କାଲିଫର୍ଣ୍ଣିଆର ଜଣେ ବୃଦ୍ଧ ବର୍ତ୍ତମାନ ସୋସିଆଲ ମିଡ଼ିଆର ବେଶ ଭାଇରାଲ ହେଉଛନ୍ତି । ବୃଦ୍ଧାଙ୍କର ବୟସ ପାଇଁ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ୧୯୨୩ ମସିହାରେ ଜନ୍ମିତ ଏହି ବୃଦ୍ଧଙ୍କର ବର୍ତ୍ତମାନର ବୟସ ୧୦୧ ବର୍ଷ । ନିକଟରେ ଏକେ ପୋଡକାଷ୍ଟରେ ସେ ନିଜର ଏତେ ବର୍ଷ ବୟସ ପଛର ରହସ୍ୟ ବିଷୟରେ କଥା ହୋଇଛନ୍ତି । ସେ ଏହି ଭିଡ଼ିଓରେ ୭ଟି ଟିପ୍ସ ଦେଇଛନ୍ତି ଯାହା ବର୍ତ୍ତମାନସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଟିପ୍ସକୁ ୟୁବପିଢି ମାନିବ ତେବେ ତାଙ୍କ ଭଳି ନିରୋଗ ଓ ଦୀର୍ଘାୟୁ ଜୀବନ ବଞ୍ଚିପାରିବେ ବୋଲି ସେ କହିଛନ୍ତି ।
ସବୁଠାରୁ ପ୍ରଥମେ ଜୀବନରେ ବାୟାମକୁ ଆଡ କରନ୍ତୁ। ସବୁଦିନ କିଛି ସମୟ ବାହାର କରି ବ୍ୟାୟାମ କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ । ବିଶେଷ କରି ୪୦ ରୁ ୭୦ ବର୍ଷ ବୟସ ଭିତରେ କିଛି ନା କିଛି ଶାରୀରିକ ପରିଶ୍ରମ କରନ୍ତୁ । କାରଣ ଏହି ସମୟରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଡ଼ର ବେଶୀ ଥାଏ। ଜୀବନରେ ମାଦକ ଦ୍ରବ୍ୟ,ତମାଖୁ ଠାରୁ ଦୂରରେ ରୁହନ୍ତୁ ।
ଗୁଡ଼ିକ ଆପଣଙ୍କ ସ୍ବାସ୍ଥ୍ୟକୁ ଖରାପ କରିବାପେ ସବୁଠାରୁ ବଡ଼ ଭୂମିକାରଖିଥାଏ। ସେହିଭଳି ନିଜ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଯେତେ ଓଜନ ଓବେସିଟି ବା ମେଦ ବହୁଳତାର ଭୟ ସେତେ ଅଧିକ । ତେଣୁ ସବୁବେଳେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଏକ ସନ୍ତୁଳିତ ଓଜନ ରହିବା ଫଳରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କଠାରୁ ଦୂରରେ ରହିବ । ଜୀବନରୁ ଚିନିକୁ କାଢି ଦିଅନ୍ତୁ । ଯେତେ ପାରିବେ ସେତେ କମ ଚିନି ଖାଆନ୍ତୁ । ଏହାଦ୍ବାରା ମଧୁମେହ ହେବାର ସମ୍ଭାବନା କମିଥାଏ। ମଧୁମେହ କାରଣରୁ ବିଭିନ୍ନ ରୋଗ ହୋଇଥାଏ,େ ତେମୁ ଚିନି ଖାଇବାରୁ ନିବୃତ୍ତ ରୁହନ୍ତୁ । ବାହାର ଜଙ୍କଫୁଡ ବା ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ଘରେ ସନ୍ତୁଳିତ ଆହାର ନିଜେ ପ୍ରସ୍ତୁତ କରି ଖାଆନ୍ତୁ । କୌଣସି ରୋଗ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ସେହିପରି ସୁସ୍ପଥ ରହିବା ପାଇଁ ଆପଣ ଖାଦ୍ୟରେ ବାଦାମ,ଛତୁ ,ନାଲି ଚା, ମାଛ, ସବୁଜ ପନିପରିବା ,ଆଭୋକାଡୋ ଓ ଅଲିଭ୍ ତେଲ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ।