ଭଳି ସମସ୍ୟା ସୃଷ୍ଟି କରିପାରେ।
ରକ୍ତ ଶର୍କରା ବୃଦ୍ଧି:ଆମ୍ବରେ ପ୍ରାକୃତିକ ଚିନି ବେଶ୍ ଅଧିକ ଥାଏ। ରାତିରେ ଆମ୍ବ ଖାଇବା ଦ୍ୱାରା ହଠାତ୍ ରକ୍ତରେ ଶର୍କରା ବୃଦ୍ଧି ପାଇପାରେ,ବିଶେଷକରି ଏହା ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ। ଶୋଇବା ପୂର୍ବରୁ ଅଧିକ ଚିନି ଥିବା ଖାଦ୍ୟ ଖାଇବା ମଧ୍ୟ ଇନସୁଲିନ୍ ସମ୍ବେଦନଶୀଳତାକୁ ପ୍ରଭାବିତ କରିପାରେ।
ଓଜନ ବୃଦ୍ଧି: ଆମ୍ବରେ ପ୍ରଚୁର ପରିମାଣରେ କ୍ୟାଲୋରୀ ଏବଂ ଚିନି ଥାଏ। ରାତିରେ ଏହାକୁ ଖାଇବା ପରେ, ଆମେ ରାତିରେ କୌଣସି ଶାରୀରିକ କାର୍ଯ୍ୟକଳାପ କରୁନାହୁଁ । ତେଣୁ ଶରୀର କ୍ୟାଲୋରୀ ନଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଏ ନାହିଁ। ଏପରି ପରିସ୍ଥିତିରେ ଏହା ଶରୀରରେ ଚର୍ବି ଆକାରରେ ଜମା ହୋଇ ଓଜନ ବୃଦ୍ଧି କରିପାରେ।
ଶୋଇବାରେ ସମସ୍ୟା: ଆମ୍ବ ଖାଇବା ଦ୍ୱାରା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ବିଶ୍ରାମ ନେଇପାରେ ନାହିଁ। ବିଶେଷଜ୍ଞଙ୍କ ମତରେ ଶୋଇବା ପୂର୍ବରୁ ଆମ୍ବ ଖାଇଲେ ନିଦ ବାଧାପ୍ରାପ୍ତ ହୋଇପାରେ। ଏପରି ପରିସ୍ଥିତିରେ, ନିଦର ଗୁଣବତ୍ତା ଖରାପ ହୋଇପାରେ।