ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ଆପଣଙ୍କ ଶିଶୁ ପାଟି ଖୋଲି ଶୋଉଛି କି? ସାବଧାନ! ସ୍ୱାସ୍ଥ୍ୟ ପାଇଁ ହୋଇପାରେ ସମସ୍ୟା

Published By : Prameya | April 25, 2025 12:16 PM

ଭୁବନେଶ୍ୱର ୨୫/୦୪: ପ୍ରାୟ ଶିଶୁ ପାଟି ଖୋଲି ଶୋଇବାର ଦେଖିବାକୁ ମିଳିଥାଏ । ଏହାକୁ ନେଇ ଅନେକ ବାପାମା’ଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ । ଚାଲନ୍ତୁ ଜାଣିବା ଶିଶୁ ପାଟି ଖୋଲି ଶୋଇବା କେତେ କ୍ଷତିକାରକ? ପିଲା ହୁଅନ୍ତୁ ଅବା ବଡ଼ ସମସ୍ତଙ୍କର ଶୋଇବା ଶୈଳୀ ଭିନ୍ନ । କିଛି ବଡ଼ ଲୋକ ଶୋଇବା ସମୟରେ ପାଟି ଖୋଲା ରଖିଥାନ୍ତି । ସେହିପରି କିଛି ପିଲା ମଧ୍ୟ ପାଟି ଖୋଲି ଶୋଇଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । 

କାରଣ :

ଶିଶୁ ପାଟି ଖୋଲି ଶୋଇବା ଯଦିଓ ସେତେଟା କ୍ଷତିକାରକ ନୁହେଁ । କିନ୍ତୁ ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହି ସମସ୍ୟା ବଡ଼ ହେବା ପରେ ଆରମ୍ଭ ହୋଇଥାଏ । ଶିଶୁ ପାଟି ଖୋଲି ଶୋଇବା ଦ୍ୱାରା ପାଟିରେ ଶୁଷ୍କତା ବଢିଥାଏ । ଫଳରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଏହାସହିତ ପ୍ରାକୃତିକ ଭାବେ ପାଟିକୁ ସଫା କରୁଥିବା ଲାଳର ପ୍ରଭାବ କମ୍‌ ହୋଇଥାଏ । ଫଳରେ ଶିଶୁଠାରେ ମାଢି ଓ କ୍ୟାନିଟି ସମସ୍ୟା ଦେଖାଦେଇଥାଏ । ଶୋଇବା ସମୟରେ ପାଟି ପଟେ ନିଶ୍ୱାସ ନେବା ଦ୍ୱାରା ନାକରେ ଠିକ୍‌ ଭାବେ ନିଶ୍ୱାସ ନେଇପାରେନା । ଏହା ମୁହଁର ବିକାଶକୁ ପ୍ରଭାବିତ କରେ । ପାଟିପଟେ ନିଶ୍ୱାସ ନେବା ଦ୍ୱାରା ଶିଶୁ ଭଲ ନିଦରେ ଶୋଇପାରି ନଥାଏ । ତେଣୁ ଶିଶୁ ପାଟି ଖୋଲି ଶୋଇଥାଏ, ଯାହା ପିଲାର ବିକାଶକୁ ପ୍ରଭାବିତ କରିଥାଏ । 

କ'ଣ କରିବେ?

-ଯଦି ଶିଶୁ ସବୁବେଳେ ପାଟି ଖୋଲି ଶୋଉଥାଏ, ତେବେ ଏହା କୌଣସି ରୋଗର ସଙ୍କେତ ହୋଇପାରେ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ଜରୁରି । 

-ନାକରେ ନିଶ୍ୱାସଜନିତ ସମସ୍ୟା ଅଛି କି ନାହିଁ ଦେଖିବା ଆବଶ୍ୟକ । ତେଣୁ ନାକକୁ ସଫା ରଖିବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ନାଜାଲ୍‌ ସ୍ପ୍ରେ ବ୍ୟବହାର କରିପାରିବେ । ପବନର ଆର୍ଦ୍ରତା ବଜାୟ ରଖିବା ସହ ନାକ ରାସ୍ତାକୁ ସହଜ କରିବା ପାଇଁ ହ୍ୟୁମିଡିଫାୟାର ବ୍ୟବହାର କରିପାରିବେ । ପିଲାକୁ ଶୁଆଇବା ସମୟରେ ମୁଣ୍ଡକୁ ସାମାନ୍ୟ ଉପରକୁ ରଖିବାକୁ ପ୍ରୟାସ କରନ୍ତୁ । ଏପରି କରିବା ଦ୍ୱାରା ନାକରୁ ପାଣି ବାହାରିବା ସହଜ ହୋଇଥାଏ । 

-ଆଲର୍ଜି ଓ ଜ୍ୱଳନଠାରୁ ଦୂରେଇ ରଖନ୍ତୁ । ଶିଶୁ ଶୋଉଥିବା ଘରକୁ ଧୂଆଁ, ଧୂଳି-ମାଟିଠାରୁ ଦୂରେଇ ରଖନ୍ତୁ । ନଚେତ୍‌ ଶିଶୁକୁ ଛିଙ୍କ, କାଶ ଓ ଆଖିରୁ ପାଣି ଆସିବା ପରି ଆଲର୍ଜି ସମସ୍ୟା ଦେଖାଦେଇପାରେ । 

-ନିଶ୍ୱାସ ନେବା ଶୈଳୀକୁ ଲକ୍ଷ୍ୟ କରନ୍ତୁ । ଯଦି ପିଲା ସବୁବେଳେ ପାଟି ଖୋଲି ଶୋଉଛି । ଦିନରେ ମଧ୍ୟ ପାଟିରେ ନିଶ୍ୱାସ ନେଉଛି, ତେବେ ନାକ ବା ତାଳୁ ସମସ୍ୟା ଥାଇପାରେ । ଡାକ୍ତର ପରାମର୍ଶ କରିନେବା ଉଚିତ୍‌ ।

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.